ଓଡ଼ିଶା

ନାବାଳିକାକୁ ଅସଦାଚରଣ ପରେ ହତ୍ୟା

ରାଉରକେଲା : ରାଉରକେଲା ସହରର ପୁଣି ଲଜ୍ଜ୍ୟା । ନାବାଳିକାକୁ ଅସଦାଚରଣ ପରେ ହତ୍ୟା । ରାଉରକେଲା ବିଶ୍ରା ଥାନା ଅଞ୍ଚଳର ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ହତ୍ୟା ଅଭିଯୋଗ ହୋଇଛି । ଗତକାଲି ସ୍କୁଲକୁ ଯାଇ ଆଉ ଫେରିନଥିଲେ ଛାତ୍ରୀ ଜଣକ। ବହୁ ଖୋଜାଖୋଜି ପରେ ନିକଟସ୍ଥ ଜଙ୍ଗଲରୁ ମୁର୍ମୁଷୁ ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରିଥିଲେ । ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ନାବାଳିକାଙ୍କୁ ମୃତ ଘୋଷଣା […]

ଓଡ଼ିଶା

ଗୋଷ୍ଠୀ ସଂଘର୍ଷ: ଜଣେ ମୃତ, ୩ ଗୁରୁତର

ବରଗଡ଼: ବରଗଡ଼ ହାଟପଦା ସାଇ ମନ୍ଦିର ନିକଟରେ ଗୋଷ୍ଠୀ ସଂଘର୍ଷ । ଜଣେ ମୃତ, ୩ ଜଣ ଗୁରୁତର । ଗୋଷ୍ଠୀ ସଂଘର୍ଷର କାରଣ ଅସ୍ପଷ୍ଟ ରହିଛି। ଗତକାଲି୨ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ଗୋଷ୍ଠୀ ସଂଘର୍ଷ ହୋଇଥିଲା । ଭୁଜାଲି ଆକ୍ରମଣରେ ଜଣେ ଗୁରୁତର ଦୁଇ ଆହତ ହୋଇଥିଲେ। ମୃତକ କଲେଜ ରୋଡ଼ ଅଞ୍ଚଳର ଦେବାଶିଷ ଲୁହା। ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ସମସ୍ତଙ୍କୁ ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି […]

ଓଡ଼ିଶା

ଡ୍ରାଗନ ଦୋଳି ଛିଡ଼ି ୪ ଗୁରୁତର

ପୋଲସରା: ଛିଡ଼ିଲା ମୀନାବଜାରର ଡ୍ରାଗନ ଦୋଳି। ଦୁର୍ଘଟଣାରେ ଚାରିରୁ ଉର୍ଦ୍ଧ୍ବ ଗୁରୁତର।  ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଦେଓଗାଁରେ ଚାଲିଥିବା ନାମଯଜ୍ଞରେ ଅଘଟଣ ।  ଯାତ୍ରାରେ ଲାଗିଥିବା ମୀନାବଜାର ଡ୍ରାଗନ ଟ୍ରେନ ଦୋଳିର ଗୋଟିଏ ବଗି ଛିଣ୍ଡିଯାଇ ୭ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଚାରି ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ଗୁରୁତରଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।  ଖବରପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ତଦନ୍ତ […]

ଓଡ଼ିଶା

ପୋଲିସ ଗୁଳିରେ ଟଳିଲା କୁଖ୍ୟାତ ମାଓବାଦୀ

ମାଲକାନଗିରି: ପୋଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତରେମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।  ପୋଲିସ ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଂଗଠନର DVCM କ୍ୟାଡର କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ ନିହତ । ଘଟଣାସ୍ଥଳରୁ ଗୋଟିଏ ଅଟମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ ।  ମୃତ ମାଓବାଦୀ ଉପରେ ୮ଲକ୍ଷ ଟଙ୍କା ପୁରସ୍କାର ରହିଥିଲା […]

ଓଡ଼ିଶା

ଆଇଏଏସ ସ୍ତରରେ ବଡ଼ ଅଦଳବଦଳ

ଭୁବନେଶ୍ୱର : ଆଇଏଏସ ସ୍ତରରେ ବଡ଼ ଅଦଳବଦଳ ।  ଉନ୍ନୟନ କମିଶନର ଦେଓ ରଞ୍ଜନ କୁମାର ସିଂହଙ୍କୁ ଷ୍ଟିଲ ଓ ମାଇନ୍ସ ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।  ସେହିପରି ଜଳସଂପଦ ବିଭାଗର ପ୍ରମୁଖ ସଚିବ ହେଲେ ଶୁଭା ଶର୍ମା ।  ମୃଣାଳିନୀ ଦର୍ସୱାଲଙ୍କୁ ମହିଳା ଓ ଶିଶୁ ବିଭାଗର ସଚିବ ଦାୟିତ୍ବ ଦିଆଯାଇଛି ।  ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ […]

ଜାତୀୟ

ଗାଜାରେ ଇସ୍ରାଏଲର ପାଲଟା ଆକ୍ରମଣ: ୨୩ ମୃତ

ଗାଜା: ଗାଜାରେ ଇସ୍ରାଏଲ କରିଛି ଏକ ବଡ଼ ଆକ୍ରମଣ, ଯେଉଁଥିରେ ଅତି କମ୍‌ରେ ୨୩ ଜଣ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଛି। ଅକ୍ଟୋବରରେ ଅସ୍ତ୍ରବିରତି ଆରମ୍ଭ ହେବା ପରଠାରୁ ଏହାକୁ ସବୁଠାରୁ ମାରାତ୍ମକ ବୋଲି କୁହାଯାଉଛି। ଗାଜାସ୍ଥିତ ଡାକ୍ତରଖାନା ସୂତ୍ରରୁ ପ୍ରକାଶ ଯେ, ବୁଧବାର ମୃତାହତଙ୍କ ମଧ୍ୟରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ସମେତ ଅନେକ ଶିଶୁ ଅଛନ୍ତି। ତେବେ ପ୍ରଥମେ ହମାସ ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ଆମେ ଆକ୍ରମଣ କଲୁ ବୋଲି ଇସ୍ରାଏଲ ପ୍ରତିକ୍ରିୟା ଦେଇଛି। ଗାଜା […]

ଜାତୀୟ

ଓଲା,ଉବର,ରାପିଡୋକୁ ଟକ୍କର ଦେବ ସ୍ୱଦେଶୀ “ଭାରତ-ଟ୍ୟାକ୍ସି”: ଅମିତ ଶାହ

ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ପ୍ରଥମ ସମବାୟ ନେତୃତ୍ୱାଧୀନ ରାଇଡ୍-ହେଲିଂ ପ୍ଲାଟଫର୍ମ ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି । କେନ୍ଦ୍ର ଗୃହ, ସମବାୟ ମନ୍ତ୍ରୀ ଅମିତ ଶାହ ଗୁରୁବାର ଦୁଇ ମାସର ସଫଳ ପାଇଲଟ୍ ଅପରେସନ୍ ପରେ ଭାରତର ପ୍ରଥମ ସମବାୟ ନେତୃତ୍ୱାଧୀନ ରାଇଡ୍-ହେଲିଂ ପ୍ଲାଟଫର୍ମ, ଭାରତ ଟ୍ୟାକ୍ସିର ଶୁଭାରମ୍ଭ କରିଛନ୍ତି । ଏହି ସେବା ପ୍ରାରମ୍ଭିକ ଭାବରେ ଦିଲ୍ଲୀ-ଏନସିଆର ଏବଂ ଗୁଜରାଟରେ ଆରମ୍ଭ କରାଯାଇଛି । ଆଗାମୀ ଦୁଇ ବର୍ଷ ମଧ୍ୟରେ ସମସ୍ତ ରାଜ୍ୟ […]

ଜାତୀୟ

ଅନୁପ୍ରବେଶ ପାଇଁ ଅଦାଲତ ଉପରେ ଚାପ ପକାଉଛି ଟିଏମସି ; ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ରାଜ୍ୟସଭା ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିଛନ୍ତି । ଅଭିଭାଷଣ ସମୟରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀ କଂଗ୍ରେସକୁ ନିଶାନ କରିବା ସହ ଟିଏମସିକୁ ମଧ୍ୟ ନିଶାଣ କରିଛନ୍ତି । ମୋଦୀ କହିଛନ୍ତି, “ଟିଏମସିର ସହକର୍ମୀମାନେ ବହୁତ କିଛି କହିଛନ୍ତି । କିନ୍ତୁ ସେମାନେ ନିଜକୁ ଦେଖିବା ଉଚିତ । ଏକ ନିଷ୍ଠୁର ସରକାର ପତନର ସମସ୍ତ ପାରାମିଟରରେ ନୂତନ ରେକର୍ଡ ସୃଷ୍ଟି କରୁଛି । କିନ୍ତୁ ସେମାନେ ଏଠାରେ ଆମକୁ ଭାଷଣ […]

ଜାତୀୟ

ରାଜ୍ୟସଭା ଗୃହରେ ହଟ୍ଟଗୋଳ; କକ୍ଷତ୍ୟାଗ କଲେ ବିରୋଧୀ ସାଂସଦ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତର ଦେବା ସମୟରେ ବିରୋଧୀ ସାଂସଦମାନେ କକ୍ଷତ୍ୟାଗ କରିଛନ୍ତି । ରାଜ୍ୟସଭା ଗୃହରେ ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଧନ୍ୟବାଦ ଅଭିଭାଷଣ ରଖିବା ଆରମ୍ଭ କରିଛନ୍ତି । ଏହି ସମୟରେ ବିରୋଧୀ ସଦସ୍ୟ ମାନେ ହଟ୍ଟଗୋଳ ଆରମ୍ଭ କରିଥିଲେ । ମୋଦୀ ତାଙ୍କର ଅଭିଭାଷଣ ଆରମ୍ଭ କରି କହିଥିଲେ “ମୁଁ ରାଷ୍ଟ୍ରପତିଙ୍କ ଅଭିଭାଷଣ ପାଇଁ କୃତଜ୍ଞତା ଜଣାଇବାକୁ ଆସିଛି । ” ଏତିକି କହିବା […]

ଜାତୀୟ

ଚାଇନିଜ୍ ମାଞ୍ଜା ଦ୍ୱାରା ମୃତ୍ୟୁ ହେଲେ ହତ୍ୟା ବିବେଚନା କରାଯିବ: ଯୋଗୀ

ନୂଆଦିଲ୍ଲୀ : ନିଷିଦ୍ଧ ଚାଇନିଜ୍ ମାଞ୍ଜା ଦ୍ୱାରା ହେଉଥିବା ଯେକୌଣସି ମୃତ୍ୟୁକୁ ଏବେ ହତ୍ୟା ଭାବରେ ବିବେଚନା କରାଯିବ। ଆଜି ଏହା ଘୋଷଣା କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ରାଜ୍ୟବ୍ୟାପୀ ଚଢାଉ କରିବାକୁ ମୁଖ୍ୟମନ୍ତ୍ରୀ ପୁଲିସ୍ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏବଂ ଉଚ୍ଚ ସ୍ତରରେ ଏହାର ସମୀକ୍ଷା କରାଯିବ ବୋଲି କହିଛନ୍ତି। ଲକ୍ଷ୍ନୌରେ ଚାଇନିଜ୍ ମାଞ୍ଜା ସୂତାରେ ଜଣେ ବ୍ୟକ୍ତିଙ୍କର ଗଳା କଟିବା ପରେ ଏହି ଚେତାବନୀ ଦିଆଯାଇଛି। ଗତ […]

LOKA SAMACHAR @2026. All Rights Reserved || Developed By CBSPL