ଓଡ଼ିଶା

ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ, କୋଟିଏ ଟଙ୍କାର ରେଞ୍ଜ ରୋଭର ଜବତ

ଭୁବନେଶ୍ଵର: ରାଜା ଚକ୍ରର ସାମ୍ରାଜ୍ୟ ଉପରେ ପୁଣି EOW ର ଚଢାଉ। ଏହି ସମୟରେ ରାଜଧାନୀରୁ ଦାମୀ ଗାଡି ଜବତ କରିଛି ଏଜେନ୍ସି। ଏକ କୋଟିରୁ ଉର୍ଦ୍ଧ ଟଙ୍କାର ରେଞ୍ଜ ରୋଭର ଜବତ ହୋଇଛି। ଏହା ପୂର୍ବରୁ ୫୫ ଗାଡି ଜବତ କରିବା ସହ ୩୫ ଲକ୍ଷ ଫ୍ରିଜ କରାଯାଇଛି। ରାଜାଚକ୍ର ମାମଲାରେ ୫ ଜଣଙ୍କୁ ଗିରଫ କରିଥିଲା EOW। ସୂଚନା ଅନୁଯାୟୀ, ଜବତ ରେଞ୍ଜ ରୋଭର ଗାଡ଼ିର ମାଲିକାନା ମୁଖ୍ୟ ଅଭିଯୁକ୍ତ ଶଙ୍କର ମିନେରାଲ୍ସ ସଂସ୍ଥାର […]

ଓଡ଼ିଶା

୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର, ସୃଷ୍ଟି ହେବ ୭,୪୦୦ରୁ ଅଧିକ ନିଯୁକ୍ତି

ଭୁବନେଶ୍ଵର: ରାଜ୍ୟ ସରକାର ସିଙ୍ଗିଲ ଉଇଣ୍ଡୋ କ୍ଳିଅରାନ୍ସ ଦ୍ୱାରା ୧,୩୩୩ କୋଟି ନିବେଶକୁ ଅନୁମୋଦନ କରିଛନ୍ତି। ଏହା ଦ୍ଵାରା ୭,୪୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ | ସାତଟି ଜିଲ୍ଲାକୁ ଅନ୍ତର୍ଭୁକ୍ତ କରି ୧୧ ଟି ନିବେଶ ପ୍ରସ୍ତାବକୁ ମଞ୍ଜୁର କରାଯାଇଛି। ଆଜି ଲୋକସେବା ଭବନରେ ଆଜି ଅନୁଷ୍ଠିତ ହୋଇଛି ରାଜ୍ୟ ସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱରେ ଓଡିଶା ସରକାର ଶିଳ୍ପ ଅଭିବୃଦ୍ଧିକୁ ଆଗେଇ […]

ଓଡ଼ିଶା

ରାଜ୍ୟ ସରକାରଙ୍କ ବଡ଼ ଯୋଜନା, ୬୪୫ କିଲୋମିଟରର ଦୀର୍ଘ ୩ଟି ରିଙ୍ଗ୍ ରୋଡ୍ ହେବ ନିର୍ମାଣ

ଭୁବନେଶ୍ଵର: ଆଜି ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅଞ୍ଚଳକୁ ନେଇ ଇକୋନୋମିକ୍ ରିଜିଅନ୍ ଗଠନ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମଗ୍ର ଅଞ୍ଚଳରେ ଥିବା ସହର ଗୁଡିକୁ ‘ଗ୍ରୋଥ୍ ହବ୍’ ଭାବେ ବିକଶିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ବୈଠକରେ ପରାମର୍ଶ ଦେଇଛନ୍ତି। ବୈଠକରୁ ଜଣାଯାଇଛି ଯେ, ଏହି ଇକୋନୋମିକ୍ ରିଜିଅନରେ ୩ଟି ରିଙ୍ଗ୍ ରୋଡ୍ ନିର୍ମାଣ କରାଯିବ। ଏଥିରେ କ୍ୟାପିଟାଲ ରିଙ୍ଗ୍ […]

Uncategorized ଓଡ଼ିଶା

ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ, ୪ ସ୍ଥାନରେ ଚଢ଼ଉ

ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ସେଟେଲମେଣ୍ଟ (ବନ୍ଦୋବସ୍ତ) ଅଫିସରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ବରିଷ୍ଠ ରାଜସ୍ୱ ସହାୟକ(SRA)ବାସୁଦେବ ଭୋଇଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରାଯାଇଛି। ଏନେଇ ତାଙ୍କର ଚାରୋଟି ସମ୍ପତ୍ତି ଥିବା ସ୍ଥାନରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଚଢ଼ଉ କରିଛନ୍ତି। ସମ୍ବଲପୁରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡ଼ିଶା ଭିଜିଲାନ୍ସର ୨ ଜଣ DSP, ୮ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ବରଗଡ଼ […]

ଓଡ଼ିଶା

ଶୀତକାଳୀନ ଛୁଟି ପାଇଁ ଡିସେମ୍ବର ୨୫ରୁ ଓଡ଼ିଶା ହାଇକୋର୍ଟ ବନ୍ଦ

କଟକ: ଓଡ଼ିଶା ହାଇକୋର୍ଟଙ୍କ ପକ୍ଷରୁ ଡିସେମ୍ବର ୨୫ ତାରିଖରୁ ଶୀତକାଳୀନ ଛୁଟି ଘୋଷଣା କରାଯାଇଛି। ଫଳରେ ବୁଧବାର ନିୟମିତ କୋର୍ଟ ଅଧିବେଶନର ଶେଷ କାର୍ଯ୍ୟ ଦିବସ ରହିଛି। ୫ ଜାନୁଆରି ୨୦୨୬ ସୋମବାର ଠାରୁ କୋର୍ଟ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟ ଆରମ୍ଭ କରିବେ। ଜାରି ହୋଇଥିବା ଏକ ବିଜ୍ଞପ୍ତିରେ, ହାଇକୋର୍ଟ ୨ ଜାନୁଆରି ୨୦୨୬ (ଶୁକ୍ରବାର)କୁ ଏକ ସ୍ୱତନ୍ତ୍ର ଛୁଟି ଦିନ ଭାବରେ ଘୋଷଣା କରିଛନ୍ତି। ଏହା ବଦଳରେ କୋର୍ଟ ୬ ମାର୍ଚ୍ଚ ୨୦୨୬ ଶନିବାର ଦିନ […]

ଓଡ଼ିଶା

ଫେବ୍ରୁଆରିରୁ ବିନା ପିୟୁସିରେ ପେଟ୍ରୋଲ ମିଳିବ ନାହିଁ, ‌ମାସେ ବଢ଼ିଲା ସମୟ ସୀମା

ଭୁବନେଶ୍ବର: ଓଡ଼ିଶା ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଯାନବାହନ ମାଲିକମାନଙ୍କୁ ଅତ୍ୟାବଶ୍ୟକୀୟ କାଗଜପତ୍ର ନବୀକରଣ କରିବା ପାଇଁ ସମୟ ସୀମା ଗୋଟିଏ ମାସ ବଢ଼ାଇଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ଏବଂ ପ୍ରଦୂଷଣ ନିୟନ୍ତ୍ରଣ ପଦକ୍ଷେପକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା‌ବେଳେ ଏଥିରୁ ଗାଡ଼ି ଚାଳକମାନଙ୍କୁ ସାମୟିକ ଆଶ୍ୱସ୍ତି ମିଳିଛି ଏହି ଗ୍ରେସ ପିରିୟଡରେ ଗାଡ଼ି ମାଲିକମାନେ ସେମାନଙ୍କର ପଞ୍ଜୀକରଣ ପ୍ରମାଣପତ୍ର (RC), ଫିଟନେସ୍ ପ୍ରମାଣପତ୍ର, ପ୍ରଦୂଷଣ ନିୟନ୍ତ୍ରଣ […]

ଓଡ଼ିଶା

ପୀଡିତାଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା

ଭୁବନେଶ୍ବର : ଚାନ୍ଦବାଲିରେ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖମନ୍ତ୍ରୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଘଟଣାରେ ଦୋଷୀକୁ କୋଠର ରୁ ଅତି କୋଠର ଦଣ୍ତବିଧାନ କରାଯିବ। ଆଜି […]

ଓଡ଼ିଶା

ଚାନ୍ଦବାଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ଘଟଣା : ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତ ଗିରଫ, ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍‌ର ଛାନଭିନ

ଭଦ୍ରକ ୨୪।୧୨: ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଜଗତସିଂହପୁରରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଗିରଫ ନେଇ ସୂଚନା ଦେଲେ ଭଦ୍ରକ ଏସ୍‌ପି ମନୋଜ ରାଉତ । ଏସ୍‌ପିଙ୍କ ସୂଚନା ଅନୁସାରେ ଗାଁରେ ଗୋଟିଏ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ ରହିବେ । DIG ମଧ୍ୟ ଘଟଣାସ୍ଥଳକୁ ଯାଇ ସମୀକ୍ଷା କରିବେ ବୋଲି ଏସ୍‌ପି କହିଛନ୍ତି […]

ଓଡ଼ିଶା

ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍

କଟକ ୨୪।୧୨: ବିବାଦ ଘେରରେ ଓଡ଼ିଶା ସାଇକେଲିଂ ଆସୋସିଏସନ୍ । ଉତ୍ତରାଖଣ୍ଡରେ ଆୟୋଜିତ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯାଇଥିବା ଖେଳାଳି ମାନଙ୍କୁ ମୁଣ୍ଡ ମାଲିସ ଓ ଘସା ମୋଡାରେ ଲଗାଇବା ସହ କୋଚ୍‌ ମାଡ଼ ମାରିଥିଲେ ଫିଟର । କାହିଁକି ଫିଟର ଟିମ୍ ସହ ଉତ୍ତରାଖଣ୍ଡ ଯାଇଥିଲେ ଓ ଯିବା ପାଇଁ କିଏ ଅନୁମତି ଦେଇଥିଲା ତାହାକୁ ନେଇ ପ୍ରଶ୍ନ ଉଠିଛି । ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡର ରୁଦ୍ରପୁରରେ ଚାଲିଥିବା ଜାତୀୟ ସ୍ତରର […]

ଓଡ଼ିଶା

ଓଡିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ- ରାଜସ୍ଵମନ୍ତ୍ରୀ

ଭୁବନେଶ୍ୱର- ଆନ୍ଧ୍ର ଅଧିକାରୀ ମାନେ କୋଟିଆକୁ ପ୍ରବେଶ କଲେ ସେମାନଙ୍କୁ ବନ୍ଧାଯିବ ବୋଲି ଓଡିଶାର ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। କୋଟିଆ ପ୍ରସଙ୍ଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଆନ୍ଧ୍ରର ଲୋକମାନେ କୋଟିଆକୁ ବୁଲିବାକୁ ଆସିପାରିବେ ବୋଲି ବୈଠକ ସରିବା ପରେ ରାଜସ୍ଵ ମନ୍ତ୍ରୀ କହିଛନ୍ତି । ଓଡିଶା କୋଟିଆର ହେଉଛି ମାଆ, ଆନ୍ଧ୍ର ହେଉଛି ମାଉସୀ। ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ମାଉସୀ ଆବଶ୍ୟକତା ନାହିଁ ବୋଲି ସୁରେଶ ପୂଜାରୀ କହିଛନ୍ତି। ଆମ ସରକାର […]

LOKA SAMACHAR @2026. All Rights Reserved || Developed By CBSPL