ଓଡ଼ିଶା

ସୁନାବେଡ଼ା-ଦାତୁନାମା ମୁଖ୍ୟରାସ୍ତାରେ ବୁଲୁଛି କଲରାପତରିଆ ବାଘ, ଲୋକେ ଭୟଭୀତ

ନୂଆପଡ଼ା: ବୁଲୁଛି ବାଘ ।  ଭୟଭୀତ ଗ୍ରାମବାସୀ ।  ନୂଆପଡ଼ା ଅଭୟାରଣ୍ୟ ସୁନାବେଡ଼ା-ଦାତୁନାମା ମୁଖ୍ୟରାସ୍ତାରେ ଏକ କଲରାପତରିଆ ବାଘ ବୁଲୁଥିବା ଭିଡ଼ିଓ ଭାଇରାଲ ହେଉଛି ।  ବାଘକୁ ଦେଖି ଭୟଭୀତ ଗ୍ରାମବାସୀ ।  ଗତକାଲି ଛତିଶଗଡ଼ ରାଜ୍ୟ ଗରିଆବନ୍ଦ ଜିଲ୍ଲା ମେନପୁର ଥାନା ଆମାମୋଲା ଓଏଡ଼ ଗାଁର କିଛି ଲୋକ ସୁନାବେଡ଼ା ଅଞ୍ଚଳକୁ କୌଣସି କାମରେ ଆସିଥିଲେ । ସଂଧ୍ୟାରେ ଫେରୁଥିବା ବେଳେ ମୁଖ୍ୟ ରାସ୍ତାର ନାଳ ନିକଟରେ ଏକ କଲରାପତରିଆ ବାଘ ରାସ୍ତା ଉପରେ ଛିଡ଼ା ହୋଇଥିବା […]

ଓଡ଼ିଶା

ବଙ୍ଗାଳୀ ଶ୍ରମିକ ହତ୍ୟା ପ୍ରସଙ୍ଗରେ ମମତାଙ୍କ ଅଭିଯୋଗ ଭିତ୍ତିହୀନ: ମନମୋହନ

ଭୁବନେଶ୍ବର: ସମ୍ବଲପୁରରେ ବଙ୍ଗାଳୀ ଶ୍ରମିକଙ୍କୁ ପିଟିପିଟି ମାରିଦେବା ପ୍ରସଙ୍ଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପି ଶାସିତ ରାଜ୍ୟକୁ ଟାର୍ଗେଟ କରିଛନ୍ତି । ଯାହାର ଜବାବ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ସେ କହିଛନ୍ତି ଯେ, ଓଡ଼ିଶାରେ ହେଉ ଅବା ପଶ୍ଚିମବଙ୍ଗରେ ଦେଶର କେଉଁଠି ବି ଶ୍ରମିକଙ୍କ ଉପରେ ନିର୍ଯାତନା ଗ୍ରହଣୀୟ ନୁହେଁ । ମାନବାଧିକାରକୁ ଉଲ୍ଲଙ୍ଘନ କରିବା ଠିକ୍ ନୁହେଁ । ଏହା ବିରୋଧୀରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । […]

ଓଡ଼ିଶା

ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେଇ ବନ୍ଧା ହେଲେ ଯୁବକ

ଖୋର୍ଦ୍ଧା: ମୁଖ୍ୟମନ୍ତ୍ରୀଙ୍କୁ ଗାଳିଦେବା ପଡିଲା ମହଙ୍ଗା । ଜଣେ ଯୁବକଙ୍କୁ ଶନିବାର ଗିରଫ କରିଛି ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ । ଗିରଫ ଅଭିଯୁକ୍ତ ହେଲା କେନ୍ଦୁଝର ସଦର ଓଲ୍ଡଟାଉନ ଅଞ୍ଚଳର ସାଫିୱାଲ୍ଲା ଖାନ୍ । ସେ ସୋସିଆଲ ମିଡିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗାଳି ଦେଇଥିବା ସୂଚନା ରହିଛି । ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନା ଆଇଆଇସି ଉମେଶ ସାହୁଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ସାଫିୱାଲ୍ଲା ଖାନ୍ ତାଙ୍କ ବାପାଙ୍କ ସହ ୫ ବର୍ଷ ହେବ ଖୋର୍ଦ୍ଧା ପୌରାଞ୍ଚଳ […]

ଓଡ଼ିଶା

କାଠ ମାଫିଆଙ୍କ ଆକ୍ରମଣରେ ଫରେଷ୍ଟଗାର୍ଡ ଆହତ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବେଇଆନ କାଠ ମାଫିଆଙ୍କ ଦୌରାତ୍ମ୍ୟ । କାଠ ଚୋରା ଚାଲାଣ ବେଳେ ଧରିଲା ବନବିଭାଗ । ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି କାଠ ମାଫିଆମାନେ । କାଠ ମାଫିଆଙ୍କ ଆକ୍ରମଣରେ ବନ କର୍ମଚାରୀଙ୍କ ଗାଡ଼ି ଭାଙ୍ଗି ଯାଇଛି । ସେମାନଙ୍କ ଠାରୁ ଜବତ କାଠ ଓ ଗାଡିକୁ ଛଡ଼ାଇ ନେଇଥିଲେ ମାଫିଆ । ଖବର ମୁତାବକ, ନୀଳଗିରି ବ୍ଲକ ଶିମିଳିହୁଡା ଅଞ୍ଚଳରେ ମୂଲ୍ୟବାନ ଶାଗୁଆନ ଗଛ କାଟି ବାହାରକୁ […]

ଜାତୀୟ

ହାଇଦ୍ରାବାଦ ଥିଏଟର ଦଳାଚକଟା ମାମଲା: ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଜଣଙ୍କ ବିରୋଧରେ ଚାର୍ଜସିଟ୍‌

ହାଇଦ୍ରାବାଦ: ହାଇଦ୍ରାବାଦର ସନ୍ଧ୍ୟା ଥିଏଟର ଦଳାଚକଟା ମାମଲାରେ ପୁଲିସ ଶନିବାର ଚାର୍ଜଶିଟ୍‌ ଦାଖଲ କରିଛି। କୋର୍ଟରେ ଦାଖଲ ହୋଇଥିବା ୧୦୦ ପୃଷ୍ଠାର ଚାର୍ଜଶିଟ୍‌ରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାମ ରହିଛି। ମାମଲାର ୧୧ ନମ୍ବର ଅଭିଯୁକ୍ତ ହେଉଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ। ଏହା ସାମ୍ନାକୁ ଆସିବା ପରେ ଅଲ୍ଲୁଙ୍କ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପୁଲିସ ଉଦ୍ଦେଶ୍ୟମୂଳକ ଭାବେ ଏହି ମାମଲାରେ ଅଲ୍ଲୁଙ୍କୁ ଫସାଇବାକୁ ଉଦ୍ୟମ କରିଥିବା ପ୍ରଶଂସକ ଅଭିଯୋଗ କରିଛନ୍ତି। […]

ଜାତୀୟ

ମନରେଗା ଆଇନ ଉଚ୍ଛେଦକୁ ବିରୋଧ, ସାରା ଦେଶରେ ବିକ୍ଷୋଭ କରିବ କଂଗ୍ରେସ

ନୂଆଦିଲ୍ଲୀ: ମନରେଗା ଆଇନ ଉଚ୍ଛେଦକୁ ବିରୋଧ କରିବ କଂଗ୍ରେସ । ଏନେଇ ସାରା ଦେଶରେ ବିକ୍ଷୋଭ କରିବ ଜାତୀୟ କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ବିକ୍ଷୋଭ କରାଯିବ । ଆଜି ଦିଲ୍ଲୀରେ ବସିଥିବା କାର୍ଯ୍ୟକାରିଣୀ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଜି-ରାମ-ଜି କେନ୍ଦ୍ର-ରାଜ୍ୟ ଭାଗୀଦାରୀକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ସଡ଼କ ଠାରୁ ଆରମ୍ଭ କରି ସଂସଦ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ ବୋଲି କଂଗ୍ରେସ । […]

ଅନ୍ତର୍ଜାତୀୟ

ବାଂଲାଦେଶରେ ଗାୟକ ଜେମ୍ସଙ୍କ କନସର୍ଟରେ ଆକ୍ରମଣ, ୨୦ ଆହତ

ବାଂଲାଦେଶ: ଷ୍ଟେଜ୍ ଉପରେ ବର୍ଷିଲା ଇଟା ପଥର ।  ବାଂଲାଦେଶର ଏକ କନସର୍ଟ ଉପରେ ଆକ୍ରମଣ । ବନ୍ଦ ରହିଲା ଲୋକପ୍ରିୟ ବାଂଲାଦେଶୀ ସିଙ୍ଗର ଜେମସଙ୍କ କନସର୍ଟ । ଢାକା ଠାରୁ ପ୍ରାୟ ୧୨୦ କିଲୋମିଟର ଦୂରରେ ଫରିଦପୁରରେ ଘଟିଛି ଘଟଣା । ଶୁକ୍ରବାର ରାତିରେ ଏକ ସ୍କୁଲର ବାର୍ଷିକ କାର୍ଯ୍ୟକ୍ରମ ଅବସରରେ ବାଂଲାଦେଶୀ ସିଙ୍ଗର ଜେମସଙ୍କ କନସର୍ଟ ଚାଲିଥିଲା । ସେତିକିବେଳେ କିଛି ଲୋକ ଷ୍ଟେଜରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ । କାର୍ଯ୍ୟକ୍ରମ ବନ୍ଦ […]

ଅନ୍ତର୍ଜାତୀୟ

ନାଇଜେରିଆରେ ISIS କ୍ୟାମ୍ପ ଧ୍ବଂସ, ବହୁ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ: ଆମେରିକା ଆକ୍ରମଣରେ ISIS ଆତଙ୍କବାଦୀଙ୍କ ନାଇଜେରିଆ ସଂଗଠନ ଧ୍ବଂସ  । ନାଇଜେରିଆର ସୋକୋଟୋ ପ୍ରଦେଶରେ ଥିବା ISIS କ୍ୟାମ୍ପ ଧ୍ବସଂ ହୋଇ ଯାଇଛି। ସୂଚନା ଦେଇଛି ଆମେରିକା ସେନା । ବହୁ ସଂଖ୍ୟାରେ ଆତଙ୍କବାଦୀ ନିହତ  ହୋଇଛନ୍ତି । ତେବେ ଏହାର ସଂଖ୍ୟା ସ୍ପଷ୍ଟ ହୋଇ ନାହିଁ। ଉଭୟ ଆମେରିକା ଓ ନାଇଜେରିଆ ଅଧିକାରୀ ଆତଙ୍କବାଦୀଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ଆକ୍ରମଣ ନେଇ ଗତକାଲି ସୂଚନା ଦେଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । […]

ଜାତୀୟ

ଆମେରିକାରେ ଭୀଷଣ ତୁଷରପାତ, ୧୮୦୦ରୁ ଅଧିକ ଫ୍ଲାଇଟ୍ ବାତିଲ

ନୂଆଦିଲ୍ଲୀ: ଆମେରିକାରେ ୧୮୦୦ରୁ ଅଧିକ ଫ୍ଲାଇଟ୍ କ୍ୟାନସଲ ।  ଭୀଷଣ ତୁଷରପାତ ଯୋଗୁ ବାତିଲ ହୋଇଛି ପ୍ରାୟ ୧୮୦୨ ଟି ବିମାନ ।  ଶୀତକାଳୀନ ଝଡ଼ ଡେଭିନ୍ ଯୋଗୁଁ ବିଭିନ୍ନ ବିମାନବନ୍ଦରରେ ବିମାନ ସେବା ପ୍ରଭାବିତ ହୋଇଛି ।  ଗତକାଲି ଅପରାହ୍ଣ ପ୍ରାୟ ୪ଟା ସୁଦ୍ଧା ଫ୍ଲାଇଟ୍-ଟ୍ରାକିଂ ୱେବସାଇଟରୁ ମିଳିଛି ଏହି ତଥ୍ୟ । ସେହିପରି ୨୨,୩୪୯ ଉଡ଼ାଣ ବିଳମ୍ବିତ ହୋଇଥିଲା ।  ଆମେରିକୀୟ ଜାତୀୟ ପାଣିପାଗ ବିଭାଗ ପକ୍ଷରୁ ଡେଭିନ୍ ସମ୍ପର୍କିତ ସତର୍କତା ଜାରି କରାଯାଇଛି ।  […]

ଜାତୀୟ

ନୂଆବର୍ଷ ପରଠାରୁ ଆହୁରି ବଢିବ ସୁନା ଦର !

ନୂଆଦିଲ୍ଲୀ: ଯଦି ଆପଣ ସୁନା କିଣିବାକୁ ଯାଉଛନ୍ତି । କିମ୍ବା ଏବେ ସୁନା କିଣୁ ନାହାଁନ୍ତି ଭାବୁଛନ୍ତି କିଛି ଦିନ ପରେ କମିଯିବ ଆଉ ପରେ କିଣିବେ ତେବେ ଏହି ଖବର ଟି ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ଆପଣଙ୍କର ଏପରି ଭାବନା ଭୁଲ ପ୍ରମାଣିତ ହେବ । କାରଣ ଆଗକୁ ସୁନାର ଦର ବଢିବ କିନ୍ତୁ କମିବନି । କାରଣ କେବଳ ରାଜ୍ୟରେ କି ଦେଶରେ ନୁହେଁ ସାରା ବିଶ୍ବରେ ହୁ ହୁ ହୋଇ ବଢିଚାଲିଛି […]

LOKA SAMACHAR @2026. All Rights Reserved || Developed By CBSPL