କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ ଅଧ୍ୟାପକ
ଭୁବନେଶ୍ବର: ଅଧ୍ୟାପକମାନଙ୍କୁ ସରକାରଙ୍କ ଚେତାବନୀ । କାର୍ଯ୍ୟରେ ଅବହେଳା କଲେ ଚାକିରିରୁ ବିଦା ହେବେ । ଅପାରଗ ଅଧ୍ୟାପକଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର । ରାଜ୍ୟର ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ଧରଣର ସଂସ୍କାର ଆଣିବା ପାଇଁ ଓଡ଼ିଶା ସରକାର ଏକ କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । ଯେଉଁ ଅଧ୍ୟାପକ ବା ପ୍ରଫେସରମାନେ ଶିକ୍ଷାଦାନରେ ଅବହେଳା କରୁଛନ୍ତି କିମ୍ବା ଯେଉଁମାନଙ୍କ କାର୍ଯ୍ୟଦକ୍ଷତା ସନ୍ତୋଷଜନକ ନୁହେଁ, ସେମାନଙ୍କୁ ଚିହ୍ନଟ କରି ସମୟ ପୂର୍ବରୁ ଅବସର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । […]













