ଓଡ଼ିଶା

ରାଜ୍ୟରେ ଗତିଶୀଳ ହେବ ଶିଳ୍ପର ବିକାଶ: ୩୭ଟି ପ୍ରକଳ୍ପକୁ ଇଡ୍‌କୋ ଜମି ବଣ୍ଟନ କମିଟିର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ବିକାଶ ଏବଂ ବ୍ୟବସାୟିକ ଅନୁକୂଳ ବାତାବରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଇଡକୋ (IDCO) ଜମି ବଣ୍ଟନ କମିଟି (LAC) ପକ୍ଷରୁ ୩୭ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି‌। ଓଡ଼ିଶାରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡକୋ ଅଧ୍ୟକ୍ଷ […]

ଓଡ଼ିଶା

ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ସ୍ୱାମୀ

ପୁରୀ: ପୁରୀ କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଆଲାମଚଣ୍ଡି ଅଞ୍ଚଳରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ପୀଡିତାଙ୍କ ନାମ ସରୋଜିନୀ ମଲ୍ଲିକ ଏବଂ ତାଙ୍କ ସ୍ୱାମୀ, ଅଭିଯୁକ୍ତ ବିକ୍ରମ କୁମାର ମଲ୍ଲିକ (୩୭) ବୋଲି ଜଣାପଡିଛି। ରିପୋର୍ଟ ଅନୁଯାୟୀ, ବୁଧବାର ସନ୍ଧ୍ୟା ପ୍ରାୟ ୭:୫୦ ସମୟରେ ପୋଲିସକୁ ଘଟଣା ବିଷୟରେ ସୂଚନା ମିଳିଥିଲା। ଏହା ପରେ କୁମ୍ଭାରପଡ଼ା ଥାନାର ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଗୁରୁତର ଆହତ ମହିଳାଙ୍କୁ ଉଦ୍ଧାର କରି […]

ଓଡ଼ିଶା

ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ଭିତରକନିକା: କେନ୍ଦ୍ରାପଡ଼ା ଜିଲ୍ଲାର ଭିତରକନିକା ଜାତୀୟ ଉଦ୍ୟାନରେ ଗୁରୁବାରଠାରୁ ଦେଶୀୟ ପକ୍ଷୀଙ୍କ ଗଣନା ଆରମ୍ଭ ହୋଇଛି। ରିପୋର୍ଟ ଅନୁଯାୟୀ, ଚାରି ଦିନିଆ ଗଣନାରେ ସ୍ଥାନୀୟ ପ୍ରଜାତି ଏବଂ ସେମାନଙ୍କ ସଂଖ୍ୟା ରେକର୍ଡ ଓ ତାଲିକାଭୁକ୍ତ କରାଯିବ। ଗୁରୁବାର ବନ ବିଭାଗ ଦ୍ୱାରା ପକ୍ଷୀ ଗଣନା ଆରମ୍ଭ ହୋଇଛି। ତେବେ ଏହା ପ୍ରତିଦିନ ସକାଳ ୬ଟାରୁ ଆରମ୍ଭ ହୋଇ ଅପରାହ୍ନ ୧୨ଟା ମଧ୍ୟରେ ଅନୁଷ୍ଠିତ ହେବ। ଚଳିତ ବର୍ଷ ଗଣନା କରିବା ପାଇଁ ବନ ବିଭାଗର ୩ ଟିମକୁ […]

ଜାତୀୟ

ଇନ୍ଧନ ରପ୍ତାନି ଉପରେ ବଢ଼ିଲା ଟିକସ, ପେଟ୍ରୋଲ ୧.୫, ଡିଜେଲ ୧ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ କେନ୍ଦ୍ର ସରକାର ଟିକସ ବୃଦ୍ଧି କରିଛନ୍ତି। ଏବେ ପେଟ୍ରୋଲ ରପ୍ତାନିରେ ଲିଟର ପିଛା ଅଧିକ ୧.୫ ଟଙ୍କା ୱିଣ୍ଡଫଲ୍ ଟ୍ୟାକ୍ସ (ଆକସ୍ମିକ ଲାଭ ଉପରେ ଟିକସ) ଲଗାଇଛନ୍ତି। ପୂର୍ବରୁ ଏହା ଉପରୁ କୌଣସି ଟିକସ ଆଦାୟ କରାଯାଉ ନ ଥିଲା। ସେହିପରି ଡିଜେଲ ରପ୍ତାନି ଉପରେ ଲିଟର ପ୍ରତି ଟିକସ ଏକ ଟଙ୍କା ବୃଦ୍ଧି କରାଯାଇଛି। ଏଥିସହିତ ମୋଟ ଟିକସ ବୃଦ୍ଧି ପାଇ ୨୫ ଟଙ୍କାରେ ପହଞ୍ଚି ଯାଇଛି। ଏଥିରେ ସ୍ପେସିଆଲ […]

ଜାତୀୟ

ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ରାମ ମନ୍ଦିର ନୂଆ ସିଇଓ ମନୋନୀତ

ଉତ୍ତରପ୍ରଦେଶ: ଶ୍ରୀ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟକୁ ଏହାର ପ୍ରଥମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ମିଳିଛନ୍ତି । ସୂତ୍ର ଅନୁସାରେ, ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ରଙ୍କ ନାମରେ ମୋହର ଲାଗିଛି । ଟ୍ରଷ୍ଟର ପ୍ରେସ୍ ସମ୍ମଳନୀରେ ଏନେଇ ଆନୁଷ୍ଠାନିକ ଘୋଷଣା କରାଯିବ । ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ତାଙ୍କ ନିଯୁକ୍ତି ତାରିଖରୁ ତିନି ବର୍ଷ ପର୍ଯ୍ୟନ୍ତ CEO ପଦବୀରେ ରହିବେ । ଏୟାର ମାର୍ଶାଲ୍ ଜିତେନ୍ଦ୍ର ମିଶ୍ର ଭାରତୀୟ ବାୟୁସେନାରେ ୩୮ ବର୍ଷ ଧରି […]

ଜାତୀୟ

ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ

ନୂଆଦିଲ୍ଲୀ : ଦିଶା ସାଲିଆନ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ । ତଦନ୍ତରେ ମୁମ୍ବାଇ ପୋଲିସ ଅବହେଳା କରିଥିବା ଅଭିଯୋଗ ଆଣିଥିଲେ  ଦିଶାଙ୍କ ବାପା ।  ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତ ପାଇଁ  ଜଣେ ବରିଷ୍ଠ ସିବିଆଇ ଅଧିକାରୀଙ୍କୁ ତଦନ୍ତ ଭାର ଦିଆଯଇବାକୁ ମୁମ୍ୱାଇ ସିବିଆଇର  ଜଏଣ୍ଟ ଡାଇରେକ୍ଟରଙ୍କୁ  ନିର୍ଦ୍ଦେଶ ଦିଆଯାଇଛି  ଏବଂ ପ୍ରମାଣ […]

ଜାତୀୟ

ସେନା ଅଭ୍ୟାସ ବେଳେ ଯବାନ ନିଖୋଜ !

ହରିୟାଣା: ହରିୟାଣା-ହିମାଚଳ ସୀମାର ହଥନିକୁଣ୍ଡ ବ୍ୟାରେଜ ଅଞ୍ଚଳରେ ଏକ ସେନା ଅଭ୍ୟାସ ସମୟରେ ଯମୁନା ନଦୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ​​ ବନ୍ୟା ଉଦ୍ଧାର ଅଭ୍ୟାସ ବେଳେ ଯମୁନା ନଦୀର ପ୍ରବଳ ସ୍ରୋତରେ ସେନାର ଏକ ମୋଟରବୋଟ୍ ବୁଡ଼ି ଯାଇଥିବା ସୂଚନା ମିଳିଛି । ଯେଉଁଥିରେ ଜଣେ କିମ୍ବା ଦୁଇଜଣ ସୈନିକ ନିଖୋଜ ହେବାର ଆଶଙ୍କା କରାଯାଉଛି । ଘଟଣା ସମ୍ପର୍କରେ ସୂଚନା ପାଇ ସେନା, ପୋଲିସ ଏବଂ SDRF ର ଦଳ ଘଟଣାସ୍ଥଳକୁ ପହଞ୍ଚି […]

ଜାତୀୟ

ମଧ୍ୟପ୍ରାଚ୍ୟରେ ପୁଣି ଉତ୍ତେଜନା, ଇରାନ ଉପରେ ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ : ଇରାନରେ ପୁଣି ଆମେରିକାର ଆକ୍ରମଣ । IRGC ଠିକଣାକୁ ଟାର୍ଗେଟ୍ । ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସାମରିକ ଉତ୍ତେଜନା ମଧ୍ୟରେ ମଙ୍ଗଳବାର ଇରାନ ଉପରେ ପୁଣି ଆକ୍ରମଣ କରିଛି ଆମେରିକୀୟ ସେନା। ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ ବା IRGCର ବିଭିନ୍ନ ଠିକଣାକୁ ଟାର୍ଗେଟ୍ କରି ନୂଆ ଆକ୍ରମଣ ଆରମ୍ଭ କରାଯାଇଥିବା US Central Command ବା CENTCOM ସୂଚନା ଦେଇଛି । CENTCOM ଅନୁସାରେ, ଗତକାଲି ଆମେରିକା ସମୟ ମଧ୍ୟାହ୍ନ […]

ଜାତୀୟ

ମ୍ୟାଲେରିଆ ଔଷଧ ଖାଇ ଶିଶୁ ମୃତ: ୫୦ରୁ ଅଧିକ ଅସୁସ୍ଥ

ଅମରାବତୀ: ଆନ୍ଧ୍ରପ୍ରଦେଶର ପୋଲାଭରମ୍‌ ଅନ୍ତର୍ଗତ ଗୋଲ୍ଲାଗୁପ୍ପା ଗ୍ରାମରେ ମ୍ୟାଲେରିଆ ନିରୋଧକ ‘କ୍ଲୋରୋକ୍ୱିନ୍’ ବଟିକା ଖାଇବା ପରେ ଜଣେ ୭ ବର୍ଷୀୟ ସ୍କୁଲ ଛାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥମାନଙ୍କ ମଧ୍ୟରେ ୪୦ରୁ ଅଧିକ ଛୋଟ ପିଲା ରହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମ୍ୟାଲେରିଆ ପ୍ରତିଷେଧକ ଭାବେ ଗ୍ରାମବାସୀ ଓ ସ୍କୁଲ ପିଲାମାନଙ୍କୁ କ୍ଲୋରୋକ୍ୱିନ୍ ଔଷଧ ବଣ୍ଟାଯାଇଥିଲା। ଔଷଧ ସେବନର କିଛି ସମୟ ପରେ […]

ଓଡ଼ିଶା

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ, ପାସ୍ ହାର ୬୪.୪୮ %

କଟକ : ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା OTET-୨୦୨୬ର ଫଳ ପ୍ରକାଶ ପାଇଛି।  ଜୁଲାଇ ୫ରେ ଅନୁଷ୍ଠିତ ପରୀକ୍ଷାରେ ପେପର-୧ ଓ ପେପର-୨ ପାଇଁ ମୋଟ ୯୭ ହଜାର୧୫୧ ଜଣ ପଞ୍ଜୀକରଣ କରିଥିଲେ। ଏଥିରୁ ୮୪ ହଜାର ୭୩୧ ଜଣ ପରୀକ୍ଷା ଦେଇଥିବା ବେଳେ ୫୩ ହଜାର ୩୧୪ ଜଣ ପରୀକ୍ଷାରେ ଯୋଗ୍ୟତା ହାସଲ କରିଛନ୍ତି। ମୋଟ ପାସ୍ ହାର ୬୪.୪୮ ପ୍ରତିଶତ ରହିଛି। ପେପର-୧ରେ ୨୪ ହଜାର ୯୯୧ ଜଣ ପରୀକ୍ଷା ଦେଇଥିବା ବେଳେ ୧୭,୦୬୫ ଜଣ […]

LOKA SAMACHAR @2026. All Rights Reserved || Developed By CBSPL