ଜାତୀୟ

ଉତ୍ତରାଖଣ୍ଡରେ ମଦ୍ରାସା ବୋର୍ଡ ଉଚ୍ଛେଦ

ଡେରାଡୁନ୍: ଉତ୍ତରାଖଣ୍ଡର ପୁଷ୍କର ସିଂହ ଧାମି ସରକାର ମଦ୍ରାସା ବୋର୍ଡ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଚ୍ଛେଦ ପରେ ସରକାର ଏହାକୁ ଏକ ନୂତନ ପ୍ରାଧିକରଣ ସହିତ ବଦଳାଇବେ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଧାମି ସରକାର ରାଜ୍ୟ ସଂଖ୍ୟାଲଘୁ ଶିକ୍ଷା ପ୍ରାଧିକରଣ ଲାଗୁ କରିବେ। ଏହି ପ୍ରାଧିକରଣ ଗଠନ ସମ୍ପର୍କରେ ସରକାରଙ୍କ ପକ୍ଷରୁ ମଙ୍ଗଳବାର ଦିନ ଏକ ବିଜ୍ଞପ୍ତି ଜାରି କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଅଧ୍ୟକ୍ଷ ସମେତ ମୋଟ ୧୧ଟି ପଦବିରେ ନିଯୁକ୍ତି ଦିଆଯାଇଛି। ରୁରକିର ବିଏସଏମ […]

ଜାତୀୟ

ମଣିପୁରରୁ ହଟିଲା ରାଷ୍ଟ୍ରପତି ଶାସନ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟୁମନାମ୍ ଖେମଚାନ୍ଦ ସିଂହ

ମଣିପୁର : ପ୍ରାୟ ଏକ ବର୍ଷ ପରେ ମଣିପୁରରେ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯାଇଛି । ଏନେଇ ଗୃହ ମନ୍ତ୍ରଣାଳୟ (MHA) ଦ୍ୱାରା ଏକ ସରକାରୀ ବିଜ୍ଞପ୍ତି ଜରି କରାଯାଇଛି । ଜାରି କରାଯାଇଥିବା ନୋଟିସରେ ଲେଖାଯାଇଛି ଯେ, ” ମୁଁ ଦ୍ରୌପଦୀ ମୁର୍ମୁ, ଭାରତର ରାଷ୍ଟ୍ରପତି, ସମ୍ବିଧାନର ଧାରା ୩୫୬ର ଧାରା (୨) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି, ଫେବୃଆରୀ ୧୩ ୨୦୨୫ରେ ମୋ ଦ୍ୱାରା ଜାରି କରାଯାଇଥିବା ଘୋଷଣାକୁ ପ୍ରତ୍ୟାହାର କରୁଛି, ଯାହା ୪ […]

ଜାତୀୟ

ତୁର୍କୀସ୍ ଏୟାରଲାଇନ୍ସ ବିମାନ ଇଞ୍ଜିନରେ ଲାଗିଲା ନିଆଁ ; ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ନୂଆଦିଲ୍ଲୀ: ବୁଧବାର ଅପରାହ୍ନରେ ତୁର୍କୀସ୍ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନର ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଛି । ପରେ ବିମାନଟିକୁ କୋଲକାତା ବିମାନବନ୍ଦରରେ ଜରୁରୀ ଅବତାରଣା କରାଯାଇଛି । ନେପାଳ ରାଜଧାନୀରୁ ଇସ୍ତାନବୁଲ ଅଭିମୁଖେ ଯାଉଥିବା ତୁର୍କୀସ୍ ଏୟାରଲାଇନ୍ସର ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛିକ୍ଷଣ ପରେ ଡାହାଣ ଇଞ୍ଜିନରେ ନିଆଁ ଲାଗିଯାଇଥିଲା । THY-727 ନମ୍ବର ବିଶିଷ୍ଟ ତୁର୍କୀସ୍ ଏୟାରଲାଇନ୍ସ ଏହି ବିମାନଟି ଉଡ଼ାଣ ଆରମ୍ଭ ହେବାର ଚାରି ମିନିଟ୍ ମଧ୍ୟରେ ନିଆଁ ଲାଗିଯାଇଥିଲା । […]

ଜାତୀୟ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କୀ ନିହତ

ଉଧମପୁର : ଜମ୍ମୁ କାଶ୍ମୀରରେ ସୁରକ୍ଷା ବାହିନୀକୁ ଏକ ବଡ଼ ସଫଳତା ମିଳିଛି। ଉଧମପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜୈଶ୍ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ନିହତଙ୍କ ମଧ୍ୟରେ ଜୈସ୍‌ କମାଣ୍ଡର ଥିବା ଜଣାପଡିଛି। ଗତକାଲିଠାରୁ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଜମ୍ମୁ କାଶ୍ମୀର ପୁଲିସର ରିପୋର୍ଟ ଅନୁଯାୟୀ ଉଧମପୁରର ବନସନ୍ତଗଡ଼ ଅଞ୍ଚଳରେ ଜମ୍ମୁ କାଶ୍ମୀର ପୁଲିସ, ଭାରତୀୟ ସେନା ଏବଂ ସିଆରପିଏଫ ଙ୍କ ମିଳିତ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ମୃତ୍ୟୁବରଣ […]

ଜାତୀୟ

ଲିବିୟା ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫଙ୍କୁ ହତ୍ୟା

ନୂଆଦିଲ୍ଲୀ : ଲିବିୟା ପୂର୍ବତନ ଏକଛତ୍ରବାଦୀ କର୍ଣ୍ଣେଲ ମୁଅମ୍ମର ଗଦ୍ଦାଫିଙ୍କ ପୁଅ ସୈଫ ଅଲ-ଇସଲାମ ଗଦ୍ଦାଫିଙ୍କୁ ହତ୍ୟା । ସୈଫ ଅଲ୍ ଗଦ୍ଦାଫିଙ୍କୁ ତାଙ୍କ ଘରେ ପଶି ୪ ମୁଖା ପିନ୍ଧା ଦୁର୍ବୃତ୍ତ ହତ୍ୟା କରିଥିବା ସୂଚନା ମିଳିଛି । ୫୩ ବର୍ଷୀୟ ସୈଫ ଅଲ୍ ଗଦ୍ଦାଫିଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ୨୦୧୧ ବିଦ୍ରୋହ ପରେ ସୈଫଙ୍କୁ ଗିରଫ କରାଯାଇ ଅଟକ ରଖାଯାଇଥିଲା ଏବଂ ଯୁଦ୍ଧ ଅପରାଧ ପାଇଁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା । […]

ଜାତୀୟ

ଅନଲାଇନ ଗେମ ସାଜିଲା କାଳ, ଏକା ସାଙ୍ଗରେ ଜୀବନ ହାରିଲେ ୩ ଭଉଣୀ

ଗାଜିଆବାଦ : ଅନଲାଇନ ଗେମ ହେଲା କାଳ । ଜୀବନ ହାରିଲେ ୩ ନାବାଳିକା ଭଉଣୀ । ଗାଜିଆବାଦରରେ ୩ ନାବାଳିକା ଭଉଣୀଙ୍କ ୯ ମହଲା ବିଲଡିଂରୁ ଡେଇଁ ଜୀବନ ହାରିଛନ୍ତି । ସମସ୍ତେ କୋରିଆନ୍ ଅନଲାଇନ୍ ଗେମରେ ଆସକ୍ତ ଥିଲେ । ଗେମିଂ ନିଶା ଯୋଗୁଁ ସେମାନଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା । ଏପରିକି ନିୟମିତ ସ୍କୁଲ୍ ବି ଯାଉନଥିଲେ । ଅଭିଭାବକ ଅନଲାଇନ୍ ଗେମ୍ ଖେଳିବାକୁ ବାରଣ କରିବା ସହ ଗାଳିଗୁଲଜ କରିବାରୁ […]

ଜାତୀୟ

ୱାଶିଂଟନରେ ଜୟଶଙ୍କରଙ୍କ ପାୱାର ମିଟିଂ

ୱାଶିଂଟନ : ୱାଶିଂଟନରେ ଜୟଶଙ୍କରଙ୍କ ପାୱାର ମିଟିଂ। ୱାଶିଂଟନ ଡିସିରେ ଆମେରିକାର ଟ୍ରେଜେରୀ ସେକ୍ରେଟାରୀ ସ୍କଟ୍ ବେସେଣ୍ଟ ଓ ବୈଦେଶିକ ସଚିବ ମାର୍କୋ ରୁବିଓଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି । ଭାରତ ଓ ଆମେରିକା ମଧ୍ୟରେ ବଡ଼ ଧରଣର ବାଣିଜ୍ୟିକ ଚୁକ୍ତି ହେବାର ଠିକ୍ ଦିନକ ପରେ ସାକ୍ଷାତକାର ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଆଲୋଚନା ଅନୁସାରେ, ଆମେରିକା ଭାରତୀୟ ସାମଗ୍ରୀ ଉପରେ ଟାରିଫକୁ ୨୫% ରୁ ୧୮% […]

ଓଡ଼ିଶା

ବନାଗ୍ନି ରୋକିବାକୁ ଗ୍ରୀଷ୍ମ ଋତୁ ପୂର୍ବରୁ ପଦକ୍ଷେପ ନେବ ବନବିଭାଗ

ଭୁବନେଶ୍ବର: ବନାଗ୍ନି ରୋକିବାକୁ ବନବିଭାଗର ବଡ଼ ପ୍ରସ୍ତୁତି । ଗ୍ରୀଷ୍ମ ଋତୁ ପୂର୍ବରୁ ଜଙ୍ଗଲ ନିଆଁ ରୋକିବାକୁ ପଦକ୍ଷେପ ନିଆଯିବ । ଜାନୁଆରୀରେ ଜିଲ୍ଲା ସ୍ତରରେ ଆକ୍ସନ ପ୍ଲାନ ପ୍ରସ୍ତୁତ ହୋଇଛି । ଗତ ବର୍ଷ ଜାନୁୟାରୀ ୬୭୦ ପଏଣ୍ଟ ରେ ନିଆଁ ଲାଗିଥିବା ବେଳେ ଚଳିତ ବର୍ଷ ୩୪୧ ପଏଣ୍ଟରେ ନିଆଁ ଲାଗିଛି । ଜଙ୍ଗଲ ନିଆଁ ଆୟତ୍ତ ପାଇଁ ୨୦୪୬୧ ଫାୟାର ଲାଇନ ସୃଷ୍ଟି କରାଯାଇଛି । ସେହିପରି ୩୩୪ ବନାଗ୍ନି ସୁରକ୍ଷା ଦଳ ନିୟୋଜିତ […]

ଓଡ଼ିଶା

ପତ୍ନୀଙ୍କ ସହ ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ରାଷ୍ଟ୍ରପତିଙ୍କୁ ଭେଟିଥିଲେ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ । ରାଷ୍ଟ୍ରପତି ଏବେ ଓଡିଶା ଗସ୍ତରେ ଆସିଛନ୍ତି । ଏହି ସମୟରେ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ଭେଟିଥିଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ପତ୍ନୀ ଡ଼ଃ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ […]

ଓଡ଼ିଶା

ପୁର୍ନେଶ୍ବର ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି

ରାଇରଙ୍ଗପୁର: ମନ୍ଦିର ବେଢାରେ ଝାଡ଼ୁ ମାରିଲେ ରାଷ୍ଟ୍ରପତି । ମୟୂରଭଞ୍ଜ ଗସ୍ତରେ ଯାଇ ରାଇରଙ୍ଗପୁର ଠାରେ ପୁର୍ନେଶ୍ବର ମନ୍ଦିରରେ ଝାଡୁ ମାରିଛନ୍ତି ।  ରାଇରଙ୍ଗପୁରରେ ପହଞ୍ଚିବା ପରେ ସେଠାରୁ ମନ୍ଦିର ଯାଇ ବାବା ପୁର୍ନେଶ୍ୱରଙ୍କ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୂଜାର୍ଚ୍ଚନା ପରେ ମନ୍ଦିର ବେଢା ଝାଡୁ କରିଥିଲେ ।  ପରେ ସେଠାର ଡକୁମେଣ୍ଟରି ଫିଲ୍ମର ସୁଟିଂ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।

LOKA SAMACHAR @2026. All Rights Reserved || Developed By CBSPL