ଓଡ଼ିଶା

୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା, ପ୍ରକାଶିତ ହେଲା ସ୍ବତନ୍ତ୍ର ନିୟମାବଳୀ

ଭୁବନେଶ୍ବର: ପ୍ରକାଶ ପାଇଲା ଯୁକ୍ତ ୨ ନିୟମାବଳୀ । ଆସନ୍ତା ୧୮ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଥିଓରୀ ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି । ହେଲେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ସମେତ ଅନ୍ୟ ବୈଦ୍ୟୁତିକ ସରଞ୍ଜାମ ମନା । କେବଳ ପରୀକ୍ଷାର୍ଥୀ ଆଡମିଟ୍‌ କାର୍ଡ ଦେଖାଇ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ । ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ କେନ୍ଦ୍ର ଭିତରେ ପ୍ରବେଶ କରିପାରିବେ । ପରୀକ୍ଷା ଆରମ୍ଭର ଅଧଘଣ୍ଟା ପରେ […]

ଜାତୀୟ

“କେବଳ ବିରୋଧୀ ଶାସିତ ରାଜ୍ୟରେ ହେଉଛି SIR” : ମମତା ବାନାର୍ଜୀ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ନିର୍ବାଚନ ଆୟୁକ୍ତଙ୍କୁ ନିଶାଣ କରି ଅଭିଯୋଗ କରିଛନ୍ତି ଯେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ର ପୀଡିତମାନଙ୍କୁ ସୁଯୋଗ ଦେଉନାହାନ୍ତି ସରକାର । ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟଗୁଡ଼ିକରେ SIRର ପଛରେ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ମମତା । ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ପିଡିତ ମାନଙ୍କ ସହ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ମମତା ବାନାର୍ଜୀ । ସମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, […]

ଜାତୀୟ

ଗୃହରେ ହଟ୍ଟଗୋଳ, ଆସନ୍ତାକାଲି ସକାଳ ୧୧ ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ

ନୂଆଦିଲ୍ଲୀ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ଲଗାତାର ଦ୍ୱିତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ଟାରେ, ରାହୁଲ ଗାନ୍ଧୀ ଗୃହରେ ଜଣେ ପୂର୍ବତନ ସେନା ମୁଖ୍ୟଙ୍କ ଦ୍ୱାରା ପ୍ରକାଶିତ ଏକ ଅପ୍ରକାଶିତ ପୁସ୍ତକରୁ ଏକ ଲେଖା ଉପସ୍ଥାପନ କରିଥିଲେ। ସେ କହିଥିଲେ, “ମୋତେ କହିବାକୁ ଦିଅ।” ସେ ଏହା କହିବା ମାତ୍ରେ ଏନଡିଏ ସାଂସଦମାନେ ତାଙ୍କୁ ବାଧା ଦେବା ଆରମ୍ଭ କରିଥିଲେ। ଫଳରେ ଉପବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। […]

ଜାତୀୟ

ସଂସଦରେ ନାରାବାଜି, ପେପର ଚିରି ଫିଙ୍ଗିବାରୁ ୮ ସାଂସଦ ନିଲମ୍ବିତ

ନୂଆଦିଲ୍ଲୀ: ଆଜି ସଂସଦରେ ବିରୋଧୀ ପକ୍ଷର ୮ ଜଣ ସାଂସଦ ନିଲମ୍ବିତ ହୋଇଛନ୍ତି । ଚଳିତ ବଜେଟ୍‌ ଅଧିବେଶନରୁ ପୁରା ନିଲମ୍ବିତ କରାଯାଇଥିବା ସୂଚନା ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିବାଦୀୟ ମନ୍ତବ୍ୟରୁ ଗୃହରେ ପ୍ରବଳ ହଟ୍ଟଗୋଳ ଆରମ୍ଭ ହୋଇଥିଲା । ଏହା ପରେ ନାରାବାଜି ଓ ପେପର ଚିରି ଫିଙ୍ଗିବାରୁ ୮ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି । ହଟ୍ଟଗୋଳ ସମୟରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିଥିବା ୮ଜଣ ସାଂସଦଙ୍କୁ ସମଗ୍ର […]

ଜାତୀୟ

ଏୟାର ଇଣ୍ଡିଆର ଇନ୍ଧନ ସ୍ବିଚରେ ତ୍ରୁଟି, ବୋଇଂ ୭୮୭ ବିମାନର ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ : ଗତକାଲି ଲଣ୍ଡନରୁ ବାଙ୍ଗାଲୋର ଅଭିମୁଖେ ଯାତ୍ରା କରିବା ପୂର୍ବରୁ ଏୟାର ଇଣ୍ଡିଆର ଜଣେ ପାଇଲଟ୍ ବୋଇଂ ୭୮୭ ଡ୍ରିମଲାଇନର ବିମାନର ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍‌ରେ ତ୍ରୁଟି ଥିବା ଅଭିଯୋଗ କରିଥିଲେ । ଯାହା ଫଳରେ ବିମାନ ଉଡ଼ାଣକୁ ବାତିଲ କରାଯାଇଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଏୟାର ଇଣ୍ଡିଆ ଏହାର ବୋଇଂ ୭୮୭ ଡ୍ରିମଲାଇନର ଫ୍ଲିଟରେ ଇନ୍ଧନ ନିୟନ୍ତ୍ରଣ ସ୍ୱିଚ୍‌ଗୁଡ଼ିକର ଯାଞ୍ଚ ଆରମ୍ଭ କରିଛି । ସୂଚନାନୁଯାୟୀ, ବିମାନରେ ପ୍ରାୟ ୨୦୦ […]

ଜାତୀୟ

ହ୍ବାଟ୍ସଆପକୁ ସୁପ୍ରିମ୍ ଚେତାବନୀ, ସମ୍ବିଧାନକୁ ଅନୁସରଣ ନକଲେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ହ୍ବାଟ୍ସଆପ୍ କୁ ସୁପ୍ରିମ୍ ଚେତାବନୀ ।  ଯଦି ତୁମେ ଭାରତୀୟ ସମ୍ବିଧାନକୁ ଅନୁସରଣ କରିପାରୁନ ତେବେ ଭାରତ ଛାଡ଼ିଦିଅ ।  ଭାରତର ଯେକୌଣସି ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟ ସହିତ ଖେଳିବାରେ ହ୍ବାଟ୍ସଆପର କୌଣସି ଅଧିକାର ନାହିଁ। ବାଣିଜ୍ୟିକ ଉଦ୍ଦେଶ୍ୟରେ ବ୍ୟବହାର ହୋଇପାରିବନି ନାଗରିକଙ୍କ ୟୁଜର୍ସ ଡାଟା। ଭାରତର ଗୋପନୀୟତା ସହ ନ ଖେଳିବାକୁ ହ୍ବାଟ୍ସଆପ୍ ର ପ୍ୟାରେଣ୍ଟାଲ୍ କମ୍ପାନୀ ‘ମେଟା’କୁ ଏଭଳି କଡ଼ା ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଆମେରିକୀୟ କମ୍ପାନୀ ମେଟାକୁ ଏହି ଚେତାବନୀ ଦେଇଛନ୍ତି […]

ଜାତୀୟ

ପଶ୍ଚିମବଙ୍ଗରେ ବେଆଇନ୍ ଖଣି ମାମଲା, ୧୦ ସ୍ଥାନରେ ଇଡି ରେଡ୍

କୋଲକାତା : ମଙ୍ଗଳବାର ଦିନ ଇଡି ପଶ୍ଚିମବଙ୍ଗର ୧୦ଟି ସ୍ଥାନକୁ ଚଢାଉ କରିଛି । ବେଆଇନ କୋଇଲା ଖଣି ଏବଂ ପରିବହନ ଅଭିଯୋଗରେ ମନି ଲଣ୍ଡରିଂ ତଦନ୍ତ ପାଇଁ ଇଡି ଚଢାଉ କରିଥିବା ଜଣାପଡିଛି । ରାଜ୍ୟ ପୋଲିସ ଅଧିକାରୀ ମନୋରଞ୍ଜନ ମଣ୍ଡଳଙ୍କ ଘର ସମେତ ପ୍ରାୟ ୧୦ ଟି ସ୍ଥାନରେ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅନୁଯାୟୀ ଚଢାଉ କରାଯାଉଛି ବୋଲି ଅଧିକାରୀ କହିଛନ୍ତି । ଗତ ମାସରେ  ତଦନ୍ତକାରୀ ସଂସ୍ଥା  କୋଲକାତାର ରାଜନୈତିକ ପରାମର୍ଶଦାତା […]

ଜାତୀୟ

ଘାଟିକୁ ଖସିଲା ବସ୍, ୩ ମୃତ ଓ ଅନେକ ଆହତ

ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲାର କାଳସୀ ଅଞ୍ଚଳର ହିମାଚଳ ପ୍ରଦେଶର ଏକ ଯାତ୍ରବାହୀ ବସଟି ଗଭୀର ଘାଟିରେ ଘସି ପଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆଗକୁ ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସରେ ୩୦ ଜଣ ଯାତ୍ରୀ ଥିବା ସୂଚନା ମିଳିଛି । ସେମାନଙ୍କ […]

ଜାତୀୟ

ଟ୍ରେକିଂ ବେଳେ ଚାଲିଗଲା ଆଇନ ଛାତ୍ରୀଙ୍କ ଜୀବନ, ୩୯୦ ଫୁଟ୍ ଘାଟିରୁ ମିଳିଲା ମୃତଦେହ

ମହାରାଷ୍ଟ୍ର : ମହାରାଷ୍ଟ୍ରର ଲୋନାୱାଲାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଲୋନାୱାଲାରେ ନବୀ ମୁମ୍ବାଇର ୧୯ ବର୍ଷୀୟ ଲ ଛାତ୍ରୀଙ୍କର ମୃତ୍ୟୁ ଘଟିଛି । ଟ୍ରେକିଂ ସମୟରେ ଏପରି ଘଟଣା ଘଟିଥିବା ଜଣାପଡିଛି । ମୃତକ ଶ୍ରେୟା ପତି ବୋଲି ଚିହ୍ନଟ କରାଯାଇଛି । ସୂଚନାନୁଯାୟୀ, ଏହି ଦୁର୍ଘଟଣା ଲୋନାବାଲାର ଟାଇଗର ପଏଣ୍ଟ ଭ୍ୟାଲିର ଡ୍ୟୁକ୍ସ ନୋଜ୍ ଅଞ୍ଚଳରେ ଘଟିଛି । ଯୁବତୀ ଜଣକ ଜାନୁଆରୀ ୩୧ ତାରିଖରେ ଟ୍ରେକିଂ ପାଇଁ ମୁମ୍ବାଇରୁ ଲୋନାୱାଲା ଆସିଥିଲେ […]

ଜାତୀୟ

୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ଟାରିଫ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଟାରିଫ ହ୍ରାସ କଲା ଆମେରିକା । ୨୫ ପ୍ରତିଶତରୁ ୧୮ ପ୍ରତିଶତକୁ ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ ।  ଆଗକୁ ପୂରା ୨୫ ପ୍ରତିଶତ ହ୍ରାସ ହେବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ କଥାବାର୍ତ୍ତା ପରେ ଟାରିଫ ହ୍ରାସ ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି । ଟ୍ରୁଥ ସୋସିଆଲ ମିଡିଆରେ ଏହି ଘୋଷଣା କରିଛନ୍ତି ଟ୍ରମ୍ପ । ଭାରତୀୟ ସାମଗ୍ରୀ ଉପରେ ଶୁଳ୍କ ୨୫% ରୁ କମାଇ ୧୮% କରାଯାଇଥିବା ଘୋଷଣା କରିଛନ୍ତି। ଏହା ବଦଳରେ ଭାରତ […]

LOKA SAMACHAR @2026. All Rights Reserved || Developed By CBSPL