ଏମକେସିଜି ଡାକ୍ତରୀ ଛାତ୍ର ନିଖୋଜ; ଅଗଷ୍ଟ ୩୧ରୁ ମିଳୁନି ପତ୍ତା
ବ୍ରହ୍ମପୁର:ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ପ୍ରଥମ ବର୍ଷ ଏମବିବିଏସ୍ ଛାତ୍ର ନିଖୋଜ ହୋଇଥିବା ନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଅଭିଯୋଗ ହୋଇଛି। ନିଖୋଜ ଛାତ୍ର ଜଣକ ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କପାଳି ଗ୍ରାମର ସାଗର ସାହୁ (୨୧) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଅଗଷ୍ଟ ୩୧ ତାରିଖରୁ ସାଗରଙ୍କ କୌଣସି ସନ୍ଧାନ ମିଳୁନାହିଁ। ନିଖୋଜ ହେବା ପରେ ତାଙ୍କ ମୋବାଇଲ ଫୋନ ବ୍ରହ୍ମପୁର ରେଳ ଷ୍ଟେସନର ପ୍ରଥମ ପ୍ଲାଟଫର୍ମରୁ ମିଳିଥିବା ସୂଚନା […]













