ଓଡ଼ିଶା

ଆସନ୍ତାକାଲିଠୁ ଭୁବନେଶ୍ବରରେ ଦୁଇ ଦିନିଆ ବ୍ଲାକସ୍ବାନ ସମିଟ୍ କାର୍ଯ୍ୟକ୍ରମ

ଭୁବନେଶ୍ବର: ଓଡିଶାକୁ ବିଶ୍ବସ୍ତରୀୟ ଡିଜିଟାଲ ଫାଇନାନ୍ସ ହବ୍ କରିବା ଲକ୍ଷ୍ୟରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ବ୍ଲାକସ୍ବାନ ସମିଟ୍ । ଭୁବନେଶ୍ବରରେ ଦୁଇ ଦିନ ଧରି ଚାଲିବାକୁ ଥିବା ଏହି ସମିଟ୍ ରେ ଅର୍ଥନୀତି, ଟେକ୍ନଲୋଜି, ଶିକ୍ଷା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ୧୦୦ରୁ ଅଧିକ ଜାତୀୟ ଓ ବିଶ୍ବସ୍ତରୀୟ ନେତୃତ୍ବ ଯୋଗ ଦେବ । ବିଶ୍ବସ୍ତରୀୟ ଉଦ୍ୟୋଗୀ, ନିବେଶକାରୀ ଓ ନୀତି ନିର୍ଦ୍ଧାରକମାନେ ଗୋଟିଏ ମଞ୍ଚରେ ଏକାଠି ହେବେ । ୧୦୦୦ରୁ ଅଧିକ ପ୍ରତିନିଧି ଏଥିରେ […]

ଓଡ଼ିଶା

ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ନାବାଳକଙ୍କୁ ବାନ୍ଧିଲା ପୁଲିସ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲାରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୬ ନାବାଳକ ଗିରଫ । ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭିଡିଓ ଭାଇରାଲ ପରେ ପୋଲିସ୬ ଜଣ ନାବାଳକଙ୍କୁ ଗିରଫ କରିଛି । ଆଜି ଉତ୍ତରାଞ୍ଚଲ ଡିଆଇଜି ହିମାଂଶୁ ଲାଲ ତୁରେକେଲା ଥାନାରେ ପହଞ୍ଚି ଅଧିକ ତଦନ୍ତ କରୁଛନ୍ତି । ବଲାଙ୍ଗିର ଏସପି ଅଭିଳାଷ ଜି ମଧ୍ୟ ଉପସ୍ଥିତ ଅଛନ୍ତି । ଗତକାଲି ରାତିରେ ପୀଡ଼ିତାଙ୍କ ବାପା ଥାନାରେ ଏତଲା ଦେଇଥିଲ । ସାଇଣ୍ଟିଫିକ ଟିମ ମଧ୍ୟ […]

ଓଡ଼ିଶା

ଏଣିକି ହ୍ବାଟସଆପରେ ମିଳିବ ରାଜସ୍ବ ସେବା

ଭୁବନେଶ୍ୱର : ହ୍ବାଟସଆପରେ ମିଳିବ ରାଜସ୍ବ ସେବା । ବଡ଼ ସୂଚନା ଦେଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ୨୪ ଘଣ୍ଟିଆ ସେବା ଯୋଗାଇବ ରାଜସ୍ୱ ବିଭାଗ । ଜମି ଜମା ବାବଦରେ ସମସ୍ତ ଅଭିଯୋଗ ଓ ଆବେଦନ ଗ୍ରହଣ କରାଯିବ । ଏହାସହ ସମୟ ସୀମା ମଧ୍ୟରେ ସମସ୍ୟାର ସମାଧାନ କରାଯିବ । ଏହାଦ୍ବାରା ଦୁର୍ନୀତି ବନ୍ଦ ହେବା ସହ ବାରମ୍ବାର ଲୋକଙ୍କୁ ତହସିଲ ଅଫିସକୁ ଦୌଡ଼ିବାକୁ ପଡ଼ିବ ନାହିଁ । ସମୟ ଭିତରେ ସମସ୍ୟା […]

ଓଡ଼ିଶା

ଜିଲ୍ଲା ଘୋଷଣା ଦାବିରେ ୧୨ ଘଣ୍ଟିଆ ଆଠଗଡ ବନ୍ଦ

ଆଠଗଡ: ଜିଲ୍ଲା ମାନ୍ୟତା ଦାବିରେ ଆଠଗଡରେ୧୨ ଘଣ୍ଟିଆ ବନ୍ଦର ପ୍ରଭାବ । ଦୋକାନ ବଜାର ବନ୍ଦ ରହିବା ସହ ଗାଡି ଚଳାଚଳ ଠପ ହୋଇଛି । ଆଠଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ୬୫ ନମ୍ବର ରାଜ୍ୟ ରାଜପଥର ଆଠଗଡ ଚାନ୍ଦବାଲି ଛକରେ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ବନ୍ଦ ଡାକରାକୁ ଆଠଗଡ଼ ବୁଦ୍ଧିଜୀବୀ ସଂଘ, ସାହିତ୍ୟ ସମାଜ, ପୌରାଞ୍ଚଳ ବରିଷ୍ଠ ନାଗରିକ […]

ଓଡ଼ିଶା

ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ମହାମହିମ

ପୁରୀ : ପୁରୀରେ ରାଷ୍ଟ୍ରପତି । ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସକାଳ ୭ଟା ୪୦ ମିନିଟରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଅରୁଣ ସ୍ତମ୍ଭରେ ମୁଣ୍ଡିଆ ମାରି ଭିତରେ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇପଡିଥିଲେ ରାଷ୍ଟ୍ରପତି। ଗର୍ଭଗୃହରୁ ବାହାରିବା ପରେ ବାଇଶି ପାହାଚରେ କିଛି ସମୟ ବସିଥିଲେ । ମୁକ୍ତି ମଣ୍ଡପ ପଣ୍ଡିତଙ୍କ ଆଶୀର୍ବାଦ ନେଇ ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ […]

ଓଡ଼ିଶା

ଫାଷ୍ଟଫୁଡ଼ ଦୋକାନୀଙ୍କୁ ପିଟିପିଟି ହତ୍ୟା

ଭଞ୍ଜନଗର : ସାମାନ୍ୟ ବଚସାରୁ ନୃଶଂସ କାଣ୍ଡ । ଫାଷ୍ଟଫୁଡ଼ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା । ଭଞ୍ଜନଗର ଥାନା ଅନ୍ତର୍ଗତ ବାଉଁଶଲୁଣ୍ଡି ଗାଁ ନିକଟରେ ଘଟିଛି ଅଘଟଣ । ମୃତ ବ୍ୟବସାୟୀ ହରେକୃଷ୍ଣ ସ୍ବାଇଁ । ଗତକାଲି ଜଣେ ଯୁବକ ହରେକୃଷ୍ଣଙ୍କ ଦୋକାନକୁ ଆସିଥିବାବେଳେ ମାଡ଼ ମାରି ଲହୁଲୁହାଣ କରିଥିଲେ। ପରିବାରଲୋକ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଆକ୍ରମଣ […]

ଓଡ଼ିଶା

କୋଣାର୍କ ଉପକୂଳରେ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

କୋଣାର୍କ: କୋଣାର୍କ ସମୁଦ୍ର ଉପକୂଳରେ ବିରଳ ଅଲିଭ ରିଡଲେଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ୧୯ଟି ବସାରେ ସମୁଦାୟ ୨୦୭୭ ଅଣ୍ଡା ସଂଗୃହିତ କରାଯାଇ ଅସ୍ଥାୟୀ ପ୍ରଜନନ କେନ୍ଦ୍ରରେ ରଖାଯାଇଛି । ଏହି ଅଣ୍ଡାଗୁଡିକ ୪ଟି ଅସ୍ଥାୟୀ ପ୍ରଜନନ କେନ୍ଦ୍ରର ସୁରକ୍ଷିତ ଉପାୟରେ ରଖାଯାଇଛି । ସଂଗୃହିତ ଅଣ୍ଡାରୁ ଆସନ୍ତା ୪୫ରୁ ୫୫ ଦିନ ମଧ୍ୟରେ ଛୁଆ ଫୁଟିବ। ଏହା ପରେ ସୁରକ୍ଷିତ ଭାବେ ଅଲିଭ ରିଡଲେ ଶାବକମାନଙ୍କୁ ଗଭୀର […]

ଓଡ଼ିଶା

୧୫ ସୁଦ୍ଧା ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ଯୋଗାଇ ଦିଆଯିବ ମାଗଣା ପୋଷାକ

ଭୁବନେଶ୍ୱର: ରାଜ୍ୟର ପ୍ରାକ୍-ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ଆକର୍ଷଣୀୟ କରିବା ପାଇଁ ଓଡ଼ିଶା ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଏଣିକି ସରକାରୀ ବିଦ୍ୟାଳୟରେ ପଢୁଥିବା ‘ଶିଶୁ ବାଟିକା’ର ଛାତ୍ରଛାତ୍ରୀଙ୍କୁ ମଧ୍ୟ ମାଗଣା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ ଯୋଗାଇ ଦିଆଯିବ । ୧୫ ଫେବୃଆରୀ ସୁଦ୍ଧା ବଣ୍ଟନ ଶେଷ କରିବାକୁ ଓସେପାର ନିର୍ଦ୍ଦେଶ । ଓସେପା ଅତିରିକ୍ତ ନିର୍ଦ୍ଦେଶିକା (ସାଧାରଣ) ସଙ୍ଗୀତା ବେହେରାଙ୍କ ପକ୍ଷରୁ ଜାରି ପତ୍ର ଅନୁଯାୟୀ, ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ପ୍ରତି […]

ଓଡ଼ିଶା

ଆତ୍ମସମର୍ପଣ କଲା କ୍ୟାଡର ମାଓବାଦୀ ସୁକରାମ

ମାଲକାନଗିରି: କ୍ୟାଡର ମାଓବାଦୀ ସୁକରାମର ଆତ୍ମସମର୍ପଣ। SLR ଓ ବିପୁଳ ମାଓ ସାମଗ୍ରୀ ସହ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ। ଏରିଆ କମିଟି ମେମ୍ବର ସୁକରାମ ମୁଣ୍ଡ ଉପରେ ଥିଲା ୨୧ ଲକ୍ଷର ପୁରସ୍କାର। ଓଡ଼ିଶା, ଛତିଶଗଡ଼ରେ ବିଭିନ୍ନ ହିଂସାକାଣ୍ଡରେ ସାମିଲ ଥିଲା ସୁକରାମ। ପଟେ ଆତ୍ମସମର୍ପଣ ପରେ ଏସପି ବିନୋଦ ପାଟିଲ କହିଛନ୍ତି ୧୬ ବର୍ଷ ଧରି ସେ ହିଂସାକାଣ୍ଡରେ ସାମିଲ ଥିଲା । ତେବେ ନକ୍ସଲ ରାସ୍ତା ଛାଡି ଅନ୍ୟମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ […]

ଓଡ଼ିଶା

ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟର ଚିଠି

ଭୁବନେଶ୍ୱର: ମହାନଦୀ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଆଉ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ରାଜ୍ୟର ଚିଠି । କାର୍ଯ୍ୟକାଳ ବଢାଇଲେ ଚିଠି ଲେଖିଲେ ରାଜ୍ୟ ସରକାର। ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକାଳ ୯ ମାସ ବୃଦ୍ଧି କରିବାକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ମହାନଦୀ ବିବାଦର ସମାଧାନ ହେଉ। ଗଣତନ୍ତ୍ର ବ୍ୟବସ୍ଥାରେ ଆଲୋଚନା ମାଧ୍ୟମରେ ସବୁ ସମସ୍ୟାର ସମାଧାନ ହେବ। […]

LOKA SAMACHAR @2026. All Rights Reserved || Developed By CBSPL