ଓଡ଼ିଶା

ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇଲେ ଦମ୍ପତି, ୫ ବର୍ଷର ପୁଅକୁ ଛାଡ଼ି ଚାଲିଗଲେ ବାପା-ମାଆ

ଅନୁଗୋଳ: ସୀମା ଟପିଗଲା ସ୍ବାମୀ-ସ୍ତ୍ରୀ କଳି। ଶ୍ଵଶୁର ଘରୁ ଫେରିବା ବାଟରେ ବିଷ ପିଇଦେଲେ ଉଭୟେ। ଜଙ୍ଗଲ ଭିତରେ ସାରା ରାତି ଜଗି ରହିଲା ୫ ବର୍ଷର ପୁଅ। ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରୁ।

ସୂଚନା ଅନୁସାରେ, ସ୍ବାମୀ ଜଣକ ନିଜ ସ୍ତ୍ରୀ ଓ ୫ବର୍ଷର ପୁଅକୁ ଧରି ବୁଲିବାକୁ ଶ୍ଵଶୁର ଘରକୁ ଯାଇଥିଲେ। ସନ୍ଧ୍ୟାରେ ଫେରିବା ବେଳେ ଉଭୟଙ୍କ ମଧ୍ୟରେ କଳି ହୋଇଥିଲା। ଯାହାଫଳରେ ସେମାନେ ବାଟରେ ବାଇକ ରଖି ରାସ୍ତାପାର୍ଶ୍ବ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ସେଠାରେ ପୁଅକୁ ଛାଡ଼ି ଉଭୟେ ବିଷ ପିଇଦେଇଥିଲେ। କିଛି ସମୟ ମଧ୍ୟରେ ଉଭୟେ ଚେତାଶୂନ୍ୟ ହୋଇପଡ଼ିଥିବାବେଳେ ପୁଅ ରାତି ସାରା ବାପା-ମା’ଙ୍କୁ ଜଗି ବସିଥିଲା। ସକାଳ ହେବାରୁ ରାସ୍ତାକୁ ଆସି ଲୋକଙ୍କୁ ସାହାଯ୍ୟ ମାଗିଥିଲା ପୁଅ। ଯାହା ପରେ ଘଟଣା ପଦାକୁ ଆସିଥିଲା। ବର୍ତ୍ତମାନ ଅନୁଗୋଳ ଜିଲା ଛେଣ୍ଡିପଦା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ମା’ ଚିକିତ୍ସିତ ହେଉଛନ୍ତି। କିନ୍ତୁ ବାପାଙ୍କ ମୃତ୍ୟୁ ଘଟିଛି।

କୁନି ପୁଅ ଆଗରେ ବି​‌ଷ ପିଇ ଗୁରୁତର ଅବସ୍ଥାରେ ଅନୁଗୋଳ ଛେଣ୍ଡିପଦା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ମା’ ଶେଷରେ ଆଖି ବୁଜିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପାରିବାରିକ ବିବାଦର କରୁଣ ପରିଣତି ଶେଷରେ ୫ବର୍ଷର ପୁଅକୁ ଭୋଗିବାକୁ ପଡ଼ିଛି।

ସୂଚନା ଅନୁସାରେ, ଏକ ଦମ୍ପତି ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅଞ୍ଚଳରେ ଥିବା ଶ୍ଵଶୁର ଘରକୁ ବୁଲିବାକୁ ଯାଇଥିଲେ। ଗତ ଶନିବାର ଫେରିବା ବାଟରେ ଉଭୟଙ୍କ ମଧ୍ୟରେ କଳି ହେବାରୁ ସେମାନେ ବାଟରେ ବାଇକ ରଖି ରାସ୍ତାପାର୍ଶ୍ବ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ। ସେଠାରେ ପୁଅକୁ ଛାଡ଼ି ଉଭୟେ ବିଷ ପିଇଦେଇଥିଲେ। କିଛି ସମୟ ମଧ୍ୟରେ ଉଭୟେ ଚେତାଶୂନ୍ୟ ହୋଇପଡ଼ିଥିବାବେଳେ ପୁଅ ରାତି ସାରା ବାପା-ମା’ଙ୍କୁ ଜଗି ବସିଥିଲା। ସକାଳ ହେବାରୁ ରାସ୍ତାକୁ ଆସି ଲୋକଙ୍କୁ ସାହାଯ୍ୟ ମାଗିଥିଲା ପୁଅ। ଯାହା ପରେ ଘଟଣା ପଦାକୁ ଆସିଥିଲା। ଅନୁଗୋଳ ଜିଲା ଛେଣ୍ଡିପଦା ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ମା’କୁ ଭର୍ତ୍ତି କରାଯାଇଥିଲା। ହେଲେ ରବିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ମା’ର ମୃତ୍ୟୁ ଘଟିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL