ଓଡ଼ିଶା

ସରିଲା ମହାନଦୀ ଟ୍ରିବ୍ୟୁନାଲର ୫୦ତମ ଶୁଣାଣି, ମାର୍ଚ୍ଚ ୧୪ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ୱର : ମହାନଦୀ ଟ୍ରିବୁନାଲର ୫୦ତମ ଶୁଣାଣି ସରିଲା ।  ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୪ରେ ହେବ ।  ତା ପୂର୍ବରୁ ହେବ କ୍ଷେତ୍ର ପରିଦର୍ଶନ ।   ଫେବ୍ରୁଆରୀ ଶେଷ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏ କ୍ଷେତ୍ର ପରିଦର୍ଶନ କରିବେ ଟ୍ରିବ୍ୟୁନାଲ ।  କ୍ଷେତ୍ର ପରିଦର୍ଶନ ପରେ ହେବ ପରବର୍ତ୍ତୀ ଶୁଣାଣି ।  ଏଣେ ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ କାର୍ଯ୍ୟକାଳ ଅବଧି ଶେଷ ହେବାକୁ ଯାଉଛି ।  ଅବଧି ବୃଦ୍ଧି କରିବାକୁ ଅନୁରୋଧ କରିଛନ୍ତି ଓଡ଼ିଶା ଓ […]

ଓଡ଼ିଶା

ଆତ୍ମସମର୍ପଣ କଲେ ୧୫ ମାଓବାଦୀ, ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା

ରାୟଗଡ଼ା: ଭୁଶୁଡୁଛି ଲାଲଗଡ଼। ମାଓମୁକ୍ତ ହେଲା ରାୟଗଡ଼ା ଜିଲ୍ଲା ।  ଆତ୍ମସମର୍ପଣ କରିଛନ୍ତି ନିଖିଲ ଓ ଇନ୍ଦୁଙ୍କ ସମେତ ୧୫ ହାର୍ଡକୋର ମାଓବାଦୀ । ବାସଧାରା ଘୁମୁସର ନାଗାବଳି ଡିଭିଜନର ମୋଟ ୧୫ଜଣ ମାଓ କ୍ୟାଡର ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ।  ଏନେଇ ଏଡିଜି ଆଣ୍ଟି ନକ୍ସଲ ଅପରେସନ ସଂଜୀବ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।  ମାଓ ଦମ୍ପତି ନିଖିଲ ଓ ଇନ୍ଦୁଙ୍କ ମୁଣ୍ଡ ଉପରେ ଏକ କୋଟି ୯୮ ଲକ୍ଷ ଟଙ୍କାର […]

ଓଡ଼ିଶା

୧୯ରେ ମାଟ୍ରିକ୍ ପରୀକ୍ଷା, ଆଜି ଆସିଲା ଆଡମିଟ କାର୍ଡ

ସମ୍ବଲପୁର: ଆସନ୍ତା ୧୯ରେ ମାଟ୍ରିକ୍ ପରୀକ୍ଷା । ଏଥିପାଇଁ ସମ୍ବଲପୁର ଜୋନର ୯ଟି ଜିଲ୍ଲାର ୧,୧୪୧ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧ ଲକ୍ଷ ୨୫ ହଜାର ୩୨୭ ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ଦେବେ । ଏଥିପାଇଁ ପରିଷଦ କାର୍ଯ୍ୟାଳୟକୁ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ଆଜି ପହଞ୍ଚି ସାରିଛି । କେତେ ପ୍ରସ୍ତୁତ ରହିଛି ସେନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସମ୍ବଲପୁର ଯୋନର ଉପ ସମ୍ପାଦକ ସୋମନାଥ ମୁର୍ମୁଙ୍କ ସହ ଅଧିକ ଆଲୋଚନା କରିଛନ୍ତି ସିନିୟର […]

ଓଡ଼ିଶା

ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ବର: ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର । ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନଭେନସନରେ ଏହା ଅନୁଷ୍ଠିତ ହେବ । ଏଥିରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ। ଭୁବନେଶ୍ୱର, କଟକ, ପୁରୀ ଓ ପାରାଦୀପ ଵିସିପିପିଇଆର ଅଧୀନରେ ଅନେକ ଗୁଡିଏ ପ୍ରସ୍ତାବିତ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ଏହାଦ୍ୱାରା ଏସବୁ ଅଂଚଳର ପର୍ଯ୍ୟଟନ ଭିତ୍ତିକ ସାଂସ୍କୃତିକ ଓ ଐତିହ୍ୟ ଅର୍ଥନୀତିକୁ ପ୍ରୋତ୍ସାହନ କରିବ। […]

ଓଡ଼ିଶା

ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ଅସଦାଚରଣ, ପ୍ରଫେସର ନିଲମ୍ବିତ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା । ନିଲମ୍ବିତ ହେଲେ ପ୍ରଫେସର ଡ. ସରୋଜ ସାହୁ । ବିଶ୍ବବିଦ୍ୟାଳୟର ଏମ୍ ବିଏ ବିଭାଗର ଜଣେ ପିଏଚ୍ ଡି ଛାତ୍ରୀଙ୍କୁ ତାଙ୍କ ଗାଇଡ୍ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା ।  ଛାତ୍ରୀଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଘଟଣାର ତଦନ୍ତ କରିଥିଲା ।  କମିଟିର ଅନୁମୋଦନକ୍ରମେ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ସହକାରୀ ପ୍ରଫେସର ଡ. ସରୋଜ ସାହୁଙ୍କୁ ନିଲମ୍ବନ କରିଛନ୍ତି । ତାଙ୍କୁ ଶୈକ୍ଷିକ ଓ ପ୍ରଶାସନିକ ଦାୟିତ୍ବରୁ […]

ଓଡ଼ିଶା

ଛଅ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି

ଭୁବନେଶ୍ବର: ଛଅ ଦିନିଆ ଓଡ଼ିଶା ଗସ୍ତ ସାରି ଫେରିଗଲେ ରାଷ୍ଟ୍ରପତି ଦୌପତି ମୁର୍ମୁ ।  ଆଜି ସକାଳେ ଲୋକ ଭବନରୁ ବାହାରି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ । ଏହାପରେ ଛତିଶଗଡ଼ ଜଗଦଲପୁର ଗସ୍ତ କରିଛନ୍ତି ରାଷ୍ଟ୍ରପତି । ସେଠାରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଓଡ଼ିଶା ଗସ୍ତ ସମୟରେ ରାଷ୍ଟ୍ରପତି ଯାଜପୁର, ବାଲେଶ୍ୱର, ପୁରୀ ଓ ମୟୁରଭଞ୍ଜରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପୁରୀରେ ମହାପ୍ରଭୁଙ୍କ ଦର୍ଶନ ସହ ପିତୃପୁରୁଷଙ୍କ ପାଇଁ ପିଣ୍ଡଦାନ ମଧ୍ୟ କରିଥିଲେ […]

ଓଡ଼ିଶା

ଘରେ ପଶି ଦଳିଦେଲା ଦନ୍ତା

ବେଗୁନିଆ: ଘରେ ପଶି ମାରିଲା ଦନ୍ତା ହାତୀ । ଦୋକାନ ଘର ଭାଙ୍ଗିବା ସହ ଜଣଙ୍କୁ ଦଳିଦେଲା । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ସିକୋ ନିକଟ ଖଡ଼ିପଦର ଗାଁରେ ହାତୀ ଉପଦ୍ରବ। ମୃତକ ହେଲେ ଶଙ୍କର ରାଉତରାୟ । ପ୍ରତିବାଦରେ ରଣପୁର-ପୁରୀ ଜଗନ୍ନାଥ ସଡ଼କ ଅବରୋଧ କରିଛନ୍ତି ଗ୍ରାମବାସୀ । ଆଜି ଭୋରରୁ ହାତୀଟି ପ୍ରଥମେ ପ୍ରତାପ ସାମନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲା । ପରେ ସନ୍ତୋଷ ରାଉତରାୟଙ୍କ ଘରେ ପଶି ଧାନ ବସ୍ତା ଖାଇବା ବେଳେ […]

ଓଡ଼ିଶା

ବାଇକକୁ ଧକ୍କା ଦେଲା ଟ୍ରକ, ଚାଲିଗଲା ଦୁଇ ଜୀବନ

ଅନୁଗୁଳ: ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ। ଚାଲିଗଲା ଦୁଇ ଜୀବନ ।  ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ମହିତଳା ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ହେଲେ ନତଡା ଗାଁର ବିକ୍ରମ ସାହୁ ଙ୍କ ପୁଅ ବିରେନ୍ଦ୍ର ସାହୁ ଓ କଣିହାଁ ଦଣ୍ଡସିଂହା ଗାଁର ଗୌର ଚନ୍ଦ୍ର ପରିଡ଼ାଙ୍କ ପୁଅ ବୁଲୁ ପରିଡା ।  ଦୁଇ ଜଣ ବାଇକରେ ଯାଉଥିବାବେଳେ କୋଇଲା ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ […]

ଓଡ଼ିଶା

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଅବକାରୀ ଆଇନକୁ ନେଇ ବଡ ସୂଚନା ଦେଲେ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ନୂଆ ଅବକାରୀ ଆଇନ । ପ୍ରକ୍ରିୟା ଶେଷ ହେବା ପରେ ଅବକାରୀ ଆଇନ ଅନୁପାଳନ କରାଯିବ । ଅବକାରୀ ବିଭାଗ ପକ୍ଷରୁ ନିଶାମୁକ୍ତ ଓଡ଼ିଶା ଅଭିଯାନ ଜୋରଦାର ହେବ । ଅବୈଧ ନିଶା କାରବାର ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ । ଅବକାରୀ କର୍ମଚାରୀ ଓ ଅଫିସରଙ୍କୁ ସଶସ୍ତ୍ର […]

ଓଡ଼ିଶା

୧୨ରେ ଭାରତ ବନ୍ଦ, ଧର୍ମଘଟକୁ ଓହ୍ଲାଇବେ ଦେଶର ୫୦ କୋଟି ଶ୍ରମିକ

ଭୁବନେଶ୍ୱର: ଆସନ୍ତା ୧୨ରେ ଭାରତ ବନ୍ଦ । ଦେଶବ୍ୟାପୀ ସାଧାରଣ ଧର୍ମଘଟ ଡାକରା ଦେଇଛି ସିଆଇଟିୟୁ ସମେତ ସମଗ୍ର ଦେଶର ପ୍ରମୁଖ ଦଶଟି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଏବଂ ବ୍ୟାଙ୍କ, ବୀମା, କେନ୍ଦ୍ର ରାଜ୍ୟ ସରକାରୀ କର୍ମଚାରୀ ସଂଗଠନ ସମୂହ । ଚାରି ଶ୍ରମକୋଡ଼ ରଦ୍ଦ, ବିହନ ବିଲ ୨୦୨୫ ରଦ୍ଦ, ବିଜୁଳି ସଂଶୋଧନ ବିଲ ୨୦୨୫ ରଦ୍ଦ, ଭିବି ରାମଜି ଆଇନ ରଦ୍ଦ ନ କଲେ ସାରା ଦେଶରେ ନିଆଁ ଜଳିବ ବୋଲି କୁହାଯାଇଛି । […]

LOKA SAMACHAR @2026. All Rights Reserved || Developed By CBSPL