ଓଡ଼ିଶା

ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ

ଜଳେଶ୍ୱର : ସୀମା ଲଙ୍ଘିଲେ ଗୁରୁ । ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବିଦ୍ଯାଳୟରେ ଶିକ୍ଷକ ଅଟକ। ବାଲେଶ୍ବର ଜିଲ୍ଲା ସିଂଲା ଥାନା ଗୁହାଳିପଦା ସରକାରୀ ପ୍ରାଥମିକ ବିଦ୍ଯାଳୟର ଶିକ୍ଷକ କୃଷ୍ଣଚନ୍ଦ୍ର ମଲ୍ଲିକ ଛାତ୍ରୀମାନଙ୍କୁ ଅସଦାଚରଣ କରିଥିବା ଘରେ ଜଣାଇଥିଲେ। ଅଭିଭାବକମାନେ ବିଦ୍ଯାଳୟରେ ପହଞ୍ଚି ଶିକ୍ଷକ କୃଷ୍ଣଚନ୍ଦ୍ରଙ୍କୁ ପଚାରିବାରୁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଭିଭାବକମାନେ ବାଧ୍ୟ ହୋଇ ଶିକ୍ଷକ କୃଷ୍ଣଚନ୍ଦ୍ରଙ୍କୁ ଶ୍ରେଣୀ ଗୃହରେ ବନ୍ଦ କରି ରଖିଛନ୍ତି ।

ଓଡ଼ିଶା

ରାଜ୍ୟରେ ଖୋଲିବ ଆଉ ୩ ନୂଆ କଲେଜ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ବ୍ରହ୍ମପୁର : ରାଜ୍ୟରେ ଖୋଲିବ ଆଉ ୩ଟି ନୂତନ ମହାବିଦ୍ୟାଳୟ । ବ୍ରହ୍ମପୁରର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସୂଚନା ଦେଇଛନ୍ତି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ଗୋଟିଏ ମତ୍ସ୍ୟ ବିଜ୍ଞାନ, ଗୋଟିଏ ପ୍ରାଣୀ ସମ୍ପଦ ଓ ଗୋଟିଏ କୃଷି କଲେଜ ଖୋଲିବ। ସୋନପୁରରେ ଖୋଲାଯିବ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟ। ଚିପିଲିମାରେ ପ୍ରାଣୀ ସମ୍ପଦ ଓ ବଲାଙ୍ଗିରରେ କୃଷି କଲେଜ ଖୋଲିବ। ବ୍ରହ୍ମପୁର ଉପକଣ୍ଠ ରଙ୍ଗେଇଲୁଣ୍ଡାରେ ଥିବା ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ୨୬ତମ ଛାତ୍ର ସଂସଦ ବାର୍ଷିକ […]

ଓଡ଼ିଶା

ଅଭିନେତ୍ରୀ ନିକିତା ହତ୍ୟାକାଣ୍ଡ : ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ବର: ୭ ବର୍ଷ ପରେ ଆସିଲା ରାୟ। ଓଡ଼ିଆ ସିନେ ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ବାମୀ ଲିପନଙ୍କୁ ଆଜୀବନ କାରାଦଣ୍ଡାଦେଶ । ଏଥିସହ ୨୦ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ । ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ। ରାୟ ଶୁଣାଇଛନ୍ତି କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ। କୋର୍ଟ କହିଛନ୍ତି ଝଗଡ଼ା ସମୟରେ ଲିପନ ହିଁ ନିକିତାଙ୍କୁ ଛାତ ଉପରୁ ଠେଲି ଦେବାରୁ ତାଙ୍କର […]

ଓଡ଼ିଶା

ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ୍ ଆଗରେ ରହିଛି ୭ ଜଟିଳ ସମସ୍ୟା

କଟକ : ମହାନଦୀ ଜଳ ସମସ୍ୟାର ତଦନ୍ତ ବେଳେ ଟ୍ରିବ୍ୟୁନାଲ୍ ଆଗରେ ରହିଛି ୭ଟି ଜଟିଳ ସମସ୍ୟା । ପ୍ରଥମ ଜଳ ପରିମାଣକୁ ନେଇ ସଠିକ୍ ତଥ୍ୟର ଅଭାବ । ଓଡ଼ିଶା କହୁଛି ଯେ ୧୯୯୦ ମସିହା ପରଠାରୁ ହୀରାକୁଦକୁ ଆସୁଥିବା ପାଣି ପ୍ରାୟ ୩୭% କମିଗଲାଣି । କିନ୍ତୁ ଛତିଶଗଡ଼ ଏବଂ କେନ୍ଦ୍ରୀୟ ଜଳ କମିଶନ (CWC)ଙ୍କ ପାଖରେ ଥିବା ପୁରୁଣା ରେକର୍ଡ ସହିତ ଏହା ମେଳ ଖାଉନାହିଁ । ଦୁଇ ରାଜ୍ୟର ପାଣି ମାପିବା ପଦ୍ଧତି […]

ଓଡ଼ିଶା

ଜନକଲ୍ୟାଣ କାର୍ଯ୍ୟ ପାଇଁ ଲଣ୍ଡନରେ ସମ୍ମାନିତ ହେଲେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର

ଭୁବନେଶ୍ବର : ଓଡ଼ିଶା ପାଇଁ ଗର୍ବ ଗୌରବ ଆଣିଛନ୍ତି ଓଡ଼ିଆ ପୁଅ ଅବସର ପ୍ରାପ୍ତ କ୍ୟାପଟେନ ଅରୁଣ କର । ସେ ଲଗାତାର ଭାବେ ଜନକଲ୍ୟାଣ କାର୍ଯ୍ଯ କରୁଥିବାରୁ ଜାତିସଂଘ ମୁଖ୍ୟାଳୟ, ନ୍ୟୁୟର୍କରେ ସମ୍ମାନିତ ହୋଇଛନ୍ତି । ମାନବ ମର୍ଯ୍ୟାଦା, ସାର୍ବଜନୀନ ସ୍ବାସ୍ଥ୍ଯ, ପରିଷ୍କାର ପରିଚ୍ଛନ୍ନତା, ଲିଙ୍ଗ ସମାନତା ଓ ସ୍ଥାୟୀ ବିକାଶ ଆଦି ପ୍ରସଙ୍ଗକୁ ନିଜ କାର୍ଯ୍ୟ ଦ୍ବାରା ଆଗେଇ ନେଇଛନ୍ତି ସେ । ଜାତିସଂଘ ପ୍ରତିନିଧି ତଥା ରାଷ୍ଟ୍ରଦୂତ ଲୁଇସ୍ ସୁଆରେଜ୍ ହର୍ନାଣ୍ଡେଜ୍ ଓ ଜାତିସଂଘ […]

ଓଡ଼ିଶା

କୋର୍ଟ ଚାଲାଣ ବେଳେ ମେଡିକାଲ ପାଚେରୀ ଡେଇଁ କଏଦୀ ଫେରାର

ଜଗତସିଂହପୁର: କୋର୍ଟ ଚାଲାଣ ବେଳେ କଏଦୀ ଫେରାର । ଜଗତସିଂହପୁର ଜିଲ୍ଲା ବିରିଡ଼ି ଥାନାରୁ କୋର୍ଟ ଚାଲାଣ କରାଯିବା ବେଳେ ପୋଲିସକୁ ଚକମା ଦେଇ କଏଦୀ ଫେରାର ହୋଇଯାଇଛି । ବିରିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଡାକ୍ତରୀ ମାଇନା କରିବାକୁ ପୋଲିସ ଆଣିଥିଲା । ମେଡିକାଲ ପାଚେରୀ ଡେଇଁ ଚମ୍ପଟ ମାରିଛି। ତାକୁ ଧରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଚାଲିଛି ।

ଓଡ଼ିଶା

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା

ଅନୁଗୋଳ: ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା । ନିଜ ବାଡିରେ ଶାଗ ତୋଳୁଥିବା ବେଳେ ଘଟିଛି ଘଟଣା । ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅଞ୍ଚଳରେ ଘଟିଛି ଘଟଣା । ନାବାଳିକା ଜଣଙ୍କ ଶାଗ ତୋଳିବାକୁ ଯାଇଥିବା ବେଳେ ନିଖୋଜ ହୋଇଥିଲେ । ପରିବାର ପକ୍ଷରୁ ଥାନାରେ ଏତଲା ଦେଇଥିଲେ । ଆଜି ଗାଁ ପାଖ ଘାସ ବଣରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର ହୋଇଛି । ତେବେ ଗାଁର ଆଶିଷ ନାଏକ ନାମକ ଯୁବକ ଦୁଷ୍କର୍ମ […]

ଓଡ଼ିଶା

ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ ଫଳ

କଟକ : ମେ’ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ମାଟ୍ରିକ ଫଳାଫଳ । ମାର୍ଚ୍ଚ ୧୯ରୁ ଆରମ୍ଭ ହେବ ମୂଲ୍ୟାୟନ । ୫୧ ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ମାଟ୍ରିକ ଖାତା ଦେଖା । ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ଚଳିତ ବର୍ଷ ରାଜ୍ୟର ୫ ଲକ୍ଷ ୬୦ ହଜାର ୫୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି । ଗତବର୍ଷ ଭଳି ପ୍ରଶ୍ନପତ୍ରରେ କ୍ୟୁ […]

ଓଡ଼ିଶା

ବିଏମସିର ଅନୁମତି ବିନା ମନଇଛା ଲଗାଇ ପାରିବେନି ହୋର୍ଡିଂ

ଭୁବନେଶ୍ୱର : ଏଣିକି ମନଇଛା ଲଗାଇ ପାରିବେନି ହୋର୍ଡିଂ । ମହାନଗର ନିଗମ ଅଞ୍ଚଳ ଭିତରେ ଯିଏ ଯେଉଁଠି ବି ହୋଡିଂ ଲଗେଇଲେ ବିଏମସି ଠାରୁ ନେବାକୁ ପଡିବ ଅନୁମତି । ହୋଡିଂ ଲଗାଇବା ଆଗରୁ ଷ୍ଟ୍ରକଚରାଲ ସାର୍ଟିଫିକେଟ ଏବଂ ଥାର୍ଡ ପାର୍ଟି ଇନସ୍ୟୁରାନ୍ସ ବାଧ୍ୟତାମୂଳକ ଥିଲା । ଘରୋଇ ଅନୁଷ୍ଠାନ କିମ୍ବା କୌଣସି ବ୍ୟକ୍ତି ନିଜ ଘର ଉପରେ ଲଗାଇ ପାରିବେନି ହୋର୍ଡିଂ । ଏନେଇ କଡା ଚେତାବନୀ ଦେଇଛି ବିଏମସି । ଏଜେନ୍ସି ଠାରୁ ପଇସା […]

ଓଡ଼ିଶା

କୂଅରେ ପଡ଼ି ହାତୀ ଛୁଆ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁରେ ପରିତ୍ୟକ୍ତ କୂଅରେ ପଡି ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ବିଳମ୍ବିତ ରାତିରେ ଏକ ୧୦ ଟିକିଆ ହାତୀପଲ ଯାଉଥିବା ସମୟରେ କୂଅରେ ଖସିପିଡ଼ିଥିଲା ହାତୀଛୁଆ । ଖବରପାଇ ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ମୃତ ହାତୀଛୁଆକୁ ଉଦ୍ଧାର କରିଛି । ସୂଚନା ଅନୁଯାୟୀ, ଗତକାଲି ପ୍ରାୟ ବିଳମ୍ବିତ ରାତିରେ ଏକ ୧୦ଟିକିଆ ହାତୀପଲ କାଠବାଉଁଶୁଳି ଗାଁ ନିକଟରେ ରାସ୍ତା ପାର୍ ହେଉଥିବା ସମୟରେ ମୋହନ […]

LOKA SAMACHAR @2026. All Rights Reserved || Developed By CBSPL