ଜାତୀୟ

ସୋନିଆ ଗାନ୍ଧୀ ଅସୁସ୍ଥ; ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ: ଆଜି ସକାଳେ ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ହଠାତ୍ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ତୁରନ୍ତ ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନେତାମାନେ ହସ୍ପିଟାଲରେ ପହଞ୍ଚିବା ଆରମ୍ଭ କରିଛନ୍ତି। ତଦାରଖ ପାଇଁ ଡାକ୍ତରଙ୍କ ଏକ ଦଳ ନିୟୋଜିତ କରାଯାଇଛି। ତଥାପି, କଂଗ୍ରେସ ଏପର୍ଯ୍ୟନ୍ତ ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ଅଫିସିଆଲ ବିବୃତ୍ତି ଜାରି କରିନାହିଁ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ଏବଂ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧୀ ବହୁତ ଦିନ ଧରି ଅସୁସ୍ଥ ଅଛନ୍ତି। ସୋନିଆ ଗାନ୍ଧୀ ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମଧ୍ୟ ହସ୍ପିଟାଲକୁ ଯାଆନ୍ତି। ଏଥର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ତୁରନ୍ତ ଭର୍ତ୍ତି କରାଯାଇଛି ।

ସୋନିଆ ଗାନ୍ଧୀ ଦୀର୍ଘ ଦିନ ଧରି ରାଜନୀତିରେ ଅଛନ୍ତି। ତାଙ୍କ ନେତୃତ୍ୱରେ କଂଗ୍ରେସ ଦଳ ଲଗାତାର ଦୁଇଟି ଲୋକସଭା ନିର୍ବାଚନ ଜିତିଥିଲା। ୨୦୦୦ ଦଶକରେ କଂଗ୍ରେସ ୧୬ଟି ରାଜ୍ୟରେ ଶାସନ କରିଥିଲା। ୨୦୧୭ରେ ସୋନିଆ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ। ବର୍ତ୍ତମାନ ସେ ରାଜ୍ୟସଭାର ସଦସ୍ୟ ଅଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL