ଓଡ଼ିଶା

ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର

ଭଦ୍ରକ: ଭଦ୍ରକରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନ୍‌କାଉଣ୍ଟର । ଚରମ୍ପା ମାଲ୍‌ ଗୋଦାମ ପାଖରେ ପୋଲିସ ଏନ୍‌କାଉଣ୍ଟର କରିଛି । କମଳାକାନ୍ତ ଦାସ ଓରଫ ବୁଦ୍ଧିଆକୁ ଏନକାଉଣ୍ଟର ହୋଇଥିବା ଭଦ୍ରକ ଏସପି ମନୋଜ ରାଉତ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଅପରାଧୀ ବୁଦ୍ଧିଆ ଗୁରୁତର ହୋଇଛି । ପୋଲିସ ଏନ୍‌କାଉଣ୍ଟର ସ୍ଥଳରୁ ବୁଦ୍ଧିଆ ଗୁଳି କରିଥିବା ବନ୍ଧୁକ ସହ ୪ ରାଉଣ୍ଡ ଗୁଳି ଜବତ କରିଛି । ବୁଦ୍ଧିଆ ନାଁରେ ଭଦ୍ରକ ଓ ବାଲେଶ୍ବର ଜିଲ୍ଲାରେ ବିଭିନ୍ନ ଅପରାଧିକ […]

ଓଡ଼ିଶା

ଆଜି ଧନୁ ସଂକ୍ରାନ୍ତି, ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଚାଲିବ ସ୍ବତନ୍ତ୍ର ନୀତିକାନ୍ତି

ପୁରୀ : ଆଜି ପବିତ୍ର ଧନୁ ସଂକ୍ରାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତିକାନ୍ତି।  ଆଜିଠାରୁ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ରାତ୍ର ୨ଟାରୁ ଦ୍ୱାର ଫିଟା ହେବା ସହ ୫ଟା ୩୦ରୁ ୬ଟା ମଧ୍ୟରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ପହିଲିଭୋଗ ଲାଗି ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନୀତିନିର୍ଘଣ୍ଟ ଚୂଡାନ୍ତ ହୋଇଛି । ପହିଲି ଭୋଗରେ ବିରି, ଗହମଚୂନା, ଘୃତ ପାଗ ହୋଇଥିବା ପିଠା ଏବଂ ଧନୁ ମୁଆଁ […]

ଓଡ଼ିଶା

ନାବାଳିକାଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି ରାଜ୍ୟ ରାଜଧାନୀ: ନବୀନ

ଭୁବନେଶ୍ବର : ଭୁବନେଶ୍ବରର ଧଉଳିରେ ଗତକାଲି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିଲା|  ଧଉଳି ନିକଟ ଦୟା ନଦୀ ପଠାରେ ଗଣଦୁଷ୍କର୍ମ ଅଭିଯୋଗ । ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସିଥିବା ଜଣେ ନାବାଳିକାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।  ଧଉଳି ଥାନା ପୋଲିସ ଘଟଣାର ତନାଘନା ତଦନ୍ତ କରୁଛି ।  ତିନି ଜଣଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।  ଅଭିଯୋଗ ହୋଇଛି ଜଣେ ନାବାଳିକା ଓ ତାଙ୍କ ପୁରୁଷ ବନ୍ଧୁ ବୁଲିବାକୁ ଯାଇଥିଲେ […]

ଓଡ଼ିଶା

୨୦୨୬ ପାଇଁ ପ୍ରକାଶ ପାଇଲା ସ୍କୁଲ ଛୁଟି ତାଲିକା

ଭୁବନେଶ୍ବର:ପ୍ରକାଶ ପାଇଲା ୨୦୨୬ ପାଇଁ ସ୍କୁଲ ଛୁଟି ତାଲିକା। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଆସନ୍ତା ୨୦୨୬ ବର୍ଷ ପାଇଁ ଛୁଟି ତାଲିକା ପ୍ରକାଶ ପାଇଛି। ଆସନ୍ତା ବର୍ଷ ରବିବାର ବ୍ୟତୀତ ୮୨ ଦିନ ଛୁଟି ରହିବ। ତେବେ ଛୁଟି ତାଲିକାରେ ଥିବା ନେତାଜୀ ଜୟନ୍ତୀ, ସାଧାରଣତନ୍ତ୍ର ଦିବସ, ଉତ୍କଳ ଦିବସ, ସ୍ୱାଧୀନତା ଦିବସ, ଗଣେଶ ପୂଜା ଓ ଗାନ୍ଧି ଜୟନ୍ତୀ ବିଦ୍ୟାଳୟରେ ପାଳନ କରାଯିବ। ତେଣୁ ଏହି ଦିନ ପିଲାମାନଙ୍କୁ ସ୍କୁଲ ଯିବାକୁ ପଡ଼ିବ। ସେହିପରି […]

ଓଡ଼ିଶା ଜାତୀୟ

୨୧ରେ ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ !

ଭୁବନେଶ୍ବର:ଆସନ୍ତା ୨୧ରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଭୁବନେଶ୍ବର ଗସ୍ତରେ ଆସିପାରନ୍ତି। ସମବାୟ ବିଭାଗର ଏକ କାର୍ଯ୍ୟକ୍ରମ ଆସନ୍ତା ୨୧ ତାରିଖରେ ଜନତା ମଇଦାନଠାରେ ହେବାକୁ ଯାଉଛି। ସେହି କାର୍ଯ୍ୟକ୍ରମରେ ସେ ​‌ଯୋଗଦେବା ସମ୍ଭାବନା ରହିଛି। ହେଲେ ଏନେଇ ଶାହାଙ୍କ କାର୍ଯ୍ୟାଳୟ ପକ୍ଷରୁ କିଛି ଚୂଡାନ୍ତ ସୂଚନା ଦିଆଯାଇ ନାହିଁ। ପୂର୍ବରୁ ରାଜ୍ୟ ସରକାରଙ୍କ କେତେକ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଶାହା ଆସିବାକୁ ଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ଶେଷ ମୁହୂର୍ତ୍ତରେ ସେସବୁ ବାତିଲ […]

ଓଡ଼ିଶା

ଆସନ୍ତା କାଲି ଅପରାହ୍ନ ୨ଟାରୁ ୪.୩୦ ପରିବର୍ତ୍ତେ ୧.୩୦ରୁ ୪ଟା ଯାଏଁ ହେବ OTET ପରୀକ୍ଷା

ଭୁବନେଶ୍ବର: ଆସନ୍ତା ୧୭ରେ ସାରା ରାଜ୍ୟରେ ଓଟିଇଟି ପରୀକ୍ଷା ଅନୁଷ୍ଠିତ ହେବ । ତେବେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)ର ସମୟରେ ପରିବର୍ତ୍ତନ କରାଯାଇଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ଜାରି ହୋଇଥିବା ସଦ୍ୟ ବିଜ୍ଞପ୍ତି ଅନୁଯାୟୀ, OTETର ପେପର-୨ ପରୀକ୍ଷା ସମୟରେ ୩୦ ମିନିଟ୍ ପରିବର୍ତ୍ତନ କରାଯାଇଛି। ପୂର୍ବ ନିର୍ଦ୍ଧାରିତ ସମୟ ଅପରାହ୍ନ ୨ଟାରୁ ୪.୩୦ ପରିବର୍ତ୍ତେ ବର୍ତ୍ତମାନ ଏହି ପରୀକ୍ଷା ଅପରାହ୍ନ ୧.୩୦ରୁ ୪ଟା ଯାଏଁ ଅନୁଷ୍ଠିତ ହେବ। ତେବେ […]

ଜାତୀୟ

ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସୋମବାର ଚାର୍ଜସିଟ୍ ଦାଖଲ କରିଛି। ଜମ୍ମୁର ଏକ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ଏଥିରେ ଲସ୍କର-ଏ-ତୈବା ଆତଙ୍କବାଦୀ ସାଜିଦ ଜଟ୍ଟଙ୍କୁ ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ନାମ ଦିଆଯାଇଛି। ଏନଆଇଏ ସାଜିଦ ପାଇଁ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଏହି ଚାର୍ଜସିଟରେ କୁହାଯାଇଛି ଯେ ପହଲଗାମ ଅଞ୍ଚଳର ଦୁଇ ବାସିନ୍ଦା, ବଶିର ଅହମ୍ମଦ ଜୋଥାର ଏବଂ ପରଭେଜ ଅହମ୍ମଦ ଜୋଥାରଙ୍କୁ […]

ଜାତୀୟ

‘COVID ଟୀକା ଓ ଯୁବବର୍ଗଙ୍କ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ’

ନୂଆଦିଲ୍ଲୀ:ଭାରତରେ ଯୁବବର୍ଗମାନଙ୍କ ହଠାତ୍ ମୃତ୍ୟୁ ହୋଉଥିବା ଖବର ମଧ୍ୟରେ AIIMS-ICMR ଦ୍ୱାରା କରାଯାଇଥିବା ଏକ ଗବେଷଣା ଅଧ୍ୟୟନ କିଛି ଆଶ୍ୱସ୍ତି ପ୍ରଦାନ କରିଛି। ଏହି ଅଧ୍ୟୟନରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ, COVID-19 ଟୀକା ଏବଂ ଯୁବବର୍ଗମାନଙ୍କ ମଧ୍ୟରେ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସିଧାସଳଖ ସମ୍ପର୍କ ମିଳିନାହିଁ। AIIMS ଦିଲ୍ଲୀର ପ୍ରଫେସର ଡକ୍ଟର ସୁଧୀର ଆରାଭ ଏହି ଗବେଷଣାର ପ୍ରାରମ୍ଭିକ ଫଳାଫଳ ଉପସ୍ଥାପନ କରିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରିଛନ୍ତି । AIIMS-ICMR […]

ଜାତୀୟ

ବାଂଲାଦେଶକୁ ଭାରତର କଡ଼ା ଜବାବ; ୟୁନୁସ ସରକାରଙ୍କ ଦାବିକୁ କଲା ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ବାଂଲାଦେଶ ସରକାରଙ୍କ ଅଭିଯୋଗକୁ ଭାରତ ଆନୁଷ୍ଠାନିକ ଭାବରେ ପ୍ରତ୍ୟାଖ୍ୟାନ କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଢାକାର ସାମ୍ପ୍ରତିକ ପ୍ରେସ ନୋଟର ଜବାବରେ କହିଛି ଯେ, ଭାରତ କେବେବି ବାଂଲାଦେଶ ବିରୁଦ୍ଧରେ କୌଣସି ପ୍ରକାରର କାର୍ଯ୍ୟକଳାପ ପାଇଁ ନିଜ ଅଞ୍ଚଳ ବ୍ୟବହାର କରିବାକୁ ଦେଇନାହିଁ। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଭାରତ ଡିସେମ୍ବର ୧୪, ୨୦୨୫ ରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପ୍ରେସ୍ ନୋଟରେ କରାଯାଇଥିବା ଦାବିକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାଖ୍ୟାନ କରୁଛି […]

ଜାତୀୟ

ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ଵ ନେଲେ ନିତିନ

ନୂଆଦିଲ୍ଲୀ:  ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ ଗ୍ରହଣ କରିଛନ୍ତି ବିହାର ମନ୍ତ୍ରୀ ନିତିନ ନବୀନ। ଗତ ରବିବାର ଦଳର ସଂସଦୀୟ ବୋର୍ଡ ଏହି ପଦବୀ ପାଇଁ ନିତିନଙ୍କ ନାମକୁ ମୋହର ମାରିଥିଲା। ଏହା ସହିତ ଆଗାମୀ ଭବିଷ୍ୟତରେ କେନ୍ଦ୍ରମନ୍ତ୍ରୀ ଜେ.ପି. ନଡ୍ଡାଙ୍କ ପରେ ନିତିନ ତାଙ୍କ ଉତ୍ତରାଧିକାରୀ ଭାବେ ରାଷ୍ଟ୍ରୀୟ ସଭାପତି ହେବାର ବାଟ ଫିଟିଛି। ୪୫ ବର୍ଷୀୟ ନିତିନ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ବର୍ତ୍ତମାନ ବିହାର […]

LOKA SAMACHAR @2026. All Rights Reserved || Developed By CBSPL