ଜାତୀୟ

ସୋନିଆ ଗାନ୍ଧୀ ଅସୁସ୍ଥ; ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆଜି ସକାଳେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନେତାମାନେ ହସ୍ପିଟାଲରେ ପହଞ୍ଚିବା ଆରମ୍ଭ କରିଛନ୍ତି। ତଦାରଖ ପାଇଁ ଡାକ୍ତରଙ୍କ ଏକ ଦଳ ନିୟୋଜିତ କରାଯାଇଛି। ତଥାପି, କଂଗ୍ରେସ ଏପର୍ଯ୍ୟନ୍ତ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ଅଫିସିଆଲ ବିବୃତ୍ତି ଜାରି କରିନାହିଁ। ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ଏବଂ ରାଜ୍ୟସଭା ସାଂସଦ […]

ଜାତୀୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କଲମାଡିଙ୍କ ପରଲୋକ

ପୁଣେ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁରେଶ କଲମାଡିଙ୍କର ଦେହାନ୍ତ ଘଟିଛି। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ମହାରାଷ୍ଟ୍ରର ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଥିଲା। ଅପରାହ୍ନ ୩ଟା ୩୦ ରେ ପୁଣେର ବୈକୁଣ୍ଠ ଧାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ। ଏବେ ତାଙ୍କ ପରିବାରରେ ପତ୍ନୀ, ପୁଅ ଓ […]

ଜାତୀୟ

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା

ନୂଆଦିଲ୍ଲୀ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଯାହାକି ଦେଶରେ ଗତ ୨୪ ଘଣ୍ଟାରେ ଦ୍ଵିତୀୟ ଘଟଣା। ମୃତକ ଶରତମଣି ଚକ୍ରବର୍ତ୍ତୀ(୪୦) ବୋଲି ଜଣାପଡିଛି। ସୋମବାର ରାତି ପ୍ରାୟ ୧୦ଟା ସମୟରେ ନରସିଙ୍ଗଡି ଜିଲ୍ଲାରେ ଶରତମଣିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ୧୮ ଦିନରେ ୬ ଜଣ ହିନ୍ଦୁଙ୍କର ଜୀବନ ଗଲାଣି। ୨୪ ଘଣ୍ଟାରେ ଦଙ୍ଗାକାରୀମାନେ ୨ ଜଣ ହିନ୍ଦୁଙ୍କୁ ହତ୍ୟା କଲେଣି। ସଂଖ୍ୟାଲଘୁଙ୍କ ଟାର୍ଗେଟ କରି ଦଙ୍ଗାକାରୀମାନେ ଆକ୍ରମଣ […]

ଜାତୀୟ

ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ନୂଆଦିଲ୍ଲୀ: ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଯୋଗୁଁ ଭାରତ ଏବେ ହାଇ ଆଲର୍ଟରେ ଅଛି। ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସୀମାରେ ସୁରକ୍ଷାକୁ ଆହୁରି ବୃଦ୍ଧି କରାଯାଇଛି। ସୀମା ସୁରକ୍ଷା ବଳ (ବିଏସଏଫ୍‌) ଚିକେନ୍ ନେକ୍ ଅଞ୍ଚଳର ପ୍ରାୟ ୭୫ଧ ଅଞ୍ଚଳରେ ଏକ ନୂତନ ଡିଜାଇନ୍ ବାଡ଼ (ଏନଡିଏଫ୍‌) ସ୍ଥାପନ କରାଯାଇଛି। ରିପୋର୍ଟ ଅନୁଯାୟୀ, ବିଏସଏଫ୍‌ ପକ୍ଷରୁ ବିଶେଷ ସମ୍ବେଦନଶୀଳ ଅଞ୍ଚଳରେ ୧୨ ଫୁଟ ଉଚ୍ଚତାର ଅତ୍ୟାଧୁନିକ ବାଡ଼ ସ୍ଥାପନ କରାଯାଇଛି । ସ୍ମାର୍ଟ ବାଡ଼ ବ୍ୟବହାର କରାଯାଇଛି କାରଣ ଏହାର […]

ଜାତୀୟ

ନାବାଳକଙ୍କୁ ପିଟି ପିଟି ହତ୍ୟା, ଅଭିଯୁକ୍ତ ଅଟକ

ନୂଆଦିଲ୍ଲୀ : ଦିଲ୍ଲୀର ଯମୁନା ପାର ଅଞ୍ଚଳରେ ହତ୍ୟା ଲଗାତାର ଭାବରେ ଜାରି ରହିଛି । ଲକ୍ଷ୍ମୀ ନଗରରେ ଗୋଟିଏ ପରିବାରର ତିନି ଜଣ ସଦସ୍ୟଙ୍କୁ ହତ୍ୟା ଏବଂ ୱେଲକମ ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ତ୍ରିଲୋକପୁରୀ ଅଞ୍ଚଳରୁ ଆଉ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ନାବାଳକଙ୍କର ଏକ ଗୋଷ୍ଠୀ ଜଣେ ୧୭ ବର୍ଷୀୟ ଛାତ୍ରଙ୍କୁ ନିର୍ମମ ଭାବରେ ପିଟି ହତ୍ୟା କରିଛନ୍ତି । ଯାହା ପୁଣି […]

ଜାତୀୟ

ପାକିସ୍ତାନ ପାଇଁ ଜାସୁସି ଅଭିଯୋଗରେ ୨ ଯୁବକ ଗିରଫ

ହରିୟାଣା : ପାକିସ୍ତାନ ପାଇଁ ଜାସୁସି କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଅଲଗା ଅଲଗା ମାମଲାରେ ହରିୟାଣାର ପୋଲିସ ଗିରଫ କରିଛି । ପୋଲିସ ଉଭୟ ମାମଲାର ତଦନ୍ତ କରିବା ସହ ମୋବାଇଲରୁ ସନ୍ଦେହଜନକ କାର୍ଯ୍ୟକଳାପ ଚିହ୍ନଟ ହୋଇଛି । ସୂଚନାନୁଯାୟୀ, ପାକିସ୍ତାନ ପାଇଁ ଜାସୁସି କରୁଥିବା ଅଭିଯୋଗରେ ଅମ୍ବାଲା ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ ସେହି ଅଞ୍ଚଳର ବାହୁସେନା ଷ୍ଟେସନ ବିଷୟରେ ସୂଚନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି । DSP […]

ଜାତୀୟ

ଜଳିଗଲା ଷ୍ଟାଫ କ୍ବାର୍ଟର୍ସ; ଗୋଟିଏ ପରିବାରର ୩ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ : ଦିଲ୍ଲୀ ଆଦର୍ଶ ନଗର ଅଞ୍ଚଳରେ ଥିବା ମେଟ୍ରୋ ଷ୍ଟାଫ କ୍ବାର୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ଜଣେ ପରିବାରର ୩ ଜଣଙ୍କ ଜୀବନ ଚାଲିଯାଇଛି । ଏକ ଘରୁ ବାପା, ମା ଏବଂ ପିଲାର ମୃତଦେହ ଜବତ କରାଯାଇଛି । ପୋଲିସ ଏହି ମାମଲାର ଯାଞ୍ଚ କରୁଛି । ତେବେ ନିଆଁ କେମିତି ଲାଗିଲା ତାହା ଏବେ ଯାଏଁ ଜଣାପଡିନାହିଁ । ଖବର ବିଷୟରେ ସୂଚନା ପାଇ ଦମକଳ ଟିମ୍ ରାତି ୨.୩୯ର ଡିଏମଆରସି କ୍ବାର୍ଟରରେ […]

ଓଡ଼ିଶା

କୁଆଖାଇରେ ବୁଡ଼ି ୨ ଛାତ୍ର ମୃତ

ଭୁବନେଶ୍ୱର: କୁଆଖାଇରେ ବୁଡି ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ହୋଇଛି ।ମଙ୍ଗଳବାରରେ ବଣଭୋଜି କରୁଥିବା ବେଳେ ଏହି ଦୁଇ ଛାତ୍ର ନଈରେ ଗାଧୋଉଥିବା ବେଳେ ବୁଡିଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ପକ୍ଷରୁ ଏମାନଙ୍କୁ ଖୋଜାଖୋଜି କରିଥିଲେ । ସନ୍ଧ୍ୟା ସମୟରେ ଏହି ଦୁଇ ଛାତ୍ରଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ୍‌ ହସ୍‌ପିଟାଲ୍‌କୁ ନିଆଯାଇଥିଲା । ସେଠାରେ ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁଇ ଛାତ୍ର ଏକ ଘରୋଇ ଇନ୍‌ଷ୍ଟିଟ୍ୟୁଟ୍‌ରେ ପାଠ ପଢୁଥିଲେ […]

ଓଡ଼ିଶା

ସୁନ୍ଦରପୁର ପଞ୍ଚାୟତରେ ମଇଁଷି ମଡ଼କ, ୧୫ ଦିନରେ ମଲେଣି ଶତାଧିକ

ଆରଡି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ସୁନ୍ଦରପୁର ପଞ୍ଚାୟତ ଦୋହରା ପାଟଣା ଓ ଖଟୁଆ ପାଟଣା ଗାଁରେ ଗତ ୧୫ଦିନ ମଧ୍ୟରେ ୧୦୭ ମଇଁଷିଙ୍କର ଅଜଣା ରୋଗରେ ମୃତ୍ଯୁ ଘଟିଛି।ଫଳରେ ଗୋପାଳଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯିବା ସହ ମଇଁଷି ହରାଇଥିବା ଚାଷୀମାନେ ଏବେ ଦୁଃଖରେ ଦିନ କାଟୁଛନ୍ତି। ଏପରି ସମସ୍ୟା ବାବଦରେ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ମଇଁଷିକୁ ନେଇ […]

ଓଡ଼ିଶା

ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡ

ବରଗଡ: ବରଗଡ଼ ଜିଲା ପାଇକମାଳ ଥାନା ଅଞ୍ଚଳରେ ଗତ ୨୦୨୪ ନଭେମ୍ବରରେ ହୋଇଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ପୋକ୍ସୋ ଅଦାଲତ ଏହାର ବିଚାର କରି ଆଜି ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ୩୭ ଜଣ ସାକ୍ଷୀଙ୍କ ବୟାନ ଆଧାରରେ ମୃତ୍ୟୁ ଦଣ୍ଡାଦେଶ ହୋଇଛି। ପୀଡ଼ିତାଙ୍କ ପରିବାରକୁ ୧୫ ଲକ୍ଷ ସହାୟତା ଦେବାକୁ ଡିଏଲସିଏଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତରାଞ୍ଚଳ ଆଇଜିଙ୍କ ନିର୍ଦ୍ଦେଶରେ ଏସ୍‌ପି ତଦନ୍ତର ତଦାରଖ କରୁଥିଲେ। ସୂଚନା ଅନୁସାରେ […]

LOKA SAMACHAR @2026. All Rights Reserved || Developed By CBSPL