ଜାତୀୟ

ବରଦାସ୍ତ କରାଯିବନି ଟ୍ରମ୍ପଙ୍କ ଜବରଦସ୍ତି : ରାସ୍ତାକୁ ଓହ୍ଲାଇଲେ ଗ୍ରୀନଲାଣ୍ଡ ବାସିନ୍ଦା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲାଣ୍ଡକୁ ନିଜ ଅକ୍ତିଆରକୁ ନେବାକୁ ଖୋଲାଖୋଲି ଭାବେ କହିଛନ୍ତି । ଟ୍ରମ୍ପଙ୍କ ଆକ୍ରମଣାତ୍ମକ କାର‌୍ୟ୍ୟ ବିରୋଧରେ ନାଟୋ ଏବଂ ୟୁରୋପୀୟ ଦେଶମାନେ ଏକଜୁଟ ହୋଇଥିବା ବେଳେ, ଗ୍ରୀନଲାଣ୍ଡର ଲୋକମାନେ ମଧ୍ୟ କ୍ଷୋଭ ପ୍ରକାଶ କରିଛନ୍ତି। ଗତକାଲି, ଡେନମାର୍କ ଏବଂ ୟୁରୋପୀୟ ନାଟୋ ଦେଶମାନେ ଗ୍ରୀନଲାଣ୍ଡରେ ସୈନ୍ୟ ମୁତୟନ କରିବା ଆରମ୍ଭ କରିବା ପରେ, ଗ୍ରୀନଲାଣ୍ଡର ଲୋକମାନେ ମଧ୍ୟ ରାସ୍ତାକୁ ଓହ୍ଲାଇ ଟ୍ରମ୍ପ ପ୍ରଶାସନ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ଗ୍ରୀନଲାଣ୍ଡର ରାଜଧାନୀରେ […]

ଜାତୀୟ

ବାୟୁସେନାର ୧୧୪ ରାଫେଲ କ୍ରୟ ପ୍ରସ୍ତାବକୁ ଡିପିବି ମଞ୍ଜୁରୀ

ନୂଆଦିଲ୍ଲୀ: ବାୟୁସେନା ପାଇଁ ଆଉ ୧୧୪ଟି ରା​‌ଫଲ ଯୁଦ୍ଧ ବିମାନ କ୍ରୟ କରିବା ପ୍ରସ୍ତାବ ଆଉ ପାଦେ ଆଗେଇଛି। ଶୁକ୍ରବାର ପ୍ରତିରକ୍ଷା ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଡିଫେନ୍ସ ପ୍ରୋକ୍ୟୁରମେଣ୍ଟ ବୋର୍ଡ (ଡିପିବି) ଏହି ପ୍ରସ୍ତାବକୁ ସବୁଜ ସଙ୍କେତ ଦେଇଛି। ଡିଏସି (ଡିଫେନ୍ସ ଆକ୍ୟୁଜିସନ କାଉନସିଲ)ଏବଂ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟିର ଚୂଡାନ୍ତ ଅନୁମୋଦନ ପରେ ହିଁ ଏହି ପ୍ରକ୍ରିୟାକୁ କାର୍ଯ୍ୟକାରୀ କରାଯିବ ବୋଲି ଜଣାପଡିଛି। ଏ ବାବଦରେ ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇପାରେ […]

ଜାତୀୟ

ବାଂଲାଦେଶରେ ପୁଣି ୨ ହିନ୍ଦୁଙ୍କୁ ହତ୍ୟା

ଢାକା: ବାଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ଉପରେ ହିଂସା ଥମିବାର ନାଁ ନେଉନି। ଗତ ୨ ଦିନରେ ଅଲଗା ଅଲଗା ଜିଲାରେ ୨ ହିନ୍ଦୁଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଶନିବାର ସକାଳ ୧୧ଟା ସମୟରେ ଗାଜିପୁର ଜିଲାର କାଳିଗଞ୍ଜ ଅଞ୍ଚଳରେ ଜଣେ ହିନ୍ଦୁ ହୋଟେଲ ବ୍ୟବସାୟୀ ଲିଟନ ଚନ୍ଦ୍ର ଘୋଷ ଓରଫ କାଳି(୬୦)ଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଲିଟନ ଘୋଷ ସେଠାରେ ଏକ ହୋଟେଲ ଚଳାଉଥିଲେ। ହୋଟେଲରେ କାମ କରୁଥିବା ଜଣେ କର୍ମଚାରୀ ଅନନ୍ତ ଦାସଙ୍କ […]

ଜାତୀୟ

ଇରାନ ସରକାରଙ୍କ ମୃତ୍ୟୁଦଣ୍ଡ ଚେତାବନୀ ପରେ ଥମିଛି ବିକ୍ଷୋଭ

ତେହେରାନ: ଦୀର୍ଘ ଦୁଇ ସପ୍ତାହ ଧରି ଇରାନରେ ଚାଲିଥିବା ବିକ୍ଷୋଭ ଆପାତତଃ ଧିମେଇ ଯାଇଥିବା ଲକ୍ଷ୍ୟ କରାଯାଇଛି। ଗିରଫ ହୋଇଥିବା ବିକ୍ଷୋଭକାରୀଙ୍କୁ ମୃତ୍ୟୁଦଣ୍ଡ ମିଳିବ ବୋଲି ଇରାନର ମୌଳବାଦୀ ସରକାର ଧମକ ଦେବାପରେ ଏହାର ପ୍ରଭାବ ବିକ୍ଷୋଭକାରୀଙ୍କ ଉପରେ ପଡିଛି। ଫଳରେ ଶୁକ୍ରବାରଠାରୁ ଦେଶରେ ସେଭଳି ପ୍ରଭାବପୂର୍ଣ୍ଣ ବିକ୍ଷୋଭ ଦେଖିବାକୁ ମିଳିନାହିଁ। ରାଜଧାନୀ ତେହେରାନରେ ଜୀବନଯାତ୍ରା ପୁଣି ସ୍ବାଭାବିକ ହେବାରେ ଲାଗିଛି। ଦୋକାନ ବଜାର ଖୋଲା ରହିଥିବାବେଳେ ଲୋକେ ଅନାୟାସରେ ଯାତାୟାତ କରୁଛନ୍ତି। ତେବେ ଏହାକୁ ଝଡ […]

ଜାତୀୟ

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପୁଣି ସାଂଘାତିକ : ଗ୍ରାପ୍-୪ କଟକଣା ଲାଗୁ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ପ୍ରଦୂଷଣ ବଢ଼ିଛି। ବାୟୁ ପ୍ରଦୂଷଣ ବୃଦ୍ଧି ଯୋଗୁଁ ଦିଲ୍ଲୀ-ଏନସିଆରରେ ପୁଣି ଘରେ ଗ୍ରାପ୍-୪ର କଟକଣା ଲାଗୁ କରିଦିଆଯାଇଛି। ଦିଲ୍ଲୀର ଏକ୍ୟୁଆଇ ଶନିବାର ଅପରାହ୍ଣ ୪ଟା ସୁଦ୍ଧା ୪୦୦ ରେକର୍ଡ କରାଯାଇଥିଲା। ଏଥିରେ ଲଗାତାର ବୃଦ୍ଧି ଦେଖିବାକୁ ମିଳୁଛି। ରାତି ୮ଟା ସୁଦ୍ଧା ଏହା ୪୨୮ ରେକର୍ଡ କରାଯାଇଛି। ବାୟୁ ଗୁଣବତ୍ତା ଓ ସମ୍ବନ୍ଧିତ କାରକକୁ ଧ୍ୟାନରେ ରଖି ହ୍ରାସ କରିବା ଉଦ୍ଦେଶ୍ୟରେ ଜିଆରଏପିରେ ସିଏକ୍ୟୁଏମ୍ ଉପ-ସମିତି ସର୍ବସମ୍ମତି କ୍ରମେ ବର୍ତ୍ତମାନର ଗ୍ରାପ୍ […]

ଜାତୀୟ

ବରଯାତ୍ରୀ ବସ୍ ଓଲଟି ୫ ମୃତ, ୨୫ ଆହତ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ଲାତେହାରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଓଲଟିଲା ବରଯାତ୍ରୀ ନେଇ ଯାଉଥିବା ବସ୍ । ଯେଉଁ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲାବେଳେ ୨୫ ଜଣ ଆହତ ହୋଇଛନ୍ତି । ବସ୍ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ସୂଚନା ମିଳିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି ।

ଜାତୀୟ

ଇଣ୍ଡିଗୋକୁ ୨୨କୋଟି ୨୦ଲକ୍ଷର ଜରିମାନା

ନୂଆଦିଲ୍ଲୀ : ଇଣ୍ଡିଗୋକୁ ବଡ଼ ଝଟକା । ୨୨କୋଟି ୨୦ଲକ୍ଷର ଜରିମାନା ଲଗାଇଲା ଡିଜିସିଏ ।  ବିମାନ ଯାତ୍ରୀଙ୍କୁ ହଇରାଣ କରି ଦଣ୍ଡିତ ହେଲା ଇଣ୍ଡିଗୋ ।  ଡିସେମ୍ବର ମାସରେ ବିମାନ ସେବାରେ ବିଭ୍ରାଟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ।  ଡିସେମ୍ବର ୩ରୁ ୫ ତାରିଖ ମଧ୍ୟରେ ଘରୋଇ ବିମାନ କଂପାନୀ ଇଣ୍ଡିଗୋରେ ଦେଖାଯାଇଥିବା ଅବଳାବସ୍ଥା ପାଇଁ ହଜାର ହଜାର ଯାତ୍ରୀ ହଇରାଣ ହେବା ନେଇ ମୋଟା ଅଙ୍କର ଜରିମାନା ଲଗାଇଛି ଡାଇକ୍ଟୋରେଟ ଜେନେରାଲ ଅଫ ସିଭିଲ ଆଭିଏସନ […]

ଓଡ଼ିଶା

ରାଉରକେଲା ପ୍ଲେନ୍ କ୍ରାସ୍ରେ ମୃତ ପାଇଲଟଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି

ଭୁବନେଶ୍ବର: ରାଉରକେଲା ପ୍ଲେନ୍ କ୍ରାସ ଘଟଣାରେ ମୃତ ପାଇଲଟଙ୍କ ପରିବାରର ଜଣଙ୍କୁ ମିଳିବ ଚାକିରି । ଏଭଳି ଘୋଷଣା କରିଛନ୍ତି ଇଣ୍ଡିଆ ଏୟାର ୱାନ୍ ସିଇଓ ପ୍ରେମ କୁମାର ଗର୍ଗ । ସେ କହିଛନ୍ତି, ସୁଶାନ୍ତଙ୍କ ପରିବାରର ଜଣଙ୍କୁ ଇଣ୍ଡିଆ ଓ୍ବାନ୍‌ ଏୟାର ସଂସ୍ଥାରେ ଚାକିରି ମିଳିବା ସହ ୫ ମାସ ପର୍ଯ୍ୟନ୍ତ ପରିବାରର ସମସ୍ତ ଖର୍ଚ୍ଚ ମଧ୍ୟ ସଂସ୍ଥା ଉଠାଇବ । ବିମାନ ଭଗ୍ନାବଶେଷ ୨/୩ ଦିନ ମଧ୍ୟରେ ଭୁବନେଶ୍ବର ଉଠାଇ ନିଆଯିବ । ରାଉରକେଲା […]

ଓଡ଼ିଶା

୨୨ରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆସନ୍ତା ୨୨ତାରିଖରେ ମିଳିବ ସୁଭଦ୍ରା ଟଙ୍କା । । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ପୂର୍ବରୁ ଜାନୁଆରୀ ୧୮ରେ ସୁଭଦ୍ରା ଟଙ୍କା ମିଳିବ ବୋଲି କହିଥିଲେ ବିଭାଗୀୟ ମନ୍ତ୍ରୀ । ୧୮ ବଦଳରେ ୨୨ତାରିଖରେ ସୁଭଦ୍ରା ସହାୟତା ଅର୍ଥ ରାଶି ପ୍ରଦାନ କରାଯିବା ନେଇ ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ଏଯାବତ ସୁଭଦ୍ରା ଯୋଜନାରେ ମୋଟ ୪ ଲକ୍ଷ ୫୭ ହଜାର ୬୮୧ଜଣ ମହିଳା ସାମିଲ ହୋଇସାରିଛନ୍ତି । ତାଙ୍କ ଭିତରୁ […]

ଓଡ଼ିଶା

ବିଜେପି ସରକାରରେ ଗୋ ଚାଲାଣକାରୀଙ୍କ ସ୍ଥାନ ନାହିଁ: ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର: ରାଜ୍ୟରେ ୪ ଜିଲାର ଗୋ-ମାଫିଆଙ୍କ ଘରେ ଚଢଉ ଜାରି ରହିଛି । ଗଞ୍ଜାମ, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜରେ ଗୋ-ମାଫିଆଙ୍କ ଘରେ ଚଢଉ କି ବିପୁଳ ଅର୍ଥ, ସୁନା ଅଳଙ୍କାର ଜବତ କରିଛି ପୁଲିସ । ଏହାକୁ ନେଇ ଆଜି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ବିଜେପି ସରକାରରେ ଗୋ ଚାଲାଣକାରୀଙ୍କ ସ୍ଥାନ ନାହିଁ । ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ କହିଛନ୍ତି ଯେ ୫ଟି ସ୍ଥାନରେ ଗୋ ମାଫିଆଙ୍କ ଘରେ ଚଢାଉ ହୋଇଛି […]

LOKA SAMACHAR @2026. All Rights Reserved || Developed By CBSPL