ଓଡ଼ିଶା

ଗାଡ଼ି ସାଇଡମରାକୁ ନେଇ ଆକ୍ରମଣ, ଏୟାରପୋର୍ଟ ଥାନାରେ ଉତ୍ତେଜନା

ଭୁବନେଶ୍ବର : ଗାଡ଼ି ସାଇଡମରାକୁ କେନ୍ଦ୍ର କରି ଆକ୍ରମଣ । ଭୁବନେଶ୍ବର ଏୟାରପୋର୍ଟ ଥାନାରେ ଉତ୍ତେଜନା । ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ଡିସିପିଙ୍କ ପ୍ରୟାସ । ଗାଡି ସାଇଡ ମରାକୁ କେନ୍ଦ୍ରକରି ଜଣେ ଡ୍ରାଇଭରଙ୍କୁ ଆକ୍ରମଣ । ଆକ୍ରମଣରେ ଡ୍ରାଇଭର ଜଣକ ଆହତ ହୋଇଛନ୍ତି । ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଏୟାରପୋର୍ଟ ଥାନା ଘେରାଉ କରିଛନ୍ତି ଆନ୍ଦୋଳନକାରୀ । ସେପଟେ ଆକ୍ରମଣକାରୀଙ୍କୁ ଚିହ୍ନଟ କରି ୧୦ରୁ ଅଧିକଙ୍କୁ ଥାନାରେ ଅଟକ ରଖିଛି ପୋଲିସ। ସ୍ଥିତି […]

ଓଡ଼ିଶା

୧୮୩ ହୋମଗାର୍ଡ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ, ଏୟାରଷ୍ଟ୍ରିପରେ ବସି ଦେଲେ ଲିଖିତ ପରୀକ୍ଷା

ସମ୍ବଲପୁର : ୧୮୩ ପଦ ପାଇଁ ୮ହଜାର ପରୀକ୍ଷାର୍ଥୀ । ସମ୍ବଲପୁର ଜିଲ୍ଲାରେ ହୋମ ଗାର୍ଡ ପଦବୀ ପାଇଁ ପରୀକ୍ଷା ଦେଲେ ୮୦୦୦ ପରୀକ୍ଷାର୍ଥୀ । ଜମାଦାରପାଲି ଏୟାରଷ୍ଟ୍ରିପରେ ବସି ଏକାଠି ଲିଖିତ ପରୀକ୍ଷା ଦେଇଛନ୍ତି ଆଶାୟୀ । ୧୮୩ ହୋମଗାର୍ଡ ପଦବୀ ପାଇଁ ୮ହଜାର ଆଶାୟୀ ପରୀକ୍ଷା ଦେଇଛନ୍ତି । ଦେଢ ଘଣ୍ଟାରେ ଗୋଟିଏ ସିଟିଂରେ ପରୀକ୍ଷା ସରିଛି । ତେବେ ସମସ୍ତେ ଗୋଟିଏ ସିଟିଂରେ ପରୀକ୍ଷା ଦେଇଥିବା ଜଣାପଡିଛି । ଆଶାୟୀଙ୍କୁ କୌଣସି ଲିଖିତ ପ୍ରଶ୍ନପତ୍ର […]

ଓଡ଼ିଶା

ଭୁବନେଶ୍ବରରେ ପହଞ୍ଚିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ

ଭୁବନେଶ୍ବର :  ଭୁବନେଶ୍ବର ଫେରିଲେ ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ଯୁବକ । ଅପହରଣର ୪୫ ଦିନ ପରେ ତାଙ୍କୁ ଉଦ୍ଧାର କରାଯାଇଛି । ଭୁବନେଶ୍ବରରେ ପହଞ୍ଚି ଆତ୍ମବିଭୋର ହୋଇପଡିଥିଲେ ଆଦର୍ଶ । ମାଆ, ସ୍ତ୍ରୀ ଓ ପୁଅକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ । ବିମାନବନ୍ଦରରେ ଭାବବିହ୍ବଳ ସ୍ଥିତି ସୃଷ୍ଟି ହୋଇଥିଲା । ଫେରିବା ପରେ ଛାତିଥରା କାହାଣୀ ବଖାଣିଛନ୍ତି । ମୁଁ ବଞ୍ଚିବି ବୋଲି ଭାବି ନଥିଲି କହିଛନ୍ତି ଆଦର୍ଶ । ସେଠାକାର […]

ଓଡ଼ିଶା

ସ୍ୱାସ୍ଥ୍ୟସେବା ଦାବିରେ ୧୨ ଘଣ୍ଟା ଦେବଗଡ଼ ବନ୍ଦ

ଯାଜପୁର : ଦୁର୍ଘଟଣା ପରେ ଉତ୍ତେଜନା । ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଥିଲେ ଉତ୍ୟକ୍ତ ଲୋକ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଅଟକି ରହିଥିଲା ଶହ ଶହ ଗାଡ଼ି ମୋଟର । ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଶୀଘ୍ର ଜାତୀୟ ରାଜପଥ ସମ୍ପ୍ରସାରଣ କାମ ସାରିବାକୁ ଦାବି କରିଥିଲେ । କଳିଙ୍ଗନଗର ପୋଲିସ ଓ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ରାସ୍ତାରୋକ […]

ଜାତୀୟ

ମନରେଗା ନାମ ପରିବର୍ତ୍ତନକୁ ନେଇ ସଂସଦରେ ହଟ୍ଟଗୋଳ

ନୂଆଦିଲ୍ଲୀ: ସଂସଦରେ ମନରେଗା ଯୋଜନାର ନାମ ପରିବର୍ତ୍ତନ କରି “ଜି-ରାମ-ଜି” ଯୋଜନା ନାମିତ ପ୍ରସ୍ତାବ ପରେ ପ୍ରବଳ ହଙ୍ଗାମା । ପ୍ରିୟଙ୍କା ଗାନ୍ଧୀ ଓ ଶଶୀ ତରୁରଙ୍କ ନେତୃତ୍ଵରେ ଗାନ୍ଧୀ ମୂର୍ତ୍ତି ତଳେ ବିରୋଧୀ ସାଂସଦଙ୍କ ପ୍ରତିବାଦ । ଆଜି ଲୋକସଭାରେ ଅଧିବେଶନର ଶେଷ ପର୍ଯ୍ୟାୟରେ ଚାଲିଛି । ଲୋକସଭାରେ ଜି-ରାମ-ଜି ବିଲ୍ ଆଗତ ହେଉଛି । ୟୁପିଏ ସରକାର ସମୟର ମନରେଗା ଯୋଜନାର ନାମ ବଦଳାଇ “ବୀକ୍ଷିତ ଭାରତ – ରୋଜଗାର ଏବଂ ଆଜିବିକା ମିଶନ (ଗ୍ରାମୀଣ) […]

ଜାତୀୟ

ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କୁ ବଡ ଆଶ୍ଵସ୍ତି

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ଵସ୍ତି ମିଳିଛି। ମନି ଲଣ୍ଡ୍ରିଂ ନେଇ ଦିଲ୍ଲୀ କୋର୍ଟ ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇଡି ଚାର୍ଜ ସିଟ୍ ଉପରେ ବିଚାର କରିବାକୁ କୋର୍ଟ ମନା କରିଛନ୍ତି। ବ୍ୟକ୍ତିଗତ ଅଭିଯୋଗ ଆଧାରରେ ମାମଲା ହୋଇଥିବାରୁ କୋର୍ଟ ମନା କରିଛନ୍ତି। ମାମଲାଟି ବ୍ୟକ୍ତିଗତ ଅଭିଯୋଗ ଉପରେ ଆଧାରିତ , ଏଫ୍ଆଇଆର୍‌ ଉପରେ ନୁହେଁ। ସୋନିଆ, ରାହୁଲ ଏବଂ ଅନ୍ୟ ମାନଙ୍କ ବିରୋଧରେ ଇଡି ଚାର୍ଜସିଟ୍ […]

ଜାତୀୟ

ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ବିଭ୍ରାଟ, ଇସ୍ତଫା ଦେଲେ ପଶ୍ଚିମବଙ୍ଗ ଖେଳମନ୍ତ୍ରୀ ଅରୁପ ବିଶ୍ବାସ

କୋଲକତା : ପଶ୍ଚିମବଙ୍ଗ ଖେଳମନ୍ତ୍ରୀ ଅରୁପ ବିଶ୍ବାସ ଇସ୍ତଫା ଦେଇଛନ୍ତି । ଲୋକପ୍ରିୟ ପୁଟବଲ ଖେଳାଳି ଲିଓନେଲ ମେସିଙ୍କ କାର୍ଯ୍ୟକ୍ରମରେ ହୋଇଥିବା ବିଭ୍ରାଟ ନେଇ ଖେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନିଜର ଇସ୍ତଫାପତ୍ର ଦେଇଛନ୍ତି । ଟିଏମସିର ପ୍ରବକ୍ତା କୃ ଣାଲ ଘୋଷ ମନ୍ତ୍ରୀଙ୍କ ଇସ୍ତଫାପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଇସ୍ତଫା ପତ୍ରରେ ଖେଳମନ୍ତ୍ରୀ ଲେଖିଛନ୍ତି, ଏହି ଘଟଣାରେ ନିଷ୍ପେକ୍ଷ ଏବଂ ସ୍ବତନ୍ତ୍ର ଯାଞ୍ଚ କରିବା ପାଇଁ ନିଜ ପଦ ଛାଡୁଛି । ମେସିଙ୍କ ଇଭେଣ୍ଟ […]

ଜାତୀୟ

ଚୀନ୍ ଓ ମେକ୍ସିକୋରୁ ଆମେରିକାକୁ ଆସୁଥିବା ଡ୍ରଗ୍ସ ଉପରେ ରଖାଯିବ କଡ଼ା ନଜର: ଟ୍ରମ୍ପ

ଆମେରିକା : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ନିଷ୍ପତ୍ତି । ‘ଫେଣ୍ଟାନିଲ୍’ ନାମକ ମାରାତ୍ମକ ଡ୍ରଗ୍ସକୁ ‘ଗଣ ବିନାଶକ ଅସ୍ତ୍ର’ ବା ୱେପନ୍ ଅଫ୍ ମାସ୍ ଡେଷ୍ଟ୍ରକସନ୍ ଭାବେ ଘୋଷଣା କରିଛନ୍ତି । ଟ୍ରମ୍ପ କହିଛନ୍ତି ଫେଣ୍ଟାନିଲ୍ କେବଳ ଏକ ନିଶା ନୁହେଁ, ବରଂ ରାସାୟନିକ ଅସ୍ତ୍ର । ମାତ୍ର ୨ ମିଲିଗ୍ରାମ ଫେଣ୍ଟାନିଲ୍ ଜଣେ ମଣିଷର ଜୀବନ ନେବା ପାଇଁ ଯଥେଷ୍ଟ । ଏହା ଦେଶର ସୁରକ୍ଷା ପାଇଁ ଏକ ବଡ଼ ବିପଦ । ଏହି […]

ଜାତୀୟ

ବସ୍-ଟ୍ରକ୍ ମୁହାଁମୁହିଁ ; ୪ମୃତ, ୧୧ ଆହତ

ଉତ୍ତରପ୍ରଦେଶ : ପୁଣି ଉତ୍ତରପ୍ରଦେଶ ବସ୍ତିର ନ୍ୟାସନାଲ ହାଇୱେ-୨୮ ରେ ବଡ଼ ଦୁର୍ଘଟଣା ଘଟିଛି । ଏପରି ଘଟଣା ଆଜି ସକାଳୁ ଦେଖିବାକୁ ମିଳିଛି । ଯେଉଁ ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟ ୧୧ ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ତୀର୍ଥଯାତ୍ରୀବାହୀ ବସ୍ ଓ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପାଇବା ମାତ୍ରେ ତୁରନ୍ତ ଘଟଣାସ୍ଥଳରେ ପୋଲିସ ପ୍ରଶାସନ ପହଞ୍ଚିଛି । ସୂଚନାନୁଯାୟୀ, ଏହି […]

ଜାତୀୟ

ପହଲଗାମ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀକୁ ଧରାଇଲେ ମିଳିବ ୧୦ ଲକ୍ଷ ଟଙ୍କା: NIA

ନୂଆଦିଲ୍ଲୀ:  ପହଲଗାମ ଆକ୍ରମଣର ଖୁଲାସା କରୁଛି ଏନଆଇଏ । ବର୍ତ୍ତମାନ ଏହି ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀର ପରିଚୟ ସାମ୍ନାକୁ ଆସିଛି । ଏହାରି ମଧ୍ୟରେ ଆକ୍ରମଣର ମୁଖ୍ୟଷଡ଼ଯନ୍ତ୍ରକାରୀକୁ ଧରାଇଦେବା ପାଇଁ ଏନଆଇଏ ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି । ସୂଚନାନୁଯାୟୀ, ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପାକିସ୍ତାନ ଏହି ଷଡଯନ୍ତ୍ର କରିଥିବା ନେଇ ଏନଆଇଏ ପାଖରେ ପକ୍କା ପ୍ରମାଣ ରହିଛି । ପାକିସ୍ତାନରେ ରହୁଥିବା ଲସ୍କର-ଏ-ତୋଇବା କମାଣ୍ଡର ସାଜିଦ୍ ଭଟ୍ଟ ଏହି ଆକ୍ରମଣର […]

LOKA SAMACHAR @2026. All Rights Reserved || Developed By CBSPL