ଓଡ଼ିଶା

ଡିଭାଇଡରରେ ପିଟିହେଲା ବାଇକ, ଦୁଇ ମୃତ

ଭୁବନେଶ୍ବର: ଡିଭାଇଡରରେ ପିଟିହେଲା ବାଇକ ।  ଚାଲିଗଲା ଦୁଇ ସାଙ୍ଗଙ୍କ ଜୀବନ। ଅନ୍ୟ ଜଣେ ଗୁରୁତର ।  ଭୁବନେଶ୍ବର ଶ୍ରୀଦେବୀ ଛକରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ହେଲେ ପ୍ରୀତିରଞ୍ଜନ ଜେନା ଓ ଶୁଭମ ନାୟକ ।  ଉଭୟଙ୍କ ଘର ବଡଗଡ ଥାନା ପାଣିଟାଙ୍କି ବସ୍ତି ଅଞ୍ଚଳର । ଗତକାଲି ବିଳମ୍ବିତ ରାତି ୨ରୁ ୩ଟା ଭିତରେ ଦୁର୍ଘଟଣା ଘଟିଛି। ଜଣେ ସାଙ୍ଗ ୭ଦିନ ହେବ ଏକ ନୂଆ ବାଇକ୍ କିଣିଥିଲା ।  ସେହି ବାଇକରେ ୩ […]

ଓଡ଼ିଶା

ନନ୍ଦନକାନନକୁ ଆସିବ ଚିତା

ବାରଙ୍ଗ: ନନ୍ଦନକାନନରେ ଦୌଡ଼ିବ ଚିତା ।  ଆଫ୍ରିକାରୁ ଓଡ଼ିଶାକୁ ପ୍ରଥମ ଥର ପାଇଁ ଆସିବ ଚିତା ବାଘ ।  ନନ୍ଦନକାନନର ଖୁଆଡ଼ ମଧ୍ୟରେ ପର୍ଯ୍ୟଟକମାନେ ଚିତା ଦେଖିବାର ସୁଯୋଗ ପାଇବେ ।  ନନ୍ଦନକାନନକୁ ଚିତା ଆସିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଚିତା ପାଇଁ ନନ୍ଦନକାନନରେ ସ୍ବତନ୍ତ୍ର ଖୁଆଡ଼ ନିର୍ମାଣ ଚାଲିଛି । ଆସନ୍ତା ବର୍ଷ ମେ ମାସ ସୁଦ୍ଧା ଖୁଆଡ ନିର୍ମାଣ କାର୍ଯ୍ୟ ଶେଷ ହେବ ।  ଖୁଆଡ ନିର୍ମାଣ ସରିବା ପରେ ନନ୍ଦନକାନନକୁ ଚିତା ଅଣାଯିବ […]

ଓଡ଼ିଶା

ସର୍ଗୀମୁଣ୍ଡା ଗାଁରେ ୧୫ ମେଣ୍ଢାକୁ ମାରି ଖାଇଲା କଲରାପତରିଆ ବାଘ

ନୂଆପଡା: ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ସର୍ଗୀମୁଣ୍ଡା ଗାଁରେ କଲରାପତରିଆ ବାଘ ଆତଙ୍କ ।  ଗତ ରାତିରେ ସର୍ଗିମୁଣ୍ଡା ଗାଁର ବେଦବର ମାଝୀଙ୍କ ଗୁହାଳରେ କଲରାପତରିଆ ବାଘ ପଶି ୧୫ଟି ମେଣ୍ଢାକୁ ଟାଣି ନେଇ ମାରି ଖାଇଥିବା ଅଭିଯୋଗ ହୋଇଛି । ଖବରପାଇ ଆଜି ସକାଳୁ ଖଡ଼ିଆଳ ବନବିଭାଗର ରେଞ୍ଜର ଜୟଦେବ ମାଝିଙ୍କ ସମେତ ବନବିଭାଗ ଏକ ଟିମ ଘଟଣାସ୍ଥଳରେ ପହଁଚି ୧୫ଟି ମେଣ୍ଢାର ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ମୃତ ମେଣ୍ଢାଗୁଡ଼ିକର […]

ଓଡ଼ିଶା

ଯୁବକଙ୍କୁ ଦଳିଦେଲା ହାତୀ

ବାଶଂପାଳ: ହାତୀ ଆକ୍ରମଣରେ ଯୁବକ ମୃତ ।  ଧାନ ଫସଲ ସୁରକ୍ଷା ପାଇଁ ହାତୀ ହାବୁଡ଼ାରେ ଗଲା ଯୁବକଙ୍କ ପ୍ରାଣ ।  କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ରୁଗୁଡିହି ଗ୍ରାମର ଘଟଣା ।  ମୃତକ ହେଲେ ଗ୍ରାମର ଚକ୍ରଧର ମହାରଣା ।  ବିଳମ୍ବିତ ରାତିରେ ୩୯ ଟିକିଆ ହାତୀପଲ ଗାଁର ବାଘମୁଣ୍ଡା ଧାନ କ୍ଷେତରେ ପଶିଥିଲେ । ଫସଲ ରକ୍ଷା ପାଇଁ ହାତୀ ବୁଲିପଡ଼ି ଚକ୍ରଧରକୁ ଶୁଣ୍ଢରେ ଧରି କଚାଡି ମାରି ଦେଇଛି ।  ଘଟଣାସ୍ଥଳରେ […]

ଓଡ଼ିଶା

ଜଙ୍ଗଲରୁ ଠାବ ହେଲେ ହଷ୍ଟେଲରୁ ନିଖୋଜ ୨୦ ଅନ୍ତେବାସୀ

ଭୁବନେଶ୍ବର: କୋରାପୁଟ ଜିଲ୍ଲାର ଲଙ୍କାପୁଟ ପ୍ରାଥମିକ ବିଦ୍ୟାଳୟର ୨୦ ଜଣ ହଷ୍ଟେଲ ଅନ୍ତେବାସୀ ସୋମବାର ସକାଳେ ନିଖୋଜ ହେବା ପରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ ପରିସର ଏବଂ ହଷ୍ଟେଲରେ ସମ୍ପୂର୍ଣ୍ଣ ଖୋଜାଖୋଜି କରିବା ପରେ କୌଣସି ଫଳାଫଳ ମିଳିନଥିଲା। ଯାହା ଫଳରେ କର୍ମଚାରୀମାନେ ଅଭିଭାବକମାନଙ୍କୁ ସୂଚନା ଦେବାପରେ ସେମାନେ ସ୍କୁଲରେ ପହଞ୍ଚିଥିଲେ। ପ୍ରାୟ ତିନି ଘଣ୍ଟା ଖୋଜାଖୋଜି କରିବା ପରେ ଶେଷରେ ଛାତ୍ରମାନଙ୍କୁ କୋଲାବ ଜଳଭଣ୍ଡାର ନିକଟବର୍ତ୍ତୀ ପ୍ରାୟ ୫ କିଲୋମିଟର ଦୂର ପଣ୍ଡି ଜଙ୍ଗଲରେ ଠାବ […]

ଓଡ଼ିଶା

ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ପୂର୍ବ ସରକାରକୁ ଟାର୍ଗେଟ କଲେ ମନ୍ତ୍ରୀ ରବି ନାରାୟଣ ନାୟକ

ଭୁବନେଶ୍ବର: ମେଗା ପାନୀୟ ଜଳ ପ୍ରୋଜେକ୍ଟ ଦୁର୍ନୀତି ନେଇ ବିଧାନସଭାରେ ପୂର୍ବ ସରକାରଙ୍କୁ ଟାର୍ଗେଟ କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ । ସେ କହିଛନ୍ତି ଯେ, ପୂର୍ବ ସରକାରରେ ନଳ ଥିଲା ଜଳ ନଥିଲା। ଏବେ ନଳ ଆଉ ଜଳ ଅଛି । ୨୦୨୪ ଜୁନ ସୁଦ୍ଧା ବିଜେଡି ୩ଟି ମେଗା ପାଇପ ଜଳ ଯୋଗାଣ ପ୍ରକଳ୍ପ କରିଥିଲେ । ଆମେ ୧୭ ମାସରେ ୨୨ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛୁ ବୋଲି ମନ୍ତ୍ରୀ ନାଏକ […]

ଓଡ଼ିଶା

ହଷ୍ଟେଲ ଖାଦ୍ୟ ଖାଇ ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ଅସୁସ୍ଥ

କୋରାପୁଟ: ପିଏମଶ୍ରୀ ବିଦ୍ୟାଳୟର ୪୧ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ। କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକର ଶିରିବେଡା ପିଏମଶ୍ରୀ ବିଦ୍ୟାଳୟ ହଷ୍ଟେଲର ୪୧ ଜଣ ଅନ୍ତେବାସୀ ପେଟ ବ୍ୟଥାରେ ଆକ୍ରାନ୍ତ ହୋଇଥିଲେ। ଏହି ଘଟଣାରେ ୩୫ ଜଣ ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁସାରେ ହଷ୍ଟେଲ ଅନ୍ତେବାସୀ ରାତ୍ରି ଭୋଜନ ପରେ ଶୋଇବାକୁ ଯାଇଥିଲେ। ରାତି ପ୍ରାୟ ସାଢେ ୯ଟା ବେଳେ କିଛି ପିଲା ପେଟ ବ୍ୟଥା ହେଉଥିବା ରୋଷେୟାଙ୍କୁ ଜଣେଇ ଥିଲେ। […]

ଓଡ଼ିଶା

ମିଲର୍ସ ଆସୋସିଏସନର ସହଯୋଗ ପ୍ରତିଶ୍ରୁତି ମିଳିଲା, ରାତି ପାହିଲେ ଧାନ ସଂଗ୍ରହ

ଭୁବନେଶ୍ବର:ଆଜି ରାଜ୍ୟରେ ଧାନ କିଣା ନେଇ ପ୍ରକ୍ରିୟା ଆରମ୍ଭ ହେବ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସହ ରାଜ୍ୟ ଓ ଜିଲ୍ଲା ରାଇସ ମିଲର୍ସ ସଂଘ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ହୋଇଛି । ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ଉକ୍ତ ବୈଠକରେ ଧାନ ସଂଗ୍ରହ ଉପରେ ବିସ୍ତୃତ ଆଲୋଚନା ହୋଇଛି। ଏହି ଅବସରରେ ମିଲର୍ସ ସଂଘ ପକ୍ଷରୁ ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ […]

ଓଡ଼ିଶା

୩୬ ତମ କୋଣାର୍କ ଉତ୍ସବ ସହ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ଆରମ୍ଭ

କୋଣାର୍କ: ରାଜ୍ୟ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ତଥା ସଙ୍ଗୀତ ନାଟକ ଏକାଡେମୀ ଓ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଉଦ୍ଘାଟିତ ହୋଇଯାଇଛି ପାଞ୍ଚ ଦିନିଆ ୩୬ ତମ କୋଣାର୍କ ଉତ୍ସବ ୨୦୨୫ ଏବଂ ୧୫ ତମ ଆନ୍ତର୍ଜାତିକ ବାଲୁକା କଳା ମହୋତ୍ସବ ୨୦୨୫ । ଏହି ଉତ୍ସବକୁ ପ୍ରଥମ ଦିନ ମୁଖ୍ୟଅତିଥି ଭାବେ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦଘାଟନ କରିଛନ୍ତି ତାଙ୍କ ସହିତ ଡକ୍ଟର ପ୍ରିୟଙ୍କା ମାରାଣ୍ଡୀ, ମାନ୍ୟବର […]

ଅନ୍ତର୍ଜାତୀୟ

ପାକିସ୍ତାନ ଏଫସି ମୁଖ୍ୟାଳୟରେ ବିସ୍ଫୋରଣ, ୬ ସୈନିକ ନିହତ

ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ନୋକୁଣ୍ଡି ଅଞ୍ଚଳରେ ଥିବା ଫ୍ରଣ୍ଟିଅର କର୍ପସ(ଏଫସି) ମୁଖ୍ୟାଳୟରେ ସୋମବାର ଆତ୍ମଘାତୀ ବିସ୍ଫୋରଣ ଯୋଗୁ ୬ ସୈନିକ ନିହତ ହୋଇଥିବା ସୂଚନା ମିଳିଛି। ବେଲୁଚିସ୍ତାନ ଲିବରେସନ ଫ୍ରଣ୍ଟର ସାଦଓ ଅପରେସନାଲ ବାଟାଲିଅନ ଦ୍ବାରା କରାଯାଇଥିବା ଏହି ଆକ୍ରମଣ ପାକ୍‌ ସେନାକୁ ବଡ଼ ଝଟ୍‌କା ଦେଇଛି। ଆକ୍ରମଣ ପରେ ସଶସ୍ତ୍ର ଆକ୍ରମଣକାରୀ ମୁଖ୍ୟାଳୟ ଭିତରେ ପ୍ରବେଶ କରିଥିଲେ। ଯାହାଫଳରେ ସେନା ସହିତ ସେମାନଙ୍କର ଗୁଳିବିନିମୟ ହୋଇଥିଲା। ସୋମବାର ସକାଳେ ଘଟିଥିବା ଏହି ବିସ୍ଫୋରଣ ଏତେ […]

LOKA SAMACHAR @2026. All Rights Reserved || Developed By CBSPL