ଜାତୀୟ

ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଓ ରାହୁଲଙ୍କୁ ବଡ ଆଶ୍ଵସ୍ତି

ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଏବଂ ରାହୁଲ ଗାନ୍ଧୀଙ୍କୁ ବଡ ଆଶ୍ଵସ୍ତି ମିଳିଛି। ମନି ଲଣ୍ଡ୍ରିଂ ନେଇ ଦିଲ୍ଲୀ କୋର୍ଟ ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଇଡି ଚାର୍ଜ ସିଟ୍ ଉପରେ ବିଚାର କରିବାକୁ କୋର୍ଟ ମନା କରିଛନ୍ତି। ବ୍ୟକ୍ତିଗତ ଅଭିଯୋଗ ଆଧାରରେ ମାମଲା ହୋଇଥିବାରୁ କୋର୍ଟ ମନା କରିଛନ୍ତି। ମାମଲାଟି ବ୍ୟକ୍ତିଗତ ଅଭିଯୋଗ ଉପରେ ଆଧାରିତ , ଏଫ୍ଆଇଆର୍‌ ଉପରେ ନୁହେଁ। ସୋନିଆ, ରାହୁଲ ଏବଂ ଅନ୍ୟ ମାନଙ୍କ ବିରୋଧରେ ଇଡି ଚାର୍ଜସିଟ୍ ଦାଖଲ କରିଥିଲା।

ସେପଟେ ଦିଲ୍ଲୀ କୋର୍ଟ ଇଡିର ତଦନ୍ତ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ସିବିଆଇ ଏପର୍ଯ୍ୟନ୍ତ କୌଣସି ପ୍ରେଡିକେଟ୍ ଅଫେନ୍ସ ରେକର୍ଡ କରିନାହିଁ। ତଥାପି ଇଡି ତଦନ୍ତ ଜାରି ରଖିଛି। ଯେତେବେଳେ ମୂଳ ଅପରାଧ ହିଁ ରେକର୍ଡ ହୋଇନାହିଁ। ସେଥିରେ ମନି ଲଣ୍ଡ୍ରିଂ ତଦନ୍ତ ଆଗକୁ କିଭଳି ବଢିପାରିବ।

କୋର୍ଟଙ୍କ ଏହି ରାୟ ଗାନ୍ଧୀ ପରିବାର ପାଇଁ ଏକ ବଡ ବିଜୟ। କାରଣ ଏହି ରାୟ ଫଳରେ ବର୍ତ୍ତମାନ୍ ପାଇଁ ମାମଲାର ଟ୍ରାଏଲ୍ ପ୍ରକ୍ରିୟା ଆଗକୁ ବଢିପାରିବନାହିଁ। ଇଡି ତାଙ୍କ ଅଭିଯୋଗର ଦାବି କରିଥିଲା କି ନ୍ୟାସନାଲ ହେରାଲ୍ଡ ସମ୍ବାଦପତ୍ରର ପ୍ରକାଶକ ଏସୋସିଏଟେଡ ଜର୍ନାଲ୍ସ ଲିମିଟେଡର ସମ୍ପତ୍ତିଗୁଡ଼ିକୁ ୟଙ୍ଗ୍ ଇଣ୍ଡିଆନ ପ୍ରାଇଭେଟ୍ ଲିମିଟେଡ୍ ମାଧ୍ୟମରେ ଅବୈଧ ଭାବେ ହାସଲ କରି ମନି ଲଣ୍ଡିରିଂ କରାଯାଇଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL