ଓଡ଼ିଶା

ଚୁଲିରେ ପଡି ଦୁଇ ମାସର ଶିଶୁ ଗୁରୁତର

ଜଳେଶ୍ୱର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଥାନା ଚାଲନ୍ତି ଗାଁରେ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପଡି ଏକ ଦୁଇ ମାସର ଶିଶୁ ଗୁରୁତର ହୋଇଛି। ସୂଚନା ଅନୁସାରେ ପ୍ରବଳ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଜଳେଶ୍ୱର ଥାନା ମହମ୍ମଦ ନଗର ପାଟଣା ପଞ୍ଚାୟତ ଚାଲନ୍ତି ଗାଁର ତାରନ ହେମ୍ବ୍ରମଙ୍କ ପରିବାର ଲୋକେ ମଙ୍ଗଳବାର ସନ୍ଧ୍ୟା ସମୟରେ ବସି ଅଗଣାରେ ଥିବା ଚୁଲିରେ ନିଆଁ ଲଗାଇ ନିଆଁ ପାଖରେ ବସିଥିଲେ। ତାରନଙ୍କ ସ୍ତ୍ରୀ ମଧ୍ୟ ଛୁଆକୁ ଧରି […]

ଓଡ଼ିଶା

ନିୟମ ଭାଙ୍ଗିଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ, ବଢ଼ିବ ଇନସ୍ୟୁରାନ୍ସ ଖର୍ଚ୍ଚ

ଭୁବନେଶ୍ୱର : ଡ୍ରାଇଭିଂ ଲାଇସେନ୍ସ ନିୟମରେ ହେବ ବଡ଼ ପରିବର୍ତ୍ତନ । ଗାଡ଼ି ଚାଳକ ନିୟମ ଭାଙ୍ଗିଲେ କଟିବ ପଏଣ୍ଟ । ରଦ୍ଦ ହେବ ଲାଇସେନସ । ମହଙ୍ଗା ହେବ ବୀମା । ସଡ଼କ ଦୁର୍ଘଟଣା ରୋକିବା ଓ ଟ୍ରାଫିକ୍ ନିୟମକୁ ଅଧିକ କଡ଼ାକଡ଼ି କରିବା ପାଇଁ କେନ୍ଦ୍ର ସରକାର ‘ପେନାଲ୍ଟି ପଏଣ୍ଟ’ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଏହି ନିୟମ ଲାଗୁ ହେବ । ତେଣୁ ଏଣିକି କେବଳ ଟ୍ରାଫିକ ନିୟମ ଭାଙ୍ଗିଲେ ଚାଲାଣରେ […]

ଓଡ଼ିଶା

ରାଜ୍ୟରେ ପ୍ରତିଷ୍ଠା ହେବ ପ୍ରଥମ ହ୍ୟାଣ୍ଡବଲ ସ୍ପୋର୍ଟ୍ସ ହଷ୍ଟେଲ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : ଓଡ଼ିଶାର ପ୍ରଥମ ୧୦୦ ଶଯ୍ୟା ବିଶିଷ୍ଟ ହ୍ୟାଣ୍ଡବଲ ସ୍ପୋର୍ଟ୍ସ ହଷ୍ଟେଲର ପ୍ରତିଷ୍ଠା ହେବ । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି । ରାଜ୍ୟରେ କ୍ରୀଡାର ବିକାଶ ପାଇଁ ଅଣ୍ଟା ଭିଡିଛନ୍ତି ସରକାର । କେନ୍ଦୁଝର ଜିଲ୍ଲାରେ ରାଜ୍ୟର ପ୍ରଥମ ହ୍ୟାଣ୍ଡବଲ ସ୍ପୋର୍ଟସ ହଷ୍ଟେଲ ପ୍ରତିଷ୍ଠା କରାଯିବ । ୯.୩୭ କୋଟି ଟଙ୍କା ବ୍ୟୟରେ ଏହି ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ହେବ ନିର୍ମାଣ । ଏଥିରେ ୫୦ ଜଣ ପୁଅ ଓ ୫୦ […]

ଓଡ଼ିଶା

ମକରସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ

ଭୁବନେଶ୍ୱର: ତୁଟିଲାନି ନବାଙ୍କ ବେଢ଼ା କ୍ଷୀର ଆଉଟା ସେବା ଅଧିକାର ବିବାଦ। ବନ୍ଦ ରହିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତି। ମଙ୍ଗଳବାର ସନ୍ଧ୍ୟାଧୂପଠାରୁ ଉପବାସରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ। ମନ୍ଦିରରେ ନୀତିକାନ୍ତି ସବୁ ବନ୍ଦ ରହିଛି। ଗତକାଲି ସନ୍ଧ୍ୟାରୁ ଉପବାସରେ ଠାକୁର। ଆଜି ମକର ସଂକ୍ରାନ୍ତିରେ ବନ୍ଦ ରହିଛି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ଆଜି ମହାଦେବଙ୍କ ପାଖରେ ନବାନ୍ନ ଲାଗି ହୋଇଥାନ୍ତା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ଅଛନ୍ତି ଲିଙ୍ଗରାଜ । ଉଭୟ […]

ଓଡ଼ିଶା

ଓଡ଼ିଆ ଭାଷାରେ ହେବ ସମସ୍ତ ସରକାରୀ କାମ, ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ଵର: ଓଡ଼ିଆ ଭାଷାରେ ହେବ ସରକାରୀ କାମ। ସବୁ ବିଭାଗ ଓ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି। ବ୍ଲକରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ଓଡ଼ିଆ ଭାଷାରେ ହେବ ସରକାରୀ କାମ। ସମସ୍ତ ନୋଟିସ୍, ବିଜ୍ଞପ୍ତି, ପତ୍ର ବିନିମୟ ଓଡ଼ିଆରେ ହେବ। ଏଥିରେ ଖିଲାପ କଲେ ତାଗିଦ୍ ସହ କାରଣ ଦର୍ଶାଅ ନୋଟିସ୍ ଜାରି ହେବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ପଦକ୍ଷେପ ନିଆଯାଇଛି। ସୂଚନାନୁଯାୟୀ, ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟମାନଙ୍କରେ ତଥା ବ୍ଳକ, […]

ଓଡ଼ିଶା

ରାଜ୍ୟରେ ଆଉ ଏକ ପୋଲିସ ଜିଲ୍ଲା ଗଠିତ

ଭୁବନେଶ୍ୱର: ରାଜ୍ୟରେ ଗଠନ ହେଲା ଆଉ ଏକ ପୋଲିସ ଜିଲ୍ଲା। ନୂଆ ରାଇରଙ୍ଗପୁର ପୋଲିସ ଜିଲ୍ଲା ଗଠନ କଲେ ସରକାର। ମୟୂରଭଞ୍ଜ ପୋଲିସ ଜିଲ୍ଲା ଭାଗ ହୋଇ ଗଠନ ହେଲା ନୂଆ ପୋଲିସ ଜିଲ୍ଲା । ରାଇରଙ୍ଗପୁରରେ ରହିବ ଏହାର ମୁଖ୍ୟାଳୟ। ନୂଆ ପୋଲିସ ଜିଲ୍ଲାରେ ରହିବ ୧୪ଟି ଥାନା। ଏଥିରେ ୫ ଆଉଟ୍ ପୋଷ୍ଟ ଓ ୨ଟି ବିଟ୍‌ ହାଉସ୍ ମଧ୍ୟ ରହିବ।

ଜାତୀୟ

ଇରାନ ହିଂସାରେ ୨୦୦୦ ଟପିଲା ମୃତ୍ୟୁ ସଂଖ୍ୟା

ଇରାନ: ଇରାନ ହିଂସା ଘଟଣାରେ ମୃତ୍ୟୁ ସଂଖ୍ୟା ୨୦୦୦ ଟପିଛି । ଯାହାକୁ ନେଇ ଇରାନର ଶାସନ ମୁଖ୍ୟ ବା ସୁପ୍ରିମ ଲିଡର ଆମେରିକା ଉପରେ ଦୋଷ ଲଦିଛନ୍ତି । ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲ୍ଲୀ ଖାମେନେଇ କହିଛନ୍ତି, କିଛି ଲୋକ ଟ୍ରମ୍ପଙ୍କୁ ଖୁସି କରିବାକୁ ଚାହୁଁଛନ୍ତି । ଏହା ସହ ଇରାନ ଉପରେ ଅଧିକ କଟକଣା ଲଗାଇବା ପାଇଁ ୟୁରୋପୀୟ ସଂଘ ସୂଚନା ଦେଇଛି । ଏନେଇ ଏକାଧିକ ୟୁରୋପ ରାଷ୍ଟ୍ରଦୂତଙ୍କୁ ସମନ ଜାରି […]

ଜାତୀୟ

୬ଦିନ ବନ୍ଦ ରହିବ ଦିଲ୍ଲୀ ବିମାନବନ୍ଦର

ନୂଆଦିଲ୍ଲୀ: ବିମାନ ଯାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର, ଚଳିତ ମାସରେ ଦିଲ୍ଲୀ ବିମାନବନ୍ଦର ଛଅ ଦିନ ପାଇଁ ବନ୍ଦ ରହିବ। କେନ୍ଦ୍ର ସରକାର ଜାନୁଆରୀ ୨୧ ରୁ ଜାନୁଆରୀ ୨୬ ତାରିଖ ପର‌୍ୟ୍ୟନ୍ତ ଦିଲ୍ଲୀର ଆକାଶମାର୍ଗ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇ ଏୟାରମ୍ୟାନଙ୍କୁ ଏକ ନୋଟିସ (NOTAM) ଜାରି କରିଛନ୍ତି। ୨୦୨୬ ମସିହାରେ ଗଣତନ୍ତ୍ର ଦିବସ ପାଳନକୁ ଦୃଷ୍ଟିରେ ରଖି ସୁରକ୍ଷା ପ୍ରୋଟୋକଲ ପାଳନ କରି ଏହି ନିଷ୍ପତ୍ତି ନିଆଯାଇଛି। ଫଳସ୍ୱରୂପ, ଦିଲ୍ଲୀ ବିମାନବନ୍ଦରରୁ ବିମାନ ଚଳାଚଳ […]

ଜାତୀୟ

ସୀମା ପାର୍‌ ଆତଙ୍କବାଦୀଙ୍କୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ

ନୂଆଦିଲ୍ଲୀ : ସୀମା ପାର୍‌ ଆତଙ୍କବାଦୀଙ୍କ କାର୍ଯ୍ୟକୁ ଦେଇ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଚେତାବନୀ ଦେଇଛନ୍ତି। ​‌ସେ କହିଛନ୍ତି ଏବେବି ଅପରେସନ ସିନ୍ଦୂର ଜାରି ରହିଛି ।ଭବିଷ୍ୟତରେ କୌଣସି ଅପରାଧ ଘଟାଇଲେ ଦୃଢ଼ତାର ସହ ଏହାର ଜବାବ ଦିଆଯିବ। ଜାତୀୟସ୍ତରର ସମସ୍ତ ଷ୍ଟେକ୍ ହୋଲଡରଙ୍କ ସକ୍ରିୟ ଭୂମିକାକୁ ମୁଁ ସ୍ବୀକାର କରୁଛି। ସିଏପିଏଫ୍‌, ଗୁଇନ୍ଦା ସଂସ୍ଥା, ନାଗରିକ ସଂସ୍ଥା, ରାଜ୍ୟ ପ୍ରଶାସନ ଏଥିରେ ଅନ୍ତର୍ଭୁକ୍ତ ରହିଛନ୍ତି। ଆହୁରି ମଧ୍ୟ ସେ କହିଛନ୍ତି ଅପରେସନ ସିନ୍ଦୂରରେ […]

ଜାତୀୟ

ଆଉ ମିଳିବନି ୧୦ ମିନିଟ ଡେଲିଭରି ସେବା, ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ନିଷ୍ପତ୍ତି ନେଲେ ସରକାର

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ଏବେ ଆଉ ମିଳିବନି ୧୦ ମିନିଟରେ ଡେଲିଭରି । ଡେଲିଭରି କର୍ମଚାରୀଙ୍କ ସୁରକ୍ଷା ପାଇଁ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରମ ମନ୍ତ୍ରଣାଳୟ ୧୦ ମିନିଟ୍ ଡେଲିଭରି ଉପରେ ପ୍ରତିବନ୍ଧକ ଲଗାଇଛି । କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡାଭିଆ ଏହି ପ୍ରସଙ୍ଗରେ ବ୍ଲିଙ୍କିଟ୍, ଜେପ୍ଟୋ, ସ୍ୱିଗି ଏବଂ ଜୋମାଟୋର ଅଧିକାରୀଙ୍କ ସହ କଥା ହୋଇଛନ୍ତି ଏବଂ ଡେଲିଭରି ସମୟ ସୀମା ହଟାଇବା ପାଇଁ ଅନୁରୋଧ କରିଛନ୍ତି । […]

LOKA SAMACHAR @2026. All Rights Reserved || Developed By CBSPL