ଜାତୀୟ

ବାଂଲାଦେଶରେ ପୁଣି ୨ ହିନ୍ଦୁଙ୍କୁ ହତ୍ୟା

ଢାକା: ବାଂଲାଦେଶରେ ହିନ୍ଦୁ ସମୁଦାୟଙ୍କ ଉପରେ ହିଂସା ଥମିବାର ନାଁ ନେଉନି। ଗତ ୨ ଦିନରେ ଅଲଗା ଅଲଗା ଜିଲାରେ ୨ ହିନ୍ଦୁଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଛି। ଶନିବାର ସକାଳ ୧୧ଟା ସମୟରେ ଗାଜିପୁର ଜିଲାର କାଳିଗଞ୍ଜ ଅଞ୍ଚଳରେ ଜଣେ ହିନ୍ଦୁ ହୋଟେଲ ବ୍ୟବସାୟୀ ଲିଟନ ଚନ୍ଦ୍ର ଘୋଷ ଓରଫ କାଳି(୬୦)ଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ଲିଟନ ଘୋଷ ସେଠାରେ ଏକ ହୋଟେଲ ଚଳାଉଥିଲେ। ହୋଟେଲରେ କାମ କରୁଥିବା ଜଣେ କର୍ମଚାରୀ ଅନନ୍ତ ଦାସଙ୍କ ସହିତ ଗ୍ରାହକଙ୍କ କୌଣସି କାରଣକୁ ନେଇ ଝଗଡା ଓ ପରେ ପରେ ମାରପିଟ୍ ଯାଏ କଥା ଯାଇଥିଲା। ଏହି ସମୟରେ ନିଜ କର୍ମଚାରୀକୁ ରକ୍ଷା କରିବା ପାଇଁ ଲିଟନ ଚେଷ୍ଟା କରିବା ସମୟରେ ଗ୍ରାହକ ଜଣକ ଉତକ୍ଷିପ୍ତ ହୋଇ ତାଙ୍କୁ ଆକ୍ରମଣ କରିଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଅଭିଯୁକ୍ତ ଲିଟନଙ୍କୁ ବିଧା ଗୋଇଠା ମାରିବା ସହ ନିକଟରେ ପଡିଥିବା ଏକ ବେଲଚା ଉଠାଇ ପିଟିଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗୋଟିଏ ଦିନ ପୂର୍ବ ଅର୍ଥାତ୍ ଶୁକ୍ରବାର ଅନ୍ୟ ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା ମାମଲା ସାମ୍ନାକୁ ଆସିଥିଲା।

ରାଜବାଡି ଜିଲାର ସଦର ଉପଜିଲାରେ ୩୦ ବର୍ଷୀୟ ରିପନ ଶାହାଙ୍କ ଉପରେ ଗାଡି ଚଢାଇ ହତ୍ୟା କରାଯାଇଥିଲା। ମୃତ ରିପନ ସାହା ରାଜବାଡି ଗୋଳାନ୍ଦା ମୋଡ ନିକଟରେ ଏକ ପେଟ୍ରୋଲ ପମ୍ପରେ କାମ କରୁଥିଲେ। ଗୋଟେ ଗାଡି ତେଲ ପକାଇବା ପରେ ଅର୍ଥ ଦେବାକୁ ମନା କରିଦେଲା। ରିପୋନ ତାଙ୍କୁ ରୋକିବାକୁ ଚେଷ୍ଟା କରିବାକୁ ଅଭିଯୁକ୍ତ ଗାଡି ଚାଳକ ଜାଣି ଶୁଣି ରିପନ ଉପରେ ଗାଡି ଚଢାଇଦେଇଥିଲା। ଏଥିରେ ଘଟଣାସ୍ଥଳେ ରିପନଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ପହଞ୍ଚି ଗାଡିକୁ ଜବତ କରିବା ସହ ଗାଡି ମାଲିକ ଅବୁଲ ହଶେମକୁ ଗିରଫ କରିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL