ଓଡ଼ିଶା

ଓଡିଶା କୋଟିଆର ମାଆ, ଆନ୍ଧ୍ର ହେଉଛି ମାଉସୀ- ରାଜସ୍ଵମନ୍ତ୍ରୀ

ଭୁବନେଶ୍ୱର- ଆନ୍ଧ୍ର ଅଧିକାରୀ ମାନେ କୋଟିଆକୁ ପ୍ରବେଶ କଲେ ସେମାନଙ୍କୁ ବନ୍ଧାଯିବ ବୋଲି ଓଡିଶାର ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
କୋଟିଆ ପ୍ରସଙ୍ଗକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ଆନ୍ଧ୍ରର ଲୋକମାନେ କୋଟିଆକୁ ବୁଲିବାକୁ ଆସିପାରିବେ ବୋଲି ବୈଠକ ସରିବା ପରେ ରାଜସ୍ଵ ମନ୍ତ୍ରୀ କହିଛନ୍ତି । ଓଡିଶା କୋଟିଆର ହେଉଛି ମାଆ, ଆନ୍ଧ୍ର ହେଉଛି ମାଉସୀ। ମାଆ ବଞ୍ଚିଥିବା ପର୍ଯ୍ୟନ୍ତ ମାଉସୀ ଆବଶ୍ୟକତା ନାହିଁ ବୋଲି ସୁରେଶ ପୂଜାରୀ କହିଛନ୍ତି।
ଆମ ସରକାର ପାଇଁ ଭୁବନେଶ୍ଵର ଯେତିକି ଗୁରୁତ୍ଵପୁର୍ଣ୍ଣ କୋଟିଆ ମଧ୍ୟ ସେତିକି ଗୁରୁତ୍ଵପୁର୍ଣ୍ଣ। କୋଟିଆ ଗାଁକୁ ବିକଶିତ କରିବା ପାଇଁ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଉଛି। ଆନ୍ଧ୍ର ଅଧିକାରୀ ମାନେ କୋଟିଆ ଗାଁର ଲୋକମାନଙ୍କୁ ପ୍ରଲୋଭିତ କଲେ କି ଲିଫଲେଟ୍ ବାଣ୍ଟିଲେ ସେମାନଙ୍କ ଉପରେ କଡା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ନେଇ ରାଜସ୍ଵ ମନ୍ତ୍ରୀ କହିଛନ୍ତି। ବିଭିନ୍ନ ସମୟରେ ଦେଖାଯାଏ ଯେ କୋଟିଆର ଅଧିକାରୀ ମାନେ କୋଟିଆର ଗାଁରେ ପଶି ସେମାନଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇଥାଆନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL