ଜାତୀୟ

ଘନ କୁହୁଡ଼ି ଯୋଗୁଁ ଦୁର୍ଘଟଣା ପରେ ଜଳିଗଲା ଗାଡ଼ି; ଚାଲିଗଲା ୪ ଜୀବନ, ୧୦୦ରୁ ଉର୍ଦ୍ଧ୍ବ ଆହତ

ଉତ୍ତରପ୍ରଦେଶ : ଘନ କୁହୁଡ଼ି ଯୋଗୁଁ ଉତ୍ତରପ୍ରଦେଶ ମଥୁରାର ଏକ୍ସପ୍ରେସୱେରେ ୭ଟି ବସ୍ ଏବଂ ୩ ଟି କାର୍ ଧକ୍କା ହୋଇଛି । ଦୁର୍ଘଟଣା ହେବା ପରେ ବସ୍ ଏବଂ କାରଗୁଡିକରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଯେଉଁଥିରେ ୪ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୦୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ବଳଦେବ ପୋଲିସ ଷ୍ଟେସନ ଅଞ୍ଚଳର ମଲ୍ ଷ୍ଟୋନ୍ […]

ଜାତୀୟ

ଘନ କୁହୁଡ଼ି : ଦିଲ୍ଲୀରେ ୨୨୮ ବିମାନ ବାତିଲ, ଅନଲାଇନରେ ପାଠ ପଢିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ସାଂଘାତିକ ସ୍ଥିତିରେ ଦିଲ୍ଲୀ ପ୍ରଦୂଷଣ । ବାୟୁ ଗୁଣବତ୍ତାମାନ ବିପଦଜନକ ସ୍ଥିତିରେ ପହଞ୍ଚିବା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି । ଏଣିକି ଅନଲାଇନରେ ହେବ ନର୍ସରୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା । ସ୍ବାସ୍ଥ୍ୟଗତ କାରଣକୁ ଦୃଷ୍ଟିରେ ରଖି ସ୍କୁଲକୁ ଛୋଟ ଶିଶୁଙ୍କ ଯାତାୟାତ ବନ୍ଦ କରିଛନ୍ତି ସରକାର । ପରବର୍ତ୍ତୀ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ଘରେ ରହି ଅନଲାଇନ୍ ମାଧ୍ୟମରେ ପାଠ ପଢିବାକୁ ନିର୍ଦ୍ଦେଶ ଜାରି କରାଯାଇଛି । ନିର୍ଦ୍ଦେଶାବଳୀରେ ପାଞ୍ଚଟି […]

ଓଡ଼ିଶା

ନବବର୍ଷରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଉଚ୍ଚସ୍ତରୀୟ ବୈଠକ

ପୁରୀ: ଇଂରାଜୀ ନବ ବର୍ଷ ୨୦୨୬ ଉପଲକ୍ଷେ ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବାକୁ ଲକ୍ଷାଧିକ ଭକ୍ତ ପୁରୀକୁ ଆସିବାର ସମ୍ଭାବନା ରହିଛି। ଭକ୍ତଙ୍କ ସୁରକ୍ଷା, ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ, ମନ୍ଦିର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥାର ସୁସମନ୍ୱୟ ଓ ସୁପରିଚାଳନା ଉପରେ ମଙ୍ଗଳବାର ରାଜ୍ୟ ଆରକ୍ଷୀ  ମହାନିର୍ଦ୍ଦେଶକ(ଡିଜିପି) ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଡିଜିପିଙ୍କ କ୍ୟାମ୍ପ କାର୍ଯ୍ୟାଳୟଠାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରୀକୁ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ସହର ମଧ୍ୟରେ […]

ଓଡ଼ିଶା

ଲଘୁ ଖଣିଜ ଚାଲାଣ ବିରୋଧରେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଡିଜିପି

ରାଜ୍ୟରେ ଚୋରା ବାଲି, ମୋରମ, ମାଙ୍କଡା ପଥର ମାଫିଆ ତଥା ବେଆଇନ ଗୋ-ଚାଲାଣକାରୀଙ୍କ ବିରୋଧରେ ଓଡିଶା ପୋଲିସ ପକ୍ଷରୁ ଦୃଢ  କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହି କ୍ରମରେ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ଓ ଗୋ ଚାଲାଣ ଉପରେ ରୋକ ଲଗାଇବା ପାଇଁ କିଛି ଦିନ ଧରି ପୁଲିସ ତରଫରୁ “ଅପରେସନ୍ ଧରପଗଡ”  ଅଭିଯାନ କରାଯାଇଥିଲା। ରାଜ୍ୟ ତମାମ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ […]

ଓଡ଼ିଶା

ଦେଶର ଫାର୍ମା ହବ୍ ହେବ ଓଡ଼ିଶା : ପୁଞ୍ଜି ନିବେଶ ହେବ ୬୨୬୩ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱର : ଦେଶର ଫାର୍ମା ହବ୍ ହେବ ଓଡ଼ିଶା । ଓଡ଼ିଶା ଫାର୍ମା ସମ୍ମିଳନୀରେ ଓଡ଼ିଶା ଔଷଧ ଓ ଚିକିତ୍ସା ଉପକରଣ ନୀତି -୨୦୨୫ ଲଞ୍ଚ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସମ୍ମିଳନୀରେ ୪୨ଟି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ୬୨୬୩ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହେବ ।  ଏହାଦ୍ବାରା ସୃଷ୍ଟି ହେବ ୩୮,୪୦୬ ନିଯୁକ୍ତି ସୁଯୋଗ । ନୂଆ ନୀତିରେ ୨୦୩୦ ସୁଦ୍ଧା ୨୫ ହଜାର କୋଟି ନିବେଶ ସାଙ୍ଗକୁ ଏକ […]

ଓଡ଼ିଶା

ଆଶ୍ରମ ବିଦ୍ୟାଳୟରେ ଯୁକ୍ତ ୨ ଛାତ୍ରଙ୍କୁ ବୀଭତ୍ସ ହତ୍ୟା !

ସୁବର୍ଣ୍ଣପୁର: ଯୁକ୍ତ ୨ ଛାତ୍ରଙ୍କୁ ହତ୍ୟା। ପିଟି ପିଟି ଛାତ୍ରଙ୍କୁ ହତ୍ୟା କରାଯାଇଥିବା ନେଇ ହୋଇଛି ଅଭିଯୋଗ। ସୁବର୍ଣ୍ଣପୁରର ତରଭା ଆଶ୍ରମ ବିଦ୍ୟାଳୟରେ ଏଭଳି ଏକ ବୀଭତ୍ସ ହତ୍ୟାକାଣ୍ଡ ସାମ୍ନାକୁ ଆସିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଚାରଭଟା ଡାକ୍ତରଖାନାରେ ଛାତ୍ରଙ୍କ ମୃତଦେହ ରହିଥିବାବେଳେ ପୁଲିସ ପକ୍ଷରୁ ଅନୁସନ୍ଧାନ ଆରମ୍ଭ ହୋଇଛି। ଛାତ୍ର ଜଣକ ଆଶ୍ରମ ବିଦ୍ୟାଳୟରେ ପାଠ ପଢୁଥିଲେ। କୌଣସି କାରଣରୁ କେହି ତାଙ୍କୁ ପିଟି ପିଟି ହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। […]

ଓଡ଼ିଶା

କୋଟିଏ ଟଙ୍କାର ଠକେଇ; ଦମ୍ପତି ଗିରଫ

ଭୁବନେଶ୍ୱର : ବନ୍ଧା ହେଲେ ବଣ୍ଟି ଅର୍ ବବଲି ।  କୋଟିଏ ଟଙ୍କା ଠକେଇ କରି ଠକ ଦମ୍ପତି ଗିରଫ ।  MCL ର ପୁର୍ବତନ ଚାର୍ଟାଡ ଆକାଉଣ୍ଟାଣ୍ଟ ଓ ତାଙ୍କ ପତ୍ନୀ ଗିରଫ ।  ଚନ୍ଦ୍ରଶେଖର ସାହୁ ଓ ଝରଣା ସାହୁଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟିମ୍ । ସେୟାର ଟ୍ରେଡିଂ ଆଳରେ କମ୍ପାନି ଖୋଲି ଠକିଥିଲେ ଉଭୟ ଦମ୍ପତି । ମାସକ ମଧ୍ୟରେ ଇନଭେଷ୍ଟମେଣ୍ଟର ଡବଲ ର ମୁନାଫା ଦେଇ ଠକିନେଇଥିଲେ କୋଟିଏ ୬ଲକ୍ଷ […]

ଓଡ଼ିଶା

ସରକାରୀ ଅର୍ଥ ହଡ଼ପ; ପଟ୍ଟାମୁଣ୍ଡାଇ କନିଷ୍ଠ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର: କେନ୍ଦ୍ରାପଡାର ପଟ୍ଟାମୁଣ୍ଡାଇ ବ୍ଲକର ଜଣେ କନିଷ୍ଠ ଯନ୍ତ୍ରୀ (ଜେଇ) ରତ୍ନେଶ କୁମାର ପାଣ୍ଡେଙ୍କୁ ସରକାରୀ ପାଣ୍ଠିର ଅପବ୍ୟବହାର ଅଭିଯୋଗରେ ମଙ୍ଗଳବାର ଦିନ ଓଡିଶା ଭିଜିଲାନ୍ସ ଗିରଫ କରିଛି। ତାଙ୍କ ବିରୁଦ୍ଧରେ ୨୦୨୩-୨୪ ଆର୍ଥିକ ବର୍ଷରେ ପଟ୍ଟାମୁଣ୍ଡାଇ ବ୍ଲକରେ ଏକ ଷ୍ଟ୍ରିଟ୍ ଲାଇଟ୍ ବିଦ୍ୟୁତୀକରଣ ପ୍ରକଳ୍ପ କାର୍ଯ୍ୟକାରୀ କରି ଜିପି ଉନ୍ନୟନମୂଳକ ପାଣ୍ଠିର ଅପବ୍ୟବହାର ଅଭିଯୋଗ ହୋଇଛି। ସେ ପିପିଲିସ୍ଥିତ ଏସବିଆଇ ଶାଖାରେ ଥିବା ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହାକୁ ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଛି। ଏପର୍ଯ୍ୟନ୍ତ […]

ଓଡ଼ିଶା

ବ୍ରାଉନ ସୁଗାର ବେପାରୀଙ୍କ ଘର ଭାଙ୍ଗିଲା ପ୍ରଶାସନ

ପୁରୀ : ପୁଣି ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର । ପୁରୀ ନୀଳାଚକ୍ର ନଗରରେ ଥିବା ବ୍ରାଉନ ସୁଗାର ବେପାରୀ ଟିକି ଖାନ୍ ଙ୍କ ଘର ଭାଙ୍ଗିଲା ପ୍ରଶାସନ । ଦୁଇଟି ଜେସିବି ସାହାଯ୍ୟରେ ଘର ଭଙ୍ଗାଯାଉଛି । ଡିସେମ୍ବର ୪ ତାରିଖରେ ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ ଟି ଘର ମାଟିରେ ମିଶିବା ପରେ ଏବେ ଜ୍ୱାଇଁ ଟିକି ଖାନ୍ ର ୩ଟି ଘରକୁ ଭାଙ୍ଗୁଛି ପୁରୀ ପୋଲିସ । ଅପରେସନ ଚକ୍ରରେ ନିଶା […]

ଓଡ଼ିଶା

ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ

ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କ ଜାମିନ୍ ଆବେଦନ ଖାରଜ । ଅନ୍ୟ ୪ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ମଧ୍ୟ ଖାରଜ ହୋଇଛି । ଜାମିନ୍ ଆବେଦନ ଖାରଜ କରିଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ । ଗତ ୧୨ ତାରିଖରେ ଦିନ ତମାମ ଶୁଣାଣି ହୋଇଥିଲା । ଶୁଣାଣି ହେବା ପରେ ରାୟ ସରଂକ୍ଷିତ ରହିଥିଲା । ଗତ ଅକ୍ଟୋବର ୬ ତାରିଖରେ ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପ୍ରଥମ […]

LOKA SAMACHAR @2026. All Rights Reserved || Developed By CBSPL