ଓଡ଼ିଶା

କଲେଜ ଛକ ନିକଟରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ

ପୁରୀ: ପୁରୀରେ ଗଡ଼ିଲା ମୁଣ୍ଡ ।  ଟାଉନ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ହତ୍ୟାକାଣ୍ଡ ଘଟିଛି ।  ମୃତକଙ୍କ ନାଁ ଗୁନା । ସେ ଜଳେଶ୍ବର ଅଞ୍ଚଳର ।  ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି ।  କେହି ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି ।  କିଏ ଓ କାହିଁକି ହତ୍ୟା କଲା ଜଣାପଡିନାହିଁ । ଗୁନା କଲେଜ ଛକ ନିକଟ ଗାୟତ୍ରୀ ହୋଟେଲରେ କାମ କରୁଥିଲେ ।  ତେବେ ସେହି ହୋଟେଲରେ […]

ଓଡ଼ିଶା

ସରିଲାଣି ଟୋକନ ଅବଧି: ମଣ୍ଡିକୁ ଆସୁନି ଗାଡ଼ି

ସୁବର୍ଣ୍ଣପୁର: ସରିଲାଣି ଟୋକନ ଅବଧି ।  ମଣ୍ଡିକୁ ଆସୁନି ଗାଡ଼ି ।  ସହଯୋଗ କରୁନାହାନ୍ତି ମିଲର୍ସ ।  ସୁବର୍ଣ୍ଣପୁର ଜିଲ୍ଲାର ୯୨ଟି ପ୍ୟାକ୍ସରେ ପଡିରହିଛି ଧାନ ।  ମିଲର୍ସ ଗାଡି ପଠାଉନଥିବାରୁ ଶୀତ କାକରରେ ଧାନ ପଡିରହିଛି । ଚିନ୍ତାରେ ଚାଷୀ| ଧାନ ବିକ୍ରି ହୋଇପାରୁନଥିବାରୁ ଚିନ୍ତାରେ ପଡିଛନ୍ତି ଚାଷୀ ।  ଖରିଫ୍ ଋତୁ ଯାଇ ରବିଋତୁ ଚାଷ ଆରମ୍ଭ ହେଲାଣି ।  ହେଲେ ଏପର୍ଯ୍ୟନ୍ତ ଖରିଫ୍ ଧାନ ବିକ୍ରି ହୋଇପାରିଲାନି । ଭୁଣ୍ଡରେ ହାତ ଦେଇ […]

ଓଡ଼ିଶା

ଆଗୁଆ ହେବ ପଞ୍ଚାୟତ ନିର୍ବାଚନ; ଇସାରା ଦେଲେ ବିଜେପି ରାଜ୍ୟ ମୁଖିଆ

ଭୁବନେଶ୍ବର: ରାଜ୍ୟରେ ଆଗୁଆ ପଞ୍ଚାୟତ ନିର୍ବାଚନ ସମ୍ଭାବନା ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି। ସେ କହିଛନ୍ତି ​ ଯେ ଆସନ୍ତାବର୍ଷ ଜନଗଣନା ହେବାର ଥିବାରୁ ସେଥିଲାଗି ଆଗୁଆ ପଞ୍ଚାୟତ ନିର୍ବାଚନ ହେବାର ସମ୍ଭାବନା ରହିଛି। ନିର୍ଦ୍ଧାରିତ ସମୟର ଦୁଇରୁ ତିନିମାସ ପୂର୍ବରୁ ହୋଇପାରେ ପଞ୍ଚାୟତ ନିର୍ବାଚନ । ଛଅମାସ ଭିତ​‌ରେ ଅଧୁରା ପଡିଥିବା ଲୋକାଭିମୁଖ୍ୟି କାମ ଗୁଡିକ ଶେଷ କରିବାକୁ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ବିଜେପି ସଭାପତି […]

ଓଡ଼ିଶା

ନିଜ ନିର୍ବାଚନ ମଣ୍ଡଳୀରେ ଅରବିନ୍ଦ ମହାପାତ୍ରଙ୍କ ଶକ୍ତି ପ୍ରଦର୍ଶନ

ପାଟକୁରା : ଦଳରୁ ନିଲମ୍ବନ ପରେ ପ୍ରଥମଥର ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ବିଧାୟକ ଅରବିନ୍ଦ ମହାପାତ୍ର । ଶକ୍ତି ପ୍ରଦର୍ଶନ ସହ ନବୀନଙ୍କୁ ନିଶାଣ କଲେ ଅରବିନ୍ଦ । ବିଜୁ ଜନତା ଦଳରୁ ନିଲମ୍ବନ ପରେ ପ୍ରଥମ ଥର ପାଇଁ ନିର୍ବାଚନ ମଣ୍ଡଳୀରେ ଶକ୍ତି ପ୍ରଦର୍ଶନ କରିଛନ୍ତି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର । ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ ବ୍ଲକରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଅରବିନ୍ଦ । ଏକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ […]

ଓଡ଼ିଶା

କଂଗ୍ରେସ ଛାଡ଼ିଲେ ମୋକିମଙ୍କ ୪୧ ସମର୍ଥକ

ଭୁବନେଶ୍ୱର: ପୁଣି ପିସିସି ସଭାପତିଙ୍କ ନେତୃତ୍ୱକୁ ନେଇ କଂଗ୍ରେସରେ ବିବାଦ । ୪୧ଜଣ କଂଗ୍ରେସ କର୍ମୀ ଯେଉଁମାନେ କି ମୋକିମଙ୍କ ସମର୍ଥକ ସେମାନେ ଆଜି ଇସ୍ତଫା ଦେଇଛନ୍ତି । ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ନିଲମ୍ବନ ହେବା ଦିନରୁ ଏମାନେ ଅସନ୍ତୋଷରେ ଥିଲେ । ତେବେ ଏମାନେ ସମସ୍ତେ ଆଜି ନିଜର ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଛନ୍ତି । ସେମାନଙ୍କ ମଧ୍ୟରେ ମୁଖପାତ୍ର, ଯୁବ ନେତା, ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ କର୍ପୋରେଟର ଏବଂ […]

ଓଡ଼ିଶା

ଆଉ ସୋମବାର ହେବନି ସରକାରୀ ବୈଠକ

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ କଡା ନିର୍ଦ୍ଦେଶ ଯେ ଏଣିକି ସୋମବାର ଦିନ କୌଣସି ସରକାରୀ ବୈଠକ ହେବନାହିଁ । ସବୁ ବିଭାଗକୁ ମୁଖ୍ୟ ଶାସନ ସଚିବ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ପ୍ରତ୍ୟେକ ସୋମବାର ଦିନ ସରକାରୀ କାର୍ଯ୍ୟାଳୟରେ ଅଭିଯୋଗ ଶୁଣାଣି ରହୁଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଅଭିଯୋଗ ଶୁଣାଣିକୁ ଗୁରୁତ୍ୱ ଦେବାକୁ କୁହାଯାଇଛି । ଏନେଇ ସଚିବ ସ୍ତରୀୟ ବୈଠକରେ ଆଲୋଚନା ହେବା ପେ ନିର୍ଦ୍ଦେଶ ଜାରି କରିଛନ୍ତି […]

ଓଡ଼ିଶା

ସ୍କୁଟିକୁ ଧକ୍କା ଦେଲା ଆମ ବସ୍‌, ଚାଳକ ଆହତ

ଭୁବନେଶ୍ବର: ରାଜଧାନୀରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟାଇ ଚାଲିଛି ଆମ ବସ୍‌ । ଫଳରେ ଲୋକମାନେ ଏଥିରେ ଯାତ୍ରା କରିବାକୁ ଭୟ କରିଲେଣି । ଆଜି ପୁଣି ଏକ ସ୍କୁଟିକୁ ଧକ୍କା ଦେଇଛି ଆମ ବସ୍ । ଫଳରେ ସ୍କୁଟି ଚାଳକ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛି । ସକାଳୁ ପାତ୍ରପଡ଼ା ଡିପୋରୁ ବାହାରି ଡୁମଡୁମା ଅଭିମୁଖେ ଯିବାବେଳେ ଦୁର୍ଘଟଣା ଘଟାଇଛି ଆମ ବସ୍‌ । ଗତକାଲି ମଧ୍ୟ ଜନପଥରେ ବାଇକ୍‌କୁ ଧକ୍କା ଦେଇଥିଲା ଆମ […]

ଓଡ଼ିଶା

ଅଦାଲତ ଅବମାନନା ଅଭିଯୋଗ: ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜିର ହେବାକୁ ନିର୍ଦ୍ଦେଶ

କଟକ: ନଗର ଉନ୍ନୟନ ସଚିବ ଉଷା ପାଢ଼ୀଙ୍କୁ ହାଇକୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଦାଲତ ଅବମାନନା ଅଭିଯୋଗରେ ସଚିବ ଉଷା ପାଢ଼ୀଙ୍କ ସମେତ ପୌର ପ୍ରଶାସନ ନିର୍ଦ୍ଦେଶକ ଗଗନ ବିହାରୀ ସ୍ବାଇଁ, ଟାଉନ ପ୍ଲାନିଂ ନିର୍ଦ୍ଦେଶକ ତଥା ସ୍ବତନ୍ତ୍ର ସଚିବ ସୁଶାନ୍ତ ମିଶ୍ର, କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ ସିନ୍ଦେ ଓ ଆଠଗଡ଼ ସ୍ବତନ୍ତ୍ର ପ୍ଲାନିଂ ଅଥରିଟିର କର୍ତ୍ତୃପକ୍ଷଙ୍କୁ ପରବର୍ତ୍ତୀ ଶୁଣାଣିରେ ହାଜର ହେବାକୁ ଏହି ନିର୍ଦ୍ଦେଶ ରହିଛି । ସେମାନଙ୍କୁ ପରବର୍ତ୍ତୀ […]

ଓଡ଼ିଶା

ଗଣତନ୍ତ୍ର ଦିବସରେ ଆମିଷ ବିକ୍ରି ନିଷେଧ

କୋରାପୁଟ: ଗଣତନ୍ତ୍ର ଦିବସରେ ଆମିଷ ଖାଇବା ନିଷେଧ। କୋରାପୁଟ ଜିଲ୍ଲାରେ ଜାନୁଆରୀ ୨୬ରେ ଆମିଷ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ। ସମସ୍ତ ବିଡିଓ, ତହସିଲଦାର ଓ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ। ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲ୍ଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ […]

ଓଡ଼ିଶା

ଗୋଡ଼ାଇ ଗୋଡ଼ାଇ ୨ ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ, ଫ୍ଲାଗ ମାର୍ଚ୍ଚ କରୁଛି ପୋଲିସ

ଭୁବନେଶ୍ବର: ରାଜଧାନୀରେ ବଢିଚାଲିଛି ଆତଙ୍କରାଜ୍। ମୁହଁରେ ମାସ୍କ, ହାତରେ ମାରଣାସ୍ତ୍ର ଧରି ସର୍ବ ସମ୍ମୁଖରେ କରାଯାଉଛି ଆକ୍ରମଣ। ଗତକାଲି ରାତିରେ ହେଲା ହଣାକଟା। ଗୋଷ୍ଠୀ ସଂଘର୍ଷରେ ୨ ଯୁବକ ଗୁରୁତର। ଲାଇଟ ମରାକୁ କେନ୍ଦ୍ର କରି ଦୁଇ ପକ୍ଷ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଛି। ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଦୁଇ ଜଣ ଯୁବକଙ୍କୁ ମାରଣାସ୍ତ୍ରରେ ହାଣିଲେ ଦୁର୍ବୃତ୍ତ। ଆକ୍ରମଣରେ ସୋନୁ ମହାନ୍ତି ଗୁରୁତର ଆହତ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ଆତଙ୍କ ଖେଳାଇବା […]

LOKA SAMACHAR @2026. All Rights Reserved || Developed By CBSPL