ଜାତୀୟ

ଭାରତୀୟଙ୍କ ପାଇଁ ବାଂଲାଦେଶୀ ଭିସା ସେବା ବନ୍ଦ

ନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଭିସା ସେବା ବନ୍ଦ କଲା ବାଂଲାଦେଶ ।  ଭାରତର ଭିସା ସେବା ବନ୍ଦ କରିବା ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଏହି ନିଷ୍ପତ୍ତି ନେଇଛି ।  ବାଂଲାଦେଶର ବିଚ୍ଛିନ୍ନତାବାଦୀ ନେତା ଶରିଫ ଉସମାନ ହାଦିଙ୍କ ମୃତ୍ୟୁ ପରେ ଦୁଇ ଦେଶ ମଧ୍ୟରେ ବିବାଦ ତେଜୁଛି ।  ଢାକା ଏବଂ ବାଂଲାଦେଶର ବିଭିନ୍ନ ହାଇକମିଶନର କାର୍ଯ୍ୟାଳୟ ଆଗରେ ବାଂଲାଦେଶ ପକ୍ଷରୁ ବିରୋଧ ପ୍ରଦର୍ଶନ ହୋଇଥିଲା ।  ହିଂସାତ୍ମକ ପ୍ରଦର୍ଶନ ପରେ ବାଂଲାଦେଶରେ ଭିସା ସେବା କେନ୍ଦ୍ର ବନ୍ଦ କରିଥିଲା ଭାରତ ।  ଜବାବରେ ନୂଆଦିଲ୍ଲୀରେ ଥିବା ବାଂଲାଦେଶ ହାଇକମିଶନ ସମସ୍ତ ପ୍ରକାରର ଭିସା ଏବଂ କନସୁଲାର ସେବାକୁ ସାମୟିକ ଭାବେ ବନ୍ଦ କରିଦେଇଛନ୍ତି।

କେବଳ ଦିଲ୍ଲୀ ନୁହେଁ, ପଶ୍ଚିମବଙ୍ଗର ସିଲିଗୁଡ଼ି ଏବଂ ତ୍ରିପୁରାର ଅଗରତାଲାରେ ଥିବା ବାଂଲାଦେଶୀ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସେମାନଙ୍କର ସେବା ସ୍ଥଗିତ ରଖିଛନ୍ତି। ୨୦ ଡିସେମ୍ବରରେ ‘ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ସେନା’ର ପ୍ରାୟ ୨୦-୨୫ ଜଣ ସଦସ୍ୟ ଦିଲ୍ଲୀସ୍ଥିତ ବାଂଲାଦେଶ ହାଇକମିଶନ ବାହାରେ ବିକ୍ଷୋଭ କରିଥିଲେ। ବାଂଲାଦେଶରେ ହିନ୍ଦୁ ଯୁବକ ଦୀପୁ ଚନ୍ଦ୍ର ଦାସଙ୍କ ହତ୍ୟାକୁ ବିରୋଧ କରି ଏହି ଆନ୍ଦୋଳନ ହୋଇଥିଲା। ଭାରତ ଏହାକୁ ଏକ ସାଧାରଣ ଓ ଶାନ୍ତିପୂର୍ଣ୍ଣ ବିକ୍ଷୋଭ କହିଥିବା ବେଳେ ବାଂଲାଦେଶ ଏହାକୁ ନିଜ କର୍ମଚାରୀଙ୍କ ସୁରକ୍ଷା ପ୍ରତି ବିପଦ ବୋଲି ଦର୍ଶାଇ କାର୍ଯ୍ୟ ବନ୍ଦ କରିଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL