ଜାତୀୟ

ଭୂକମ୍ପ ଝଟକାରେ ଥରିଲା ତାଇୱାନ, ତୀବ୍ରତା ୭.୦

ତାଇପେଇ : ଭୂକମ୍ପ ଝଟକାରେ ଥରିଲା ତାଇୱାନ ରାଜଧାନୀ ତାଇପେଇ । ଶନିବାର ବିଳମ୍ବିତ ରାତିରେ ତାଇୱାନର ଉତ୍ତର-ପୂର୍ବ ଉପକୂଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୭.୦ ରହିଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ୟିଲାନ୍ ଜିଲ୍ଲାରୁ ପ୍ରାୟ ୩୦ କିଲୋମିଟର ଦୂର ସମୁଦ୍ର ମଧ୍ୟରେ ଥିଲା । ରାଜଧାନୀ ତାଇପେଇ ସମେତ ସାରା ଦ୍ୱୀପରେ ଶକ୍ତିଶାଳୀ କମ୍ପନ ଅନୁଭୂତ ହୋଇଛି । ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଏଯାଏ […]

ଓଡ଼ିଶା

ବିଜେଡିର ଯୁବ ଓ ଛାତ୍ର ଶାଖାର ରାଜ୍ୟ କମିଟି କର୍ମକର୍ତ୍ତା ଘୋଷିତ

ଭୁବନେଶ୍ୱର : ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡିର ଯୁବ ଓ ଛାତ୍ର ଶାଖାର ରାଜ୍ୟ କମିଟି କର୍ମକର୍ତ୍ତା ଘୋଷଣା କରାଯାଇଛି । ଯୁବ ବିଜେଡିର ୪ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୧୬୦ଜଣ କର୍ମକର୍ତ୍ତା ଓ ଛାତ୍ର ବିଜେଡିର ୫ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ମିଶାଇ ୧୪୫ଜଣ କର୍ମକର୍ତ୍ତା ଘୋଷଣା କରାଯାଇଛି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି  ଚିନ୍ମୟ ସାହୁ କହିଥିଲେ, […]

ଓଡ଼ିଶା

ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇଲେ ଦମ୍ପତି, ୫ ବର୍ଷର ପୁଅକୁ ଛାଡ଼ି ଚାଲିଗଲେ ବାପା-ମାଆ

ଅନୁଗୋଳ: ସୀମା ଟପିଗଲା ସ୍ବାମୀ-ସ୍ତ୍ରୀ କଳି। ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇଦେଲେ ଉଭୟେ। ଜଙ୍ଗଲ ଭିତରେ ସାରା ରାତି ଜଗି ରହିଲା ୫ ବର୍ଷର ପୁଅ। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରୁ। ସୂଚନା ଅନୁସାରେ, ସ୍ବାମୀ ଜଣକ ନିଜ ସ୍ତ୍ରୀ ଓ ୫ବର୍ଷର ପୁଅକୁ ଧରି ବୁଲିବାକୁ ଶ୍ଵଶୁର ଘରକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ବେଳେ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା। ଯାହାଫଳରେ ସେମାନେ […]

ଓଡ଼ିଶା

ନୂଆବର୍ଷରେ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲିବା ନିଷ୍ପତ୍ତିକୁ ବିରୋଧ

ପୁରୀ: ଆସନ୍ତା ଜାନୁୟାରୀ ୧ ନୂଆବର୍ଷ ପାଇଁ ମଧ୍ୟରାତ୍ରରୁ ଶ୍ରୀମନ୍ଦିର ଖୋଲାଯିବ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ମହାପ୍ରଭୁଙ୍କୁ କାହିଁକି ଅନିଦ୍ରା ରଖାଯିବ​‌ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମହେଶ୍ଵର ସାହୁ। ଏ ନେଇ ସେ ଗଜପତି ମହାରାଜା, ଆଇନ ମନ୍ତ୍ରୀ ଏବଂ ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ପ୍ରତିବାଦ ଜଣାଇଛନ୍ତି। ମହେଶ୍ଵର ଚିଠିରେ ଲେଖିଛନ୍ତି ଯେ, ଧାର୍ମିକ ତଥା ପରମ୍ପରା ଦୃଷ୍ଟିକୋଣରୁ ଏହି ନିଷ୍ପତ୍ତି ଆଦୌ ସମୀଚିନ ନୁହେଁ। ପ୍ରତିବର୍ଷ ଏପରି ନିଷ୍ପତ୍ତିକୁ […]

ଓଡ଼ିଶା

ରଥଯାତ୍ରା ପୂର୍ବରୁ ସରିବ ରତ୍ନଭଣ୍ଡାର ଗଣତି ମଣତି: ଆଇନ ମନ୍ତ୍ରୀ

ଭୁବନେଶ୍ଵର: ରତ୍ନଭଣ୍ଡାର ଗଣତି ମଣତି ନେଇ ଏସ୍‌ଓପି ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ଗଣତି ମଣତି ନେଇ ଏସ୍‌ଓପି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଉଚ୍ଚସ୍ତରୀୟ କମିଟିରେ ଏନେଇ ଆଲୋଚନା ହୋଇଛି। କମିଟି ଏକ ପୂର୍ଣ୍ଣ୍ରାଙ୍ଗ ଏସ୍‌ଓପି ସରକାରଙ୍କ ପାଖକୁ ପଠାଇବେ। ସରକାରଙ୍କ ପାଖରୁ ଏସ୍‌ଓପି ଆସିଲେ ଗଣତି ମଣତିର ବାଟ ଖୋଲିବ। ରଥଯାତ୍ରା ପୂର୍ବରୁ ଗଣତି ମଣତି ସାରିବାକୁ କମିଟି ନିଷ୍ପତ୍ତି ନେଇଛି। ଭକ୍ତଙ୍କ ଦର୍ଶନ ଏବଂ ନୀତିକାନ୍ତିକୁ ଧ୍ୟାନରେ ରଖି […]

ଓଡ଼ିଶା

ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତା, ଫେରିଲେ ପର୍ଯ୍ୟଟକ

ଭୁବନେଶ୍ଵର: ଫିକା ପଡ଼ିଲା ରବିବାର। ଭୁବନେଶ୍ୱର ଶିଖରଚଣ୍ଡୀ ପାହଡ଼ରେ ଦୁଇ ଦନ୍ତା ହାତୀ ଥିବାରୁ ଆଜି ପର୍ଯ୍ୟଟକ ମାନଙ୍କ ପାଇଁ ଶିଖରଚଣ୍ଡୀ ବନ୍ଦ ରହିଛି। ରବିବାର ଥିବାରୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସି ଫେରି ଯାଉଛନ୍ତି। ସୂଚନା ମୂତାବକ ଗତ ତିନି ଦିନ ହେବ ଦୁଇଟି ବଡ ଦନ୍ତା ହାତୀ ଶିଖରଚଣ୍ଡୀ ପାହାଡରେ ଡେରା ପକାଇଛନ୍ତି । ହାତୀ ବୁଲୁଥିବାରୁ ପାହାଡକୁ ଯିବାକୁ ବାରଣ କରିଛି ବନ ବିଭାଗ । ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ […]

ଓଡ଼ିଶା

୩ ଶାବକ ଜନ୍ମ ଦେଲା ବାଘୁଣୀ ଜୟଶ୍ରୀ: ୨ ମୃତ, ଗୋଟିଏ ଜୀବିତ

ବରାଙ୍ଗ:ମା ହେଲା ବାଘୁଣୀ ‘ଜୟଶ୍ରୀ’। ନନ୍ଦନକାନନକୁ ନୂଆବର୍ଷ ଭେଟି। ପ୍ରାଣୀଉଦ୍ୟାନ ନନ୍ଦନକାନନର ବାଘୁଣୀ ଜୟଶ୍ରୀ ଗତକାଲି ୩ ଟି ଶାବକ ଜନ୍ମ ଦେଇଛି । ୨ଟି ଶାବକର ମୃତ୍ୟୁ ଘଟିଥିବାବେଳେ ଜଣେ ଶାବକ ଜୀବିତ ଥିଲା। ହେଲେ ତାକୁ ମାଆ ଗ୍ରହଣ କରିନଥିଲା। ଶାବକଟିକୁ ଶିଶୁ ଲାଳନ ପାଳନ କେନ୍ଦ୍ରରେ ରଖାଯାଇ ଯତ୍ନ ନିଆଯାଉଛି।ଅପ୍ରାପ୍ତ ବୟସରେ ବାଘୁଣୀ ମା ହେବାରୁ ସେ ସଠିକ୍ ଭାବେ ଶାବକଙ୍କ ଯତ୍ନ ନେଇ ପାରିନି,ଏଥିସହ ଶାବକଙ୍କୁ ସ୍ତନ୍ୟପାନ ମଧ୍ୟ କରାଇ ପାରିନାହିଁ […]

ଓଡ଼ିଶା

ଧଉଳି ପରିଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର

ଭୁବନେଶ୍ୱର : ଧଉଳି ବୁଲି ଦେଖିଲେ ମୁଖ୍ୟ ନିର୍ବାଚନ କମିଶନର ।  ଏହାପୂର୍ବରୁ ପୁରୀ ଜିଲ୍ଲାର ଐତିହ୍ୟ ଗ୍ରାମ ରଘୁରାଜପୁର ପରିଦର୍ଶନ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର  l  ରଘୁରାଜପୁରରେ ପହଞ୍ଚିବା ପରେ ତାଙ୍କୁ ଗ୍ରାମବାସୀ ଓ ପ୍ରଶାସନ ତରଫରୁ ସ୍ୱାଗତ କରାଯାଇଥିଲା ।  ରଘୁରାଜପୁର ପଟ୍ଟଚିତ୍ର, ଗୋବର କଣ୍ଢେଇ,ପେପର ମାସ୍କ ଆଦିକୁ ଦେଖିଥିଲେ ସିଇସି । ପଟ୍ଟଚିତ୍ରରେ ନିଖୁଣ ଭାବେ ଚିତ୍ରିତ ହୋଇଥିବା ବିଭିନ୍ନ ବିଷୟବସ୍ତୁ, ଓଡ଼ିଶାର କଳା, ସଂସ୍କୃତି,ପରମ୍ପରା, ରାମାୟଣ, ମହାଭାରତ, କୃଷ୍ଣଲୀଳାକୁ […]

ଓଡ଼ିଶା

ନୂଆବର୍ଷ ପାଇଁ କେନ୍ଦ୍ରାଞ୍ଚଳ ୭ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ୧୫୦ ପ୍ଲାଟୁନ ଫୋର୍ସ ମୁତୟନ

ଭୁବନେଶ୍ୱର  : କେନ୍ଦ୍ରାଞ୍ଚଳ ୭ ଜିଲ୍ଲାରେ ନୂଆବର୍ଷ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା । ନୂଆବର୍ଷ ପାଇଁ ମୁତୟନ ହେବେ ୧୫୦ ପ୍ଲାଟୁନ ପୋଲିସ ଫୋର୍ସ। ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁରରେ ମୁତୟନ ହେବେ ଫୋର୍ସ । ପୁରୀ ସମୁଦ୍ରକୂଳରୁ ଯାଜପୁରର ଐତିହ୍ୟ ସ୍ଥଳ ଯାଏଁ ସୁରକ୍ଷାକୁ ଫୋକସ । ମେରାଇନ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ସମୁଦ୍ରକୂଳରେ ମୁତୟନ ହେବେ ୧୭୯ ଲାଇଫ ଗାର୍ଡ । ପୁରୀ ବ୍ଲୁ ଫ୍ଲାଗ ବିଚ୍, […]

ଓଡ଼ିଶା

ମଝି ଦରିଆରେ ଫସିଲା ଲଞ୍ଚ, ଅଳ୍ପକେ ବର୍ତ୍ତିଲେ ୨୩ ପର୍ଯ୍ୟଟକ

ଜଳେଶ୍ୱର :  ମଝି ଦରିଆରେ ଫସିଲା ଲଞ୍ଚ । ଇଞ୍ଜିନ ଖରାପ ହେବାରୁ ମଝି ସମୁଦ୍ରରେ ଫସିଲେ ପର୍ଯ୍ୟଟକ । ପୋଲିସର ସହାୟତା ଯୋଗୁଁ ବଡ଼ ଅଘଟଣରୁ ବର୍ତ୍ତିଗଲେ ୨୩ ପର୍ଯ୍ୟଟକ । ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥ ଧାମ ଦର୍ଶନକୁ ଯାଉଥିବା ବେଳେ ଲଞ୍ଚର ଇଞ୍ଜିନ ଖରାପ ହେବାରୁ ମଝି ସମୁଦ୍ରରେ ଫସି ରହିଥିଲେ ପର୍ଯ୍ୟଟକ । ଦୀଘା ମୋହନାଠାରୁ ପ୍ରାୟ ୩୦ ମିନିଟ୍ ଦୂରରେ ଲଞ୍ଚଟି ଅଚଳ ହୋଇପଡ଼ିଥିଲା । ତୁରନ୍ତ ଯାତ୍ରୀମାନେ ପୂର୍ବ ମେଦିନୀପୁର ଜିଲ୍ଲା ପୋଲିସର […]

LOKA SAMACHAR @2026. All Rights Reserved || Developed By CBSPL