ଓଡ଼ିଶା

ରାଜ୍ୟରେ ବଢ଼ିଲା ଆଉ ୭ ହଜାର ବୁଥ

ଭୁବନେଶ୍ୱର : ରାଜ୍ୟରେ ବଢ଼ିଲା ବୁଥ ସଂଖ୍ୟା ।  ଆଉ ୭ ହଜାର ବୁଥ ବୃଦ୍ଧି କରାଯାଇଛି ।  ପୂର୍ବରୁ ୩୬ ହଜାର ବୁଥ ଥିବା ବେଳେ ଏବେ ପ୍ରାୟ ୪୩ ହଜାର ବୁଥ କରାଯାଇଛି ।  SIR ପାଇଁ ଓଡ଼ିଶା ପ୍ରସ୍ତୁତ ।  ଓଡିଶାରେ SIR ଲାଗୁ ପାଇଁ ପ୍ରସ୍ତୁତି ୫ମାସ ଧରି ଚାଲିଛି ।  ସବୁ ବୁଥରେ ବୁଥ ଲେବୁଲ ଅଧିକାରୀ ନିଯୁକ୍ତ କରାଯାଇଛି ।  ୨୦୦୨ ମସିହାରେ ଶେଷ ଥର ପାଇଁ ଓଡ଼ିଶାରେ SIR […]

ଓଡ଼ିଶା

ଚିପ୍ସ ପ୍ୟାକେଟରେ ବିସ୍ଫୋରକ; ନାବାଳକର ଆଖି ନଷ୍ଟ

ଟିଟିଲାଗଡ଼ : ଛୋଟ ପିଲା ମାନଙ୍କୁ ଚିପ୍ସ ପ୍ୟାକେଟ୍ ଦେଉଛନ୍ତି କି ହୋଇଯାନ୍ତୁ ସାବଧାନ। ଚିପ୍ସ ପ୍ୟାକେଟ୍ ରୁ ବାହାରୁଥିବା ଖେଳନାରେ ବିସ୍ଫୋରଣ ଘଟି ଏକ କୁନି ପିଲାର ଆଖି ନଷ୍ଟ ହୋଇଯାଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅଧୀନ ଶଗଡ଼ଘାଟ ଗାଁରେ । ମିଳିଥିବା ସୂଚନା ଅନୁଯାୟୀ ଗାଁର ଲବ ହରପାଳଙ୍କ ଆଠ ବର୍ଷର ପୁଅ ଅଙ୍କେଶ ହରପାଳ ଗାଁର ଏକ ଦୋକାନରୁ ଚିପ୍ସ ପ୍ୟାକେଟ […]

ଓଡ଼ିଶା

ବିବାହ ନିଷ୍ପତ୍ତିରେ ଝିଅର ସ୍ବୀକୃତି ନିତ୍ୟାନ୍ତ ଆବଶ୍ୟକ: ହାଇକୋର୍ଟ

କଟକ: ବିବାହ କ୍ଷେତ୍ରରେ ଝିଅର ନିଷ୍ପତ୍ତି ସବୁଠୁ ଗୁରୁତ୍ବପୂର୍ଣ୍ଣ । ଏପରି କୌଣସି ନିଷ୍ପତ୍ତି ଅଭିଭାବକଙ୍କ ଦ୍ବାରା ନିଆଯିବା ପୂର୍ବରୁ ଝିଅର ଅନୁମତି ନିଆଯିବା ଉଚିତ । ଜୋର୍ ଜବରଦସ୍ତି କନ୍ୟାର ବିବାହ କରି ପାରିବେ ନାହିଁ ଅଭିଭାବକ । ଝିଅ ନିଖୋଜ ଅଭିଯୋଗରେ ଦାୟର ହୋଇଥିବା ଏକ ‘ହେବିୟସ କର୍ପସ’ ପିଟିସନ୍‌ର ଶୁଣାଣି କରି ହାଇକୋର୍ଟ ଏଭଳି ଉଲ୍ଲେଖ କରିଛନ୍ତି । ଯେତେବେଳେ ଜଣେ ଝିଅ ବିବାହ ପାଇଁ ପ୍ରସ୍ତୁତ ନଥାଏ, ମାନସିକ ଚାପ କିମ୍ବା […]

ଓଡ଼ିଶା

ଜାନୁଆରୀ ୧୮ ସୁଦ୍ଧା ୪ ଲକ୍ଷ ୫୭ ହଜାର ୬୮୧ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ବର: ସୁଭଦ୍ରା କିସ୍ତି ନେଇ ଉପମୁଖ୍ୟମନ୍ତ୍ରୀ ଦେଲେ ବଡ଼ ଅପଡେଟ୍‌ । ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା । ମୋଟ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳା ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନୂଆ ଭାବେ ୧ ଲକ୍ଷ ୭୮ ହଜାର ୩୯୮ ଜଣଙ୍କୁ ସାମିଲ କରାଯାଇଛି । ସେମାନେ ପାଇବେ ପ୍ରଥମ କିସ୍ତି […]

ଓଡ଼ିଶା

ଏଣିକି AI ଜଗିବ ପରୀକ୍ଷା ପ୍ରଶ୍ନପତ୍ର, ଅନ୍‌ଲାଇନ୍‌ରେ ହେବ ଯୁକ୍ତ ଦୁଇ ଖାତା ଦେଖା

ଭୁବନେଶ୍ବର: ଚଳିତ ବର୍ଷ ଅନ୍‌ଲାଇନ୍‌ ହୋଇପାରେ ଯୁକ୍ତ ୨ ପରୀକ୍ଷା ଖାତା ଦେଖା। ଏଥିପାଇଁ କଳା ବିଭାଗ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଚୂଡାନ୍ତ ପାଇଁ ବଜେଟ ଫାଇନାଲ ହୋଇନାହିଁ। ବଜେଟ ମଞ୍ଜୁର ହେଲେ ସେ ଦିଗରେ ନିଷ୍ପତ୍ତି ନିଆଯାଇପାରେ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ସେହିଭଳି ଅନ୍‌ଲାଇନ୍ ବ୍ୟବସ୍ଥାରେ ପରୀକ୍ଷା ଉତ୍ତର ଖାତା ମୂଲ୍ୟାୟନ କରାଯିବ। ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ଅର୍ଥ ପ୍ରଦାନ କରାଯିବ। ଟାଇମ ପିରିୟଡ ଭିତରେ ଖାତା ଦେଖା ହୋଇପାରିବ, […]

ଓଡ଼ିଶା

ଝାରସୁଗୁଡ଼ା ଷ୍ଟେସନରେ ଅଗ୍ନିକାଣ୍ଡ, ରେଳ ଚଳାଚଳ ବାଧାପ୍ରାପ୍ତ

ଝାରସୁଗୁଡ଼ା: ଝାରସୁଗୁଡ଼ା ରେଳ ଷ୍ଟେସନରେ ଭୟାବହ ଅଗ୍ନିକାଣ୍ଡ । ଏସିରୁ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିବା ସୂଚନା ରହିଛି । ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛି । ଭୟଭୀତ ନହେବା ପାଇଁ ରେଳ ବିଭାଗ ପକ୍ଷରୁ ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି । ଆଜି ଦିନ ପ୍ରାୟ ୧୧ଟା ବେଳେ ଝାରସୁଗୁଡ଼ା ରେଳ ଷ୍ଟେସନରେ ଏହି ଅଗ୍ନିକାଣ୍ଡ ହୋଇଥିଲା । ଘଟଣା ପରେ ଷ୍ଟେସନ ପରିସରରୁ ସମସ୍ତ […]

ଓଡ଼ିଶା

ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଚିଲିକାର ବିକାଶ ପାଇଁ ଏକ ସମନ୍ୱିତ ଯୋଜନା ପ୍ରସ୍ତୁତ କରାଯାଇଛି । ଚିଲିକା ଉନ୍ନୟନ କତ୍ତୃପକ୍ଷଙ୍କ ଏକ ବୈଠକରେ ଚିଲିକାର ଉନ୍ନୟନ ସମ୍ପର୍କରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଚିଲିକା ହେଉଛି ଆମ ଜୈବ ବିବିଧତାର ଏକ ଭଣ୍ଡାର । ତେଣୁ, ଏହାର ସୁରକ୍ଷା ପାଇଁ ସବୁ ପ୍ରକାର ପଦକ୍ଷେପ ନେବା ପାଇଁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ବୈଠକରେ ଚିଲିକାର ସୁରକ୍ଷା ଓ ପରିବେଶର ଉନ୍ନତି ପାଇଁ ଏକ ସମନ୍ୱିତ ଯୋଜନା ଉପସ୍ଥାପନ […]

ଜାତୀୟ

ଏମ୍ସରେ ଭର୍ତ୍ତିହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଇଛନ୍ତି ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୂଚନା ଅନୁସାରେ ଶ୍ରୀ ଧନଖଡ଼ ଅସୁସ୍ଥତା କାରଣରୁ ୨ଥର ଚେତା ହରାଇଥିଲେ । ପରେ ତାଙ୍କୁ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । କିନ୍ତୁ ତାଙ୍କର ସ୍ୱାସ୍ଥ୍ୟବସ୍ଥାକୁ ନେଇ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଜାତୀୟ

ଦିଲ୍ଲୀବାସୀ ପାଇବେ କ୍ରୁଜ୍ ସେବା, ଜାନୁଆରୀ ୨୦ରେ ଯମୁନାରେ ଚାଲିବ

ନୂଆଦିଲ୍ଲୀ: ଦିଲ୍ଲୀରେ ଯମୁନା ନଦୀରେ କ୍ରୁଜ୍ ସେବା ଆରମ୍ଭ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ରା କହିଛନ୍ତି ଯେ ଏହି କ୍ରୁଜର ନିର୍ମାଣ କାର୍ଯ୍ୟ ମୁମ୍ବଇରେ ପ୍ରାୟ ପୂର୍ଣ୍ଣ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଏହି ସେବା ଦିଲ୍ଲୀ ଲୋକଙ୍କ ପାଇଁ ଉପଲବ୍ଧ ହେବ। ମହାରାଷ୍ଟ୍ରର ନଭି ମୁମ୍ବଇରେ ଗଣମାଧ୍ୟମ ସହ ଆଲୋଚନା କରି କପିଲ ମିଶ୍ରା କହିଛନ୍ତି ଯେ ଏହି କ୍ରୁଜ୍ ଯମୁନା ନଦୀରେ ଚଳାଯିବ ଏବଂ ଏହାର ନିର୍ମାଣ ମୁମ୍ବଇରେ […]

ଜାତୀୟ

କରୁର ଦଳାଚକଟା ଘଟଣା: ସିବିଆଇ ଅଫିସ୍‌ରେ ଥଲାପତି ବିଜୟ

ନୂଆଦିଲ୍ଲୀ : ଦିଲ୍ଲୀ ସିବିଆଇ ମୁଖ୍ୟାଳୟରେ ଟିଭିକେ ମୁଖ୍ୟ ଥଲାପତି ବିଜୟ। ଅଭିନେତାରୁ ନେତା ପାଲଟିଥିବା ବିଜୟ ସିବିଆଇ ଅଫିସ୍‌ରେ ହାଜର ହୋଇଛନ୍ତି। କରୁର ଦଳାଚକଟା ଘଟଣାକୁ ନେଇ ସିବିଆଇ ବିଜୟଙ୍କୁ ଜେରା କରୁଛି। ୪ ମାସ ତଳେ ତାମିଲନାଡ଼ୁ କରୁରରେ ବିଜୟଙ୍କ ରାଜନୈତିକ ରାଲି ବେଳେ ଦଳାଚକଟା ହୋଇଥିଲା । ଏଥିରେ ୪୧ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହି ରାଲି ପାଇଁ ବିଜୟଙ୍କ ପାର୍ଟିର ଯୋଜନା ଏବଂ କାର୍ଯ୍ୟକାରିତା ସମ୍ପର୍କରେ ପଚରାଉଚରା କରାଯାଇଛି। ଅଧିକାରୀମାନେ କହିଛନ୍ତି […]

LOKA SAMACHAR @2026. All Rights Reserved || Developed By CBSPL