ଓଡ଼ିଶା

ପଲ୍ୟୁସନ ସାର୍ଟିଫିକେଟ ପାଇଁ ଏବେଠୁ ରାଜଧାନୀରେ ଗାଡ଼ି ଚାଳକଙ୍କ ଲମ୍ବାଲାଇନ୍

ଭୁବନେଶ୍ୱର : ଗାଡ଼ିଚାଳକଙ୍କୁ ଘାରିଲାଣି ପଲ୍ୟୁସନ ସାର୍ଟିଫିକେଟ ଭୟ । ରାଜଧାନୀରେ ଦେଖିବାକୁ ମିଳିଛି ଲମ୍ବାଲାଇନ । ଅଧିକ ଫାଇନ ଓ ପେଟ୍ରୋଲ ନ ମିଳିବା ଭୟରେ PUCC ପଏଣ୍ଟମାନଙ୍କରେ ଲାଗିଛି ଏହି ଲମ୍ବା ଲାଇନ । ବାଇକ ଅଟୋ ଓ କାର ନେଇ ଦୀର୍ଘ ସମୟ ଧରି ଧାଡ଼ିରେ ଛିଡ଼ା ହୋଇଛନ୍ତି ଗାଡ଼ି ଚାଳକ। ନୂଆ ବର୍ଷରୁ ଏହି ନିୟମ କଡାକଡି ପାଳନ କରାଯିବାକୁ ଘୋଷଣା ହୋଇଥିବାରୁ ଲୋକଙ୍କ ମଧ୍ୟରେ ଦେଖା ଦେଇଛି ତତ୍ପରତା  । ସେହିପରି […]

ଓଡ଼ିଶା

ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ ବସ୍ , ୨୦ ଛାତ୍ରଛାତ୍ରୀ ଆହତ

ବିନିକା: ଟ୍ରାକ୍ଟରକୁ ଧକ୍କା ଦେଲା ପିକନିକ ବସ୍ । ୨୦ ସ୍କୁଲ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି । ସୋନପୁର ଡୁଙ୍ଗୁରିପାଲି ନିକଟରେ ଜାତୀୟ ରାଜପଥ ୧୨୬(A)ରେ ମଙ୍ଗଳବାର ସ୍କୁଲ ପିକନିକ୍ ପାଇଁ ଯାଉଥିବା ଗୋଟିଏ ବସ୍ ଏକ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ଯାହାଫଳରେ ଅତି କମରେ ୨୦+ ଜଣ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଇନ୍ଦୁରେଖା ରାଇସ୍ ମିଲ୍ ନିକଟରେ ସାଲେପାଲି ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ସେମାନଙ୍କ ଶିକ୍ଷକଙ୍କ ସହିତ […]

ଓଡ଼ିଶା

ମାର୍ବାଡ଼ ମହୋତ୍ସବରେ ଯୋଗ ଦେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଓ ଲୋକସଭା ବାଚସ୍ପତି

ସମ୍ବଲପୁର: ସମ୍ବଲପୁରରେ ଲୋକସଭା ସାଂସଦ ଓମ ବିର୍ଲା, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ସମ୍ବଲପୁରରେ ଆୟୋଜିତ ମାରୱାଡ଼ ମହୋତ୍ସବର ଉଦଯାପନୀ ସମାରୋହରେ ଯୋଗ ଦେଇଛନ୍ତି ।  ରାଜସ୍ଥାନ ଫାଉଣ୍ଡେସନ ଏବଂ ଖେତରାଜପୁର ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ଆୟୋଜିତ ପାଞ୍ଚ ଦିନିଆ ଉତ୍ସବରେ ହଜାର ହଜାର ପ୍ରବାସୀ ରାଜସ୍ଥାନୀ ଏକାଠି ହୋଇଥିଲେ । ଏହି ମହୋତ୍ସବ ଭାରତର ସାଂସ୍କୃତିକ ଏକତା ଓ “ଏକ ଭାରତ-ଶ୍ରେଷ୍ଠ ଭାରତ”ର ଭାବନାକୁ ପ୍ରଦର୍ଶିତ କରୁଛି ବୋଲି […]

ଓଡ଼ିଶା

କେବେ ଦୂର ହେବ ମଣ୍ଡି ସମସ୍ୟା ? ଶୀତ କାକରରେ ସାରା ରାତି ଧାରଣାରେ ବସିଲେ ଚାଷୀ

ଉମରକୋଟ: ସରୁନି ମଣ୍ଡି ସମସ୍ୟା ।  ପ୍ରବଳ ଥଣ୍ଡାକୁ ଖାତିର ନକରି ହାକ ପାଇଁ ରାଜରାସ୍ତାରେ ଧାରଣା ।  ଶୀତ କାକରରେ ରାତି ସାରା ଧାରଣାରେ ବସିଛନ୍ତି ଚାଷୀ ।  ଧାନ ଓ ମକା ଅଭାବୀ ବିକ୍ରିକୁ ନେଇ ନବରଙ୍ଗପୁର ଜିଲ୍ଲାର ୩ଟି ବ୍ଲକ ତଥା ଉମରକୋଟ, ଝରୀଗାଁ ଓ ରାଇଘର ବ୍ଲକରେ ଚକଅଖ ବନ୍ଦ କରି ଧାରଣାରେ ବସିଛନ୍ତି ଚାଷୀ । ଆନ୍ଦୋଳନକାରୀଙ୍କ ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଥିଲା ମଧ୍ୟ ବିଫଳ ହୋଇଛି ।  […]

ଜାତୀୟ

ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କଲେ ପୂର୍ବତନ ଆଇଜି

ପଞ୍ଜାବ: ପଞ୍ଜାବର ପୂର୍ବତନ ଆଇଜି ତଥା ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ଅମର ସିଂହ ଚହଲ ସୋମବାର ନିଜକୁ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚହଲଙ୍କ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। କ’ଣ ପାଇଁ ସେ ଏଭଳି ପଦକ୍ଷେପ ନେଲେ ତାହା ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ଘଟଣାସ୍ଥଳରୁ ଏକ ହାତଲେଖା କପିକୁ ପୁଲିସ ଜବତ କରିଛି। ଚହଲ ଆର୍ଥିକ କ୍ଷେତ୍ରରେ ଗୁରୁତର ଭାବେ କ୍ଷତି ସହିଥିବା ଉକ୍ତ […]

ଜାତୀୟ

ବାଂଲାଦେଶରେ ହାଦୀ ପରେ ଆଉ ଜଣେ ନେତାଙ୍କୁ ଗୁଳି

ବାଂଲାଦେଶ: ବାଂଲାଦେଶରେ ଥମୁନି ହିଂସା। ଯୁବନେତା ଶରିଫ ଓସମାନ ବିନ୍‌ ହାଦୀଙ୍କୁ ହତ୍ୟା କରାଯିବା ପରେ ଦେଶରେ ହିଂସା ଉଗ୍ର ରୂପ ନେଇଥିବାବେଳେ ସୋମବାର ଆଉ ଜଣେ ନେତାଙ୍କୁ ଗୁଳି କରାଯାଇଛି। ସେହି ନେତା ଜଣକ ହେଉଛନ୍ତି ମହମ୍ମଦ ମୋତାଲେବ ସିକ୍‌ଦାର। ସେ ବାଂଲାଦେଶ ନେସନାଲ ସିଟିଜନେ ପାର୍ଟି(ବିଏନସିପି)ର ଖୁଲନା ଡିଭିଜନାଲ ମୁଖ୍ୟ। ତାଙ୍କ ମୁଣ୍ଡରେ ଗୁଳି ବାଜିଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଖୁଲନା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବାଂଲାଦେଶର ସୋନାଦଙ୍ଗା ଅଞ୍ଚଳର ଶେକପଡ଼ା […]

ଜାତୀୟ

ଲାଞ୍ଚ ନେଇ ବନ୍ଧା ହେଲେ ଲେଫ୍ଟନାଣ୍ଟ କର୍ଣ୍ଣେଲ

ନୂଆଦିଲ୍ଲୀ: ତିନି ଲକ୍ଷ ଟଙ୍କା ଲାଞ୍ଚ ଗ୍ରହଣ କରୁଥିବାବେଳେ ସିବିଆଇ ପକ୍ଷରୁ  ସେନାରେ କାର୍ଯ୍ୟରତ ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲଙ୍କୁ ଗିରଫ କରାଯାଇଛି। ​‌େ​‌ଡପୁଟେସନରେ ଆସିଥିବା ଲେଫ୍ଟନାଣ୍ଟ କର୍ଣ୍ଣେଲ ଦୀପକ କୁମାର ଶର୍ମା ବର୍ତ୍ତମାନ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନସ୍ଥ ପ୍ରତିରକ୍ଷା ଉତ୍ପାଦନ ବିଭାଗରେ ଡେପୁଟି ପ୍ଲାନିଂ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ, ରପ୍ତାନୀ ଏବଂ ଅନ୍ୟ କାରବାରରେ ସଂପୃକ୍ତ ଘରୋଇ ଓ ବିଦେଶୀ କମ୍ପାନୀ ନିକଟରୁ ଦୀପକ ନିୟମିତ ଭାବେ ଲାଞ୍ଚ ଗ୍ରହଣ କରି […]

ଜାତୀୟ

KLM ଫ୍ଲାଇଟକୁ ବୋମା ଧମକ

ହାଇଦ୍ରାବାଦ :  ଆମଷ୍ଟରଡାମରୁ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସୁଥିବା KLM ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ । ଧମକ ଆସିବା ପରେ ହଇଚଇ ସୃଷ୍ଟି କରିଛି । ବିଳମ୍ବିତ ରାତିରେ ମେଲ୍ ଆସିବା ପରେ ସୁରକ୍ଷା ଏଜେନ୍ସିଗୁଡିକୁ ସତର୍କ କରାଯାଇଛି । ସୂଚନାନୁଯାୟୀ, ଗତକାଲି ରାତି ପ୍ରାୟ ୧୨ଟା ସମୟରେ ଆମଷ୍ଟରଡାମରୁ ଆସୁଥିବା KLM  ଏୟାରଲାଇନ୍ସର ଏକ ବିମାନକୁ ବୋମା ଧମକ ମିଳିଥିଲା । ବିପଦ ସମ୍ପର୍କରେ ସୂଚନା ପାଇବା ମାତ୍ରେ ବିମାନବନ୍ଦରର କର୍ତ୍ତୁପକ୍ଷ […]

ଜାତୀୟ

ମଝି ଆକାଶରେ ଇଞ୍ଜିନ୍ ଫେଲ୍, ଏମରଜେନ୍ସି ଲ୍ୟାଣ୍ଡିଂ କଲା ବିମାନ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନର ଇଞ୍ଜିନ୍ ଫେଲ୍ । ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେବାରୁ ଜରୁରୀ ଅବତରଣ  ହୋଇଥିବା ସୂଚନା ମିଳିଛି ।ସୂଚନାନୁଯାୟୀ, ଏମରଜେନ୍ସି ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ । ଟେକଅପ କରିବାର କିଛି ସମୟ ପରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କରିଥିଲା । ଆଜି ସକାଳେ ଦିଲ୍ଲୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ସମୟରେ ବିମାନର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା […]

ଜାତୀୟ

ବାଂଲାଦେଶରେ ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ: ଶେଖ୍ ହସିନା

ବାଂଲାଦେଶ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ବଡ଼ ବୟାନ । ଭାରତ-ବିରୋଧୀ ମନୋଭାବ ପଛରେ ଉଗ୍ରବାଦୀଙ୍କ ହାତ। ୟୁନୁସ୍ ସରକାର ଅପରାଧୀଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଉଗ୍ରବାଦୀଙ୍କୁ ଉତ୍ସାହିତ କରୁଥିବା ହସିନା ଅଭିଯୋଗ କରିଛନ୍ତି । ଯେଉଁମାନେ ମୋତେ ଦେଶ ଛାଡ଼ିବାକୁ ବାଧ୍ୟ କଲେ, ସେମାନେ ଏବେ କ୍ଷମତାରେ। ଭାରତ ଓ ବାଂଲାଦେଶର ସମ୍ପର୍କ ଚିରସ୍ଥାୟୀ, ଅନ୍ତରୀଣ ସରକାର ନୁହେଁ । ଏକ ସାକ୍ଷାତକାରରେ ହସିନା, ମହମ୍ମଦ ୟୁନୁସ୍ ସରକାରଙ୍କ ଉପରେ ବର୍ଷିଛନ୍ତି । ଭାରତ-ବିରୋଧୀ […]

LOKA SAMACHAR @2026. All Rights Reserved || Developed By CBSPL