ଜାତୀୟ

ପୁଣି ଇଣ୍ଡିଗୋକୁ ବୋମା ଧମକ, ବାରାଣାସୀ ବିମାନବନ୍ଦରରେ ଜରୁରୀ ଅବତରଣ କଲା ବିମାନ

ବାରାଣାସୀ : ପୁଣିଥରେ ବିମାନକୁ ବୋମା ଧମକ । ଇଣ୍ଡିଗୋ ଏୟାରଲାଇନ୍ସର ବିମାନକୁ ବୋମା ଧମକ ମିଳିବା ପରେ ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଏୟାରପୋର୍ଟରେ ଜରୁରୀ ଅବତରଣ କରିଛି । ବିମାନ ଜରୁରୀ ଅବତରଣ କରିବା ପରେ ବୋମା ନିରୋଧକାରୀ ଟିମ, ଦମକଳ ଗାଡ଼ି ଏବଂ ପୋଲିସ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ପୋଲିସ ସୂଚନା ମୁତାବକ, ହାଇଦ୍ରାବାଦରୁ ବାରାଣାସୀ ଯାଉଥିବା ଇଣ୍ଡିଗୋ ଏୟାରଲାଇନ୍ସର ବିମାନରେ ଏକ କାଗଜ ଖଣ୍ଡରେ ବିମାନରେ ବୋମା ଥିବା ଲେଖାଯାଇଥିଲା, […]

ଜାତୀୟ

ୟୁକ୍ରେନ୍ ଉପରେ ଆକ୍ରମଣ କଲା ରୁଷ, ୧୫ ମୃତ

ନୂଆଦିଲ୍ଲୀ: ରୁଷିଆ କିୱି ସହର ଉପରେ ବଡ଼ ଆକ୍ରମଣ କରିଛି । ନିପ୍ରୋରେ ରୁଷିଆ ଡ୍ରୋନ୍ ଦ୍ବାରା ଏକ ବସକୁ ଆକ୍ରମଣ କରାଯାଇଥିଲା । ଏହି ବସରେ ଖଣି ଶ୍ରମିକମାନ ଯାଉଥିବାବେଳେ ତାଙ୍କୁ ଟାଗ୍ରେର୍ଟ କରାଯାଇଥିଲା । ଏହି ଟାର୍ଗ୍ରଟରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୭ ଜଣ ଆହତ ହୋଇଛନ୍ତି । ଏଥିସହ ବସକୁ ମଧ୍ୟ ନିଆଁ ଲଗାଇଦେଇଥିଲେ, ଯାହାକୁ ପରେ ଲିଭାଇ ଦିଆଯାଇଥିଲା । ୟୁକ୍ରେନର ବଡ଼ ଘରୋଇ କମ୍ପାନୀ, DTEK କହିଛି ଯେ ବସ୍ […]

ଓଡ଼ିଶା

ବଜେଟ ପ୍ରସଙ୍ଗରେ ବଡ ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

ଭୁବନେଶ୍ବର: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଉପସ୍ଥାପିତ କରାଯାଇଥିବା ଚଳିତ ୨୦୨୬-୨୦୨୭ ଆର୍ଥିକ ବର୍ଷର ବଜେଟ ପ୍ରସଙ୍ଗରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଇଛନ୍ତି। ରେଳ ମନ୍ତ୍ରୀ କହିଛନ୍ତି, ବଜେଟ୍‌ରେ ଓଡ଼ିଶା ପାଇଁ ୧୦ ହଜାର ୯୨୮ କୋଟି ଟଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୦ ହଜାର ୬୫କୋଟି ଟଙ୍କାର ପ୍ରକଳ୍ପ ଚାଲୁରହିଛି। ଇଷ୍ଟ- ୱେଷ୍ଟ କରିଡରରୁ ଓଡ଼ିଶାକୁ ବଡ଼ ଫାଇଦା ମିଳିବ। ଇଷ୍ଟ- […]

ଓଡ଼ିଶା

ବଦଳିବ ଡ୍ରେସ୍ କୋର୍ଡ, ନୂଆ ରୂପ ପାଇବ ମିଶନ ଶକ୍ତି

ଭୁବନେଶ୍ୱର : ନୂଆ ରୂପ ପାଇବ ମିଶନ ଶକ୍ତି ।  ବଦଳିବ ଡ୍ରେସ୍ କୋର୍ଡ ।  ୭୦ଲକ୍ଷ ମହିଳା ପାଇବେ ନୂଆ ଡ୍ରେସ୍ ।  ଉତ୍କଳ ଦିବସରୁ ନୂଆ ଡ୍ରେସ୍ କୋର୍ଡ ଲାଗୁ ହେବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।  ଏହାସହ ମହିଳାଙ୍କୁ ମିଳିବ ନୂଆ ସ୍ମାର୍ଟଫୋନ ଓ ନୂଆ ଆଇଡି କାର୍ଡ  ।  ଆଜି ସ୍ୱୟଂ ସହାୟକ ଗୋଷ୍ଠୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି  ।

ଓଡ଼ିଶା

ମହାନଦୀ ପ୍ରସଙ୍ଗ: ବିଜେଡ଼ିକୁ ନିଶାଣ କଲେ ମନ୍ତ୍ରୀ ସୁରେଶ ପୂଜାରୀ

ସମ୍ବଲପୁର : ମହାନଦୀ ପ୍ରସଙ୍ଗରେ ବିଜେଡ଼ିକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସମସ୍ୟା ସେମାନେ ତିଆରି କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ମହାନଦୀ ସମସ୍ୟା ପ୍ରସଙ୍ଗରେ ବିରୋଧୀ ବିଜୁ ଜନତା ଦଳକୁ ନିଶାଣ କରିଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ମହାନଦୀ ହେଉଛି ପ୍ରକୃତିର ବରଦାନ । ମହାନଦୀର ଅଧାଅଂଶ ଛତିଶଗଡ ରେ ଓ ଅଧାଅଂଶ ଓଡ଼ିଶାରେ ରହିଛି । ହୀରାକୁଦ ବନ୍ଧ ପର୍ଯ୍ୟନ୍ତ ୮୭ ପ୍ରତିଶତ ଛତିଶଗଡ ପାଖରେ […]

ଓଡ଼ିଶା

ପୀତବାସ ହତ୍ୟା ମାମଲା: ବିକ୍ରମ ପଣ୍ଡାଙ୍କ ସମେତ ୧୫ ଅଭିଯୁକ୍ତ କୋର୍ଟରେ ହାଜର

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ସମେତ ୧୫ ଜଣ ଅଭିଯୁକ୍ତ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର ହୋଇଛନ୍ତି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଥିବା ବିଜେଡି ନେତା ମଦନ ଦଳାଇ ଅସୁସ୍ଥତା କାରଣରୁ ଆଜି ଅଦାଲତରେ ହାଜର ହୋଇପାରିନଥିଲେ। ସମସ୍ତ ଅଭିଯୁକ୍ତ ଅଦାଲତରେ ହାଜର ହୋଇନଥିବାରୁ ଜିଲା ଜଜ୍ ଆସନ୍ତା ୬ ତାରିଖକୁ ପୁଣି ଥରେ ଦିନ ଧାର୍ଯ୍ୟ କରି ସମସ୍ତ ଅଭିଯୁକ୍ତଙ୍କୁ ହାଜର ପାଇଁ ନିର୍ଦେଶ […]

ଓଡ଼ିଶା

ଆସନ୍ତାକାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍‌ ଛୁଟି

ଯାଜପୁର : ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଯାଜପୁର, ବାଲେଶ୍ବର, ପୁରୀ, ମୟୂରଭଞ୍ଜ ଏବଂ ଭୁବନେଶ୍ବରର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେ‌ବେ। ମହାମହିମଙ୍କ ଗସ୍ତକୁ ଆଖି ଆଗରେ ରଖି ଆସନ୍ତାକାଲି ଯାଜପୁର ପୌରାଞ୍ଚଳରେ ସବୁ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି। କାଲି ରାଷ୍ଟ୍ରପତି ମା’ ବିରଜାଙ୍କ ଦର୍ଶନ ଓ ପିଣ୍ଡଦାନ ଥିବାରୁ ପୌରପାଳିକା ସମେତ ସହର ସଂଲଗ୍ନ ସବୁ ସ୍କୁଲ ବନ୍ଦ ରହିବ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବିଇଓ ଛୁଟି ଘୋଷଣା […]

ଓଡ଼ିଶା

ଭୁବନେଶ୍ବରରେ ପହଞ୍ଚିିଲେ ମହାମହିମ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି। ସେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ମହାମହିମଙ୍କ ସ୍ବାଗତ ପାଇଁ ରାଜ୍ୟପାଳ ହରିବାବୁ କମ୍ଭବପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପିର ବରିଷ୍ଠ ନେତା ଏବଂ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ବିମାନ ବନ୍ଦରରେ ପହଞ୍ଚି ଥିଲେ। ମହାମହିମ ଆଜି ଲୋକଭବନରେ ରାତ୍ରିଯାପନ କରିବେ। ଆଜିଠାରୁ ୬ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। […]

ଓଡ଼ିଶା

ହତ୍ୟାକାରୀଙ୍କ ଗିରଫ ଦାବିରେ ରାସ୍ତାକୁ ଓହ୍ଲାଇଲା କିନ୍ନର ସଂଗଠନ

ଭୁବନେଶ୍ୱର : ରାଜଧାନୀରେ କିନ୍ନରଙ୍କୁ ବୀଭତ୍ସ ହତ୍ୟା । ହତ୍ୟାକାରୀଙ୍କ ଗିରଫ ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ କିନ୍ନର ସଂଗଠନ । ଏୟାରପୋର୍ଟ ଏଜି ଛକରେ ରାସ୍ତା ରୋକ କରିବା ସହ କ୍ୟାପିଟାଲ ହସ୍ପିଟାଲ ଛକରେ ଆନ୍ଦୋଳନ କରିଛନ୍ତି । ପୋଷ୍ଟମର୍ଟମ ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କିନ୍ନର ସଂଘ । ହତ୍ୟାକାରୀକୁ ଗିରଫ, କ୍ରାଇମବ୍ରାଞ୍ଚ ତଦନ୍ତ ଓ ମୃତକ ପରିବାରରକୁ ୧୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି । ଏପଟେ ହତ୍ୟାକାଣ୍ଡର ତଦନ୍ତ କରୁଛି ପିପିଲି ପୋଲିସ। ମର୍ଡର […]

ଓଡ଼ିଶା

IFS ସନତ କୁମାର ଏନ୍ ହେଲେ ନନ୍ଦନକାନନ ନୂଆ ନିର୍ଦ୍ଦେଶକ

ଭୁବନେଶ୍ୱର : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନୂଆ ନିର୍ଦେଶକ ହେଲେ ସନଥ କୁମାର ଏନ। ସେ ପୂର୍ବରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଡେପୁଟି ନିର୍ଦେଶକ ଥିଲେ ସନଥ। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।ପୂର୍ବରୁ  ନନ୍ଦନକାନନ ପ୍ରାଣୀ ଉଦ୍ୟାନ ନିର୍ଦେଶକ ଥିଲେ ମନୋଜ ଭି ନାଏର । ତାଙ୍କୁ ବଦଳି କରାଯାଇ ରାଜ୍ୟ ପ୍ରଦୂଷଣ ବୋର୍ଡ ବିଭାଗର ସଚିବ ଭାବ​‌ରେ ଦାୟିତ୍ଵ ଦିଆଯାଇଛି।

LOKA SAMACHAR @2026. All Rights Reserved || Developed By CBSPL