ଜାତୀୟ

ପାକିସ୍ତାନର ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ ସାଗରରେ ପାକିସ୍ତାନର ଗୋଟିଏ ମାଛଧରା ବୋଟ ଜବତ କରିଥିବାବେଳେ ସେଥିରେ ଯାତ୍ରା କରୁଥିବା ୧୧ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ମାଛ ଧରୁଥିବାବେଳେ ବେଆଇନ ଭାବେ ଭାରତର ଜଳସୀମା ମଧ୍ୟକୁ ପ୍ରବେଶ କରିଥିଲେ। ଅଧିକ ଜେରା ନିମନ୍ତେ ଗିରଫ ମତ୍ସ୍ୟଜୀବୀଙ୍କୁ ଗୁଜରାଟ ପୁଲିସକୁ ହସ୍ତାନ୍ତର କରାଯାଇଛି।

ଜାତୀୟ

ବିନା ଅନୁମତିରେ ଘରୋଇ ସ୍କୁଲ ଆଦାୟ କରିପାରିବେ ନାହିଁ ଅତିରିକ୍ତ ଫି’

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଘରୋଇ ସ୍କୁଲଗୁଡ଼ିକ ଦ୍ୱାରା ଆଦାୟ କରାଯାଉଥିବା ମନମୁଖୀ ଫି’କୁ ରୋକିବା ପାଇଁ ଦିଲ୍ଲୀ ସ୍କୁଲ ଶିକ୍ଷା ଆଇନ ୨୦୨୫ କୁ ଅଧିସୂଚିତ କରିଛନ୍ତି । ସ୍କୁଲଗୁଡ଼ିକ ଆଉ ଅନୁମତି ବିନା ଅତିରିକ୍ତ ଫି’ ଆଦାୟ କରିପାରିବେ ନାହିଁ । ଯାହା ଅଭିଭାବକମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ପ୍ରଦାନ କରିବ ଏବଂ ସେମାନଙ୍କ ଅଧିକାରକୁ ସୁରକ୍ଷା ଦେବ । ବର୍ତ୍ତମାନ ଏଲଜି ଭିକେ ସକ୍ସେନା ଏହି ଗେଜେଟ୍ ବିଜ୍ଞପ୍ତି ଜାରି କରିଛନ୍ତି ।` ଏହି ଆଇନ […]

ଜାତୀୟ

ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ପରଲୋକ । ଆଜି ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନର ଅସୁସ୍ଥତା ହେତୁ ଆଜି ସକାଳ ପ୍ରାୟ ୬.୩୦ ସମୟରେ ପାଟିଲ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶିବରାଜ ପାଟିଲ ତାଙ୍କର ଦୀର୍ଘ ରାଜନୈତିକ ଜୀବନରେ ଲୋକସଭା ବାଚସ୍ପତି ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ । ପାଟିଲ […]

ଜାତୀୟ

ଜାପାନରେ ୬.୭ ତୀବ୍ରତାର ଭୂମିକମ୍ପ, ସୁନାମି ଆଲର୍ଟ

ଟୋକିଓ : ଜାପାନର ଉତ୍ତର-ପୂର୍ବ ଉପକୂଳରେ ୬.୭ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହା ପରେ ପାଣିପାଗ ବିଭାଗ ସୁନାମି ଆସିବାର ଆଶଙ୍କା କରି ସତର୍କ ସୂଚନା ଜାରି କରିଛି । ଭୂକମ୍ପର କେନ୍ଦ୍ର ସ୍ଥଳ ୟାମାଡା ଅଞ୍ଚଳରୁ ପ୍ରାୟ ୭୮ ମାଇଲ ପୂର୍ବ ଦିଗରେ ସମୁଦ୍ର ଭିତରେ ଥିଲା । ଏହାର ପ୍ରଭାବରେ ଇୱାଟେ ଅଞ୍ଚଳରେ ପ୍ରାୟ ୧ ମିଟର (୩.୩ ଫୁଟ) ଉଚ୍ଚର ସମୁଦ୍ର ଢେଉ ଆସିବାର ସମ୍ଭାବନା ଅଛି । […]

ଓଡ଼ିଶା

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଶ୍ରମିକ ମୃତ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ରାଜନଗର ବ୍ଲକ ଗୁପ୍ତି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦେବେନ୍ଦ୍ର ନାରାୟଣପୁରଠାରେ। ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ପାଣି ଟାଙ୍କି ନିର୍ମାଣ ଚାଲିଛି। ପାଣି ଟାଙ୍କି ଉପରେ କାର୍ଯ୍ୟ କରୁଥିବା ଜଣେ ଶ୍ରମିକ ହଠାତ୍ ତଳକୁ ଖସି ପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ କଳାହାଣ୍ଡି ଜିଲ୍ଲା ଭବାନିପାଟଣାର କ୍ରୀଷ୍ଣା ରାଉତ(୩୦ବର୍ଷ) ବୋଲି ଜଣାପଡିଛି।

ଓଡ଼ିଶା

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା ଆରମ୍ଭ

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା ସିଭିଲ ସର୍ଭିସ୍‌ (ଓସିଏସ)ର ମୁଖ୍ୟ ଲିଖିତ ପରୀକ୍ଷା ଆସନ୍ତାବର୍ଷ ଜାନୁଆରୀ ୩୧ ଠାରୁ ଆରମ୍ଭ ହୋଇ ଫେବୃଆରୀ ୧୦ ଯାଏଁ ଚାଲିବ। ଏଥିରେ ମୋଟ ୨୪୦୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପୂବାହ୍ଣ ୯ଟାରୁ ମଧ୍ୟାହ୍ନ ୧୨ଟା ଏବଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ। ପ୍ରତି ବିଷୟର ପରୀକ୍ଷା ଗୋଟିଏ ଦିନ ବ୍ୟବଧାନରେ ହେବ। ଭିନ୍ନକ୍ଷମ ପରୀକ୍ଷାର୍ଥୀଙ୍କୁ […]

ଓଡ଼ିଶା

୧୪ରେ ଓଡିଶା ଆସିବେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

କଟକ : ଆସନ୍ତା ୧୪ ତାରିଖରେ ଓଡିଶା ଆସୁଛନ୍ତି ଭାରତର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ।  ଓଡିଶା ହାଇକୋର୍ଟ ବାର ଆସୋସିଏସନ ପକ୍ଷରୁ ଆୟୋଜିତ ସାଧାରଣ ଲୋକଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ, ମାମଲା ଖର୍ଚ୍ଚ ଏବଂ ବିଳମ୍ବ ହ୍ରାସ କରିବା ପାଇଁ ରଣନୀତି ଶୀର୍ଷକ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ପ୍ରଧାନ ବିଚାରପତି । କଟକ ଶହୀଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ମୁଖ୍ୟ […]

ଓଡ଼ିଶା

ନାବାଳିକାକୁ ଦୁଷ୍କର୍ମ: ଘର ମାଲିକ ଗିରଫ

ଭୁବନେଶ୍ୱର : ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ ଘଟଣା ।  ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ ।  ନିଆଳିର ନରେଶ ମହାନ୍ତିକୁ ଗିରଫ କଲା ମହିଳା ଥାନା ପୋଲିସ ।  ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି ।  ଅଭିଯୁକ୍ତ ଜଣେ ପାନ ଦୋକାନୀ ।  ସେ ତାଙ୍କର କିଛି ଘରକୁ ଭଡ଼ା ଦେଇଥିଲେ ।  ଏନେଇ ପୀଡିତା ଓ ତାଙ୍କ ପରିବାର ସେଠାରେ ରହୁଥିଲେ ।  ଗତ ୪ ତାରିଖରେ ଘର ଲୋକେ କେହି […]

ଓଡ଼ିଶା

କଟକ : ନିଜକୁ ଭିଜିଲାନ୍ସ ଅଫିସର ପରିଚୟ ଦେଇ ବରିଷ୍ଠ ଓଏଏସ ଅଫିସରଙ୍କୁ ଠକେଇ ଅଭିଯୋଗ ।  ୪ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଶଳା-ଭିଣୋଇ ଗିରଫ । ଭିଜିଲାନସ ଅଧିକାରୀ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ମେଣ୍ଢାମାଳର ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡା ।  ଅଭିଯୁକ୍ତମାନେ ନିଜକୁ ଭିଜିଲାନସ ଅଫିସରର ପରିଚୟ ଦେଇ […]

ଓଡ଼ିଶା

ଟୋକନ ଅବ୍ୟବସ୍ଥା, ରାସ୍ତାକୁ ଓହ୍ଲାଇଲେ ଚାଷୀ

ସମ୍ବଲପୁର : ସମ୍ବଲପୁରରେ ଚାଷୀଙ୍କ ଆନ୍ଦୋଳନ। ଟୋକନକୁ ନେଇ ଜିଲ୍ଲାର ୩ଟି ସ୍ଥାନରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ । ରେମେଡ, ସିନ୍ଦୁରପଙ୍କ ଓ ଧମା ଠାରେ ଜାତୀୟ ରାଜପଥ ଅବରୋଧ କରାଯାଇଛି । ଜିଲ୍ଲାରେ ୬୦ ହଜାର ଚାଷୀ ଧାନ ବିକ୍ରି ପାଇଁ ରେଜିଷ୍ଟ୍ରେସନ କରିଥିବାବେଳେ ୧୯ ହଜାର ଚାଷୀଙ୍କ ଟୋକନ ଆସିନଥିବା ଅଭିଯୋଗ ହୋଇଛି । ଯାହାର ଟୋକନ ଆସିଛି । ସେମାନେ ଦ୍ବିତୀୟ ପର୍ଯ୍ଯାୟ ଟୋକନ ଆସିନାହିଁ । ଯାହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି […]

LOKA SAMACHAR @2026. All Rights Reserved || Developed By CBSPL