ଓଡ଼ିଶା

କାର୍ଯ୍ୟରେ ଅଭବହେଳା: ୧୦ ଶିକ୍ଷକଙ୍କ ଦରମା ବନ୍ଦ

ବୌଦ୍ଧ: ୧୦ ଶିକ୍ଷକଙ୍କ ଦରମା ବନ୍ଦ ସହ କାରଣ ଦର୍ଶାଅ ନୋଟିସ୍‌ ଜାରି ହୋଇଛି। ହରଭଙ୍ଗା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ନୋଟିସ୍‌ ଜାରି ହୋଇଛି। କାର୍ଯ୍ୟରେ ଅଭବହେଳା ଅଭିଯୋଗରେ ୧୦ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରାଯାଇଛି। ସୂଚନା ନଦେଇ ଅଚାନକ ସ୍କୁଲ ଗସ୍ତ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୮ଟି ସ୍କୁଲର ୧୦ ଶିକ୍ଷକଙ୍କ ବିରୋଧରେ ବିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଓଡ଼ିଶା

ସୁରଟ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନାରୁ ନନ୍ଦନକାନନକୁ ଆସିବେ ନୂଆ ଅତିଥି

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିବେ ନୂଆ ଅତିଥି। ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ଗୁଜରାଟର ସୁରଟସ୍ଥିତ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀ ଚିଡ଼ିଆଖାନା ମଧ୍ୟରେ ଜୀବଜନ୍ତୁ ଅଦଳବଦଳ ହେବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଭୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସହ କ‌ଥାବାର୍ତ୍ତା ସରିଛି। ଆବଶ୍ୟକ କାଗଜପତ୍ର କାମ ମଧ୍ୟ ସରିଥିବାବେଳେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ମଧ୍ୟ ମଞ୍ଜୁର ଦେଇସାରିଛନ୍ତି। ନିଷ୍ପତ୍ତି ମୁତାବକ, ନନ୍ଦନକାନନରୁ ୫ ପ୍ରଜାତିର ୧୪ ଜୀବଜନ୍ତୁ ପଠାଯିବ। ସେଗୁଡ଼ିକ ମଧ୍ୟରେ ହଳେ ସାଧାରଣ (ନାଲି […]

ଓଡ଼ିଶା

ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ଆଉ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ

ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟରେ ଗଡ଼ିବ ୨୦୦ ନୂଆ ୧୦୮ ଆମ୍ବୁଲାନ୍ସ। ଏହି ଗାଡ଼ି ଆସି ସାରିଥିବା ବେଳେ ଏହାର ବ୍ରାଣ୍ଡିଂ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏବେ ବି ଦଦରା ଗାଡ଼ି ରାସ୍ତାରେ ଗଡ଼ୁଛି। ବିଶେଷ କରି ବ୍ୟାକଅପ୍‌ ପାଇଁ ଏଗୁଡ଼ିକୁ ବ୍ୟବହାର କରାଯାଉଥିବା ସୂଚନା ମିଳିଛି। ମାଗଣା ରୋଗୀସେବାକୁ ନେଇ ପୂର୍ବ ସରକାରଙ୍କ ସମୟରେ ୧୦୮ ଆମ୍ବୁଲାନ୍ସ ସେବା ଆରମ୍ଭ ହୋଇଥିଲା। ଏହା ବେଶ ଆଦୃତ ହୋଇଥିଲା। ପର୍ଯ୍ୟାୟ କ୍ରମେ ଏଥିରେ ବୃଦ୍ଧି କରାଯାଇଥିଲା। ହେଲେ […]

ଓଡ଼ିଶା

ଦଶପଲ୍ଲାରେ ଆତ୍ମଗୋପନ କରିଛନ୍ତି ମାଓବାଦୀ, କମ୍ବିଂ ଅପରେସନ ଜାରି

ଦଶପଲ୍ଲା: ଛତିଶଗଡ଼ ଓ ଓଡ଼ିଶାର ମାଓ ଉପଦ୍ରୁତ ଜିଲାଗୁଡ଼ିକରେ ଯବାନଙ୍କ ପକ୍ଷରୁ ଅପରେସନକୁ ଜୋରଦାର କରାଯାଇଛି। ଏଥିପାଇଁ ଛତିଶଗଡ଼ର ଏକ ଛାମୁଆ ମାଓ ସଙ୍ଗଠନ ନୟାଗଡ଼, ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାନ୍ତ ଅଞ୍ଚଳରେ ଆତ୍ମଗୋପନ କରିଥିବା ଗୁଇନ୍ଦା ସୂଚନା ଆଧାରରେ ଦଶପଲ୍ଲାରେ ଶୁକ୍ରବାର ରାତିରୁ କମ୍ବିଂ ଅପରେସନ ଜାରି ରହିଛି। ୪ ଦିନ ପୂର୍ବେ ୫୦ ଜଣ ସଶସ୍ତ୍ର କ୍ୟାଡର ମାଓବାଦୀ ଦୁଇ ଭାଗରେ ବିଭକ୍ତ ହୋଇ ଦଶପଲ୍ଲାର ଦୁର୍ଗମ ହଣାଡିହ ଜଙ୍ଗଲରୁ ଗଞ୍ଜାମ ଜିଲା […]

ଓଡ଼ିଶା

ସମ୍ପତ୍ତି ତାଲିକା ନଦେଲେ ମିଳିବନି ପଦୋନ୍ନତି

ଭୁବନେଶ୍ୱର: ସମ୍ପତ୍ତି ତାଲିକା ନଦେଲେ ହେବନି ପ୍ରମୋସନ। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ଚିଠି। ସବୁ ବିଭାଗକୁ ଚିଠି ଲେଖିଲେ ACS ସୁରେନ୍ଦ୍ର କୁମାର । ଜାନୁଆରି ସୁଦ୍ଧା ସବୁ ସରକାରୀ କର୍ମଚାରୀଙ୍କ ସମ୍ପତ୍ତି ତାଲିକା ଦେବାକୁ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ GA ବିଭାଗ ପକ୍ଷରୁ ଅନେକଥର ସମ୍ପତ୍ତି ତାଲିକା ଦେବାକୁ ଚିଠି ଲେଖାଯାଇଥିଲା । କିନ୍ତୁ ଅନେକ ସରକାରୀ ବାବୁ ସମ୍ପତ୍ତି ତାଲିକା ଦେଇନଥିବା ଅଭିଯୋଗ ହୋଇଛି ।  ରାଜ୍ୟ ସରକାରଙ୍କ […]

ଓଡ଼ିଶା

ବନ୍ଧୁ ସାଜିଲା ବଇରୀ, ଟଙ୍କା ପାଇଁ ନେଲା ସାଙ୍ଗର ଜୀବନ

ଉଦଳା: କଥାରେ ଅଛି ରାଗରେ ମଣିଷ ତାର ହିତାହିତ ଜ୍ଞାନ ଭୁଲି କିଛି ବି କରି ବସେ । ଭୁଲିଯାଏ ସବୁ ସମ୍ପର୍କ । ନିକଟରେ ଏଭଳି ଏକ ଘଟଣା ଘଟିଛି ଯାହା ଆପଣ ବିଶ୍ୱାସ କରିବାକୁ ଅସମର୍ଥ ହେବେ । ଟଙ୍କା କେଇଟା ପାଇଁ ସାଙ୍ଗ ଭୁଲିଗଲା ବନ୍ଧୁତା । ମାଂସ ବିକ୍ରି ଟଙ୍କା ପାଇଁ ଇଟାରେ ଛେଚି ଛେଚି ସାଙ୍ଗକୁ ମାରିଲା ସାଙ୍ଗ । ପୋଲିସ ତଦନ୍ତ ପରେ ସାମ୍ନାକୁ ଆସିଛି ଅଭିଯୁକ୍ତ ସାଙ୍ଗର ଅସଲ ଚେହେରା […]

ଓଡ଼ିଶା

୩୬ ଅଧିକାରୀଙ୍କ ଦରମା ବନ୍ଦ, କାମରେ ଅବହେଳା ଅଭିଯୋଗ

ବାଙ୍କୀ: ୩୬ ଅଧିକାରୀଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲାପାଳ ।  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣିର ଉତ୍ତର ନିର୍ଦ୍ଧାରିତ ସମୟରେ ନଦେବାରୁ ଦରମା ବନ୍ଦ ।  ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିରରେ କଟକ ଜିଲ୍ଲାରୁ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ସମ୍ପର୍କରେ ତଦନ୍ତ ନକରି ଉଚ୍ଚ କତୃପକ୍ଷଙ୍କୁ ଉତ୍ତର ନଦେବାରୁ ନିଆଗଲା ଆକ୍ସନ । କାମରେ ଅବହେଳା କରିଥିବାରୁ ସଂପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି କଟକ ଜିଲ୍ଲାପାଳ ।  ଜିଲ୍ଲା ର ପ୍ରଥମେ […]

ଓଡ଼ିଶା

ନୂଆ ରୂପ ନେବ ୟୁନିଟ ୪ ମାଛ ମାର୍କେଟ, ଯୋଜନା ପ୍ରସ୍ତୁତ

ଭୁବନେଶ୍ବର: ବଦଳିବ ୟୁନିଟ ୪ ମାଛ ମାର୍କେଟର ରୂପରେଖ ।  BMC ମେୟର, କମିଶନର , ଅଧିକାରିଙ୍କ ସମୀକ୍ଷା ।  ପ୍ରସ୍ତୁତ ହେଲା ପ୍ଲାନ, ଆସିଲା ନୂଆ ଡିଜାଇନ।  ନୂଆ ଦୋକାନ, ପାର୍କିଂ, ସ୍ଲଟର ହାଉସ, ନୂଆ ରାସ୍ତା ତିଆରି ହେବ ।  ହାଟ ଭିତରେ ଭଙ୍ଗାଜିବ ବେଆଇନ୍ ଘର ।  ଦୀର୍ଘବର୍ଷ ହେବ ୟୁନିଟ ୪ ମାର୍କେଟ ରେ ପାର୍କିଂ ସମସ୍ୟା ରହିଛି । ରାସ୍ତା କଡ଼ରେ ପାକିଂ ହେଉଥିବାରୁ ସମସ୍ୟା ହେଉଛି ।  ପ୍ଲାନ୍ ପ୍ରସ୍ତୁତ […]

ଓଡ଼ିଶା

କମିଛି ଶୀତ ପ୍ରକୋପ, ବଢୁଛି ରାତି ତାପମାତ୍ରା

ଭୁବନେଶ୍ବର: ବଢୁଛି ରାତି ତାପମାତ୍ରା, କମିଛି ଶୀତ ପ୍ରକୋପ। ରାଜ୍ୟର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି ।  ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢିଛି ।  ଆଭ୍ୟନ୍ତର ଓ ପଶ୍ଚିମରେ ଶୀତ ପ୍ରକୋପ ଜାରି ରହିଥିବାବେଳେ ଉପକୂଳରେ ଶୀତରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ଆସନ୍ତା ୪ଦିନ ରାଜ୍ୟରେ ଏଭଳି ତାପମାତ୍ରା ଜାରି ରହିବ ।  ଏହାପରେ ପାରଦ ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।  ଫଳରେ ପୁଣି […]

ଓଡ଼ିଶା

ଉଚ୍ଚ ଶିକ୍ଷା ସାହାଯ୍ୟ ଆଳରେ ଅଭିଭାବକଙ୍କଠାରୁ ଲୁଟି ନେଲେ ସୁନା ଅଳଙ୍କାର

ବାଙ୍ଗରିପୋଷି: କେତେବେଳେ ଲୁଟେରାମାନେ ଘରେ ପଶି ଲୁଟ୍ କରନ୍ତି ତ କେତେବେଳେ କାହା ଦୋକାନରେ ପଶି ଲୁଟ କରନ୍ତି । ଆଉ କେତେବେଲେ ମୋବାଇଲ୍ ହ୍ୟାକ୍ କରି ଲୁଟ କରନ୍ତି ଲୁଟେରା । କିନ୍ତୁ ଏଥର ଲୁଟେରାମାନେ ଏକ ନୂଆ ତରିକା ଆପଣେଛନ୍ତି । ଉଚ୍ଚ ଶିକ୍ଷା ସାହାଯ୍ୟ ନାଁରେ ଲୁଟ କରିବା ପାଇଁ ଅଭିଭାବକଙ୍କୁ ଟାର୍ଗେଟ କଲେ ଲୁଟେରା । ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପାଇଁ ସାହାଯ୍ୟ ତଥା ଗିଫ୍ଟ ମିଳିବ କହି ଅଭିଭାବକଙ୍କ ଠାରୁ ଲୁଟିନେଲେ […]

LOKA SAMACHAR @2026. All Rights Reserved || Developed By CBSPL