ଜାତୀୟ

ଗୃହରେ ହଟ୍ଟଗୋଳ, ଆସନ୍ତାକାଲି ସକାଳ ୧୧ ଟା ପର୍ଯ୍ୟନ୍ତ ଲୋକସଭା ମୁଲତବୀ

ନୂଆଦିଲ୍ଲୀ: ଲୋକସଭାରେ ରାହୁଲ ଗାନ୍ଧୀଙ୍କ ଭାଷଣ ଲଗାତାର ଦ୍ୱିତୀୟ ଦିନ ପାଇଁ ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ଟାରେ, ରାହୁଲ ଗାନ୍ଧୀ ଗୃହରେ ଜଣେ ପୂର୍ବତନ ସେନା ମୁଖ୍ୟଙ୍କ ଦ୍ୱାରା ପ୍ରକାଶିତ ଏକ ଅପ୍ରକାଶିତ ପୁସ୍ତକରୁ ଏକ ଲେଖା ଉପସ୍ଥାପନ କରିଥିଲେ। ସେ କହିଥିଲେ, “ମୋତେ କହିବାକୁ ଦିଅ।” ସେ ଏହା କହିବା ମାତ୍ରେ ଏନଡିଏ ସାଂସଦମାନେ ତାଙ୍କୁ ବାଧା ଦେବା ଆରମ୍ଭ କରିଥିଲେ। ଫଳରେ ଉପବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ପରେ ୩ଟା ପରେ ଗୃହ କାର୍ଯ୍ୟ ପୁର୍ନବାର ଚାଲିଥିଲା। କିନ୍ତୁ ପରେ ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ ହୋଇଥିଲା। ହଟ୍ଟଗୋଳ ସମୟରେ ଚେୟାର ଉପରକୁ କାଗଜ ଚିରି ଫିଙ୍ଗିବାରୁ ୮ଜଣ ସାଂସଦଙ୍କୁ ସମଗ୍ର ଅଧିବେଶନରୁ ନିଲମ୍ବିତ କରାଯାଇଛି । ଗୃହରେ ବିଶୃଙ୍ଖଳା ଆଚରଣ ଓ ନାରାବାଜି କରି ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ ଏହି ସାଂସଦ ମାନଙ୍କୁ ନିଲମ୍ବିତ କରିବାକୁ ଅପିଲ କରିଥିଲେ । ଏବଂ ଲୋକସଭା ୪ ଫେବୃଆରୀ ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL