ଅନୁ ଗର୍ଗ ହେଲେ ରାଜ୍ୟର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରୁ ନେବେ ଦାୟିତ୍ବ
ଭୁବନେଶ୍ଵର: ବରିଷ୍ଠ ପ୍ରଶାସନିକ ଅଧିକାରୀ ଅନୁ ଗର୍ଗ ହେଲେ ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ। ନୂଆ ବର୍ଷରୁ ଦାୟିତ୍ଵ ଗ୍ରହଣ କରିବେ ଅନୁ ଗର୍ଗ। ୧୯୯୧ ବ୍ୟାଚର ଆଇଏଏସ ଅଫିସର ଅନୁ ବର୍ତ୍ତମାନ ମୁଖ୍ୟ ଶାସନ ସଚିବ ଥିବା ମନୋଜ ଆହୁଜାଙ୍କ ସ୍ଥାନ ନେଇଛନ୍ତି। ଆସନ୍ତା ୩୧ରେ ସରିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁ ଗର୍ଗ ବର୍ତ୍ତମାନ ଉନ୍ନୟନ କମିଶନର ମୁଖ୍ୟ ସଚିବ ଅଛନ୍ତି। […]













