ନୂଆ ରୂପ ପାଇବ ଯୋରନ୍ଦା ମହିମା ଗାଦି, ୨୪୦ କୋଟିରେ ୨୬୩ ଫୁଟର ହେବ ମନ୍ଦିର ନିର୍ମାଣ
ଢେଙ୍କାନାଳ : ଯୋରନ୍ଦା ମହିମା ଗାଦିର ଉନ୍ନତି ପାଇଁ ନୂତନ ପ୍ରକଳ୍ପର ଶିଳାନ୍ୟାସ । ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗଦେଇ ନୂତନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଯୋରନ୍ଦାରେ ଭବ୍ୟ ମନ୍ଦିର ନିର୍ମାଣ ହେବ । ୨୪୦ କୋଟି ଟଙ୍କାରେ ୨୬୩ ଫୁଟ୍ ଉଚ୍ଚତାର ମନ୍ଦିର ନିର୍ମାଣ ହେବ । ଏହାସହ ଯୋରନ୍ଦା ମହାବିଦ୍ୟାଳୟର ଉନ୍ନତି ପାଇଁ ୨ କୋଟି ପ୍ରଦାନ କରାଯାଇଛି । ଢେଙ୍କାନାଳ ଶିଳ୍ପ ସମୃଦ୍ଧ ଜିଲ୍ଲା ଭାବେ ପରିଗଣିତ ହେବ […]












