ଓଡ଼ିଶା

୧୨ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ

ଭୁବନେଶ୍ବର: ଜାନୁଆରୀ ୧୨ ତାରିଖ ତଥା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ l ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତାକାଲି ଜନ ଅଭିଯୋଗ ଶୁଣାଣି ହେବନି l ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଜନସାଧାରଣଙ୍କୁ ସମ୍ବାଦପତ୍ର ତଥା ଅନ୍ୟ ଗଣ ମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ l ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ସମାଧାନ ଅଧିବେଶନ ନାଗରିକମାନଙ୍କ ପାଇଁ ରାଜ୍ୟ ନେତୃତ୍ୱଙ୍କୁ […]

ଜାତୀୟ

ଗ୍ରୀନଲ୍ୟାଣ୍ଡକୁ ଦଖଲ କରିନେବେ ରୁଷ କିମ୍ବା ଚୀନ୍ : ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ନଜରରେ ଏବେ ‘ଗ୍ରୀନଲ୍ୟାଣ୍ଡ’: ବିଶ୍ୱ ରାଜନୀତିରେ ହଟଚମଟ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମେରିକା ଗ୍ରୀନଲ୍ୟାଣ୍ଡକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଯେକୌଣସି ପଦକ୍ଷେପ ନେଇପାରେ।” “ଆମେ ଗ୍ରୀନଲ୍ୟାଣ୍ଡ ପାଇଁ କିଛି ନା କିଛି ନିଶ୍ଚୟ କରିବୁ, ସେମାନେ ଏହାକୁ ପସନ୍ଦ କରନ୍ତୁ କିମ୍ବା ନକରନ୍ତୁ। କାରଣ ଯଦି ଆମେ ଏହା ନକରୁ, ତେବେ ରୁଷ କିମ୍ବା […]

ଜାତୀୟ

୨୦୨୫ରେ ବାଂଲାଦେଶ ସୀମାରେ ୧୧୦୦ ଅନୁପ୍ରବେଶ ଉଦ୍ୟମ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଗାଦିଚ୍ୟୁତ ହୋଇ ଦେଶ ଛାଡିବା ପରେ ଭାରତର ପୂର୍ବସୀମା ସଂଲଗ୍ନ ବାଂଲାଦେଶରେ ପ୍ରାୟ ଦେଢ ବର୍ଷ ଧରି ରାଜନୈତିକ ଅସ୍ଥିରତା ଲାଗି ରହିଛି। ମହମ୍ମଦ ୟୁନୁସଙ୍କ ନେତୃତ୍ବରେ ପରିଚାଳିତ ଅନ୍ତରୀଣ ସରକାର ଆଇନ ଶୃଙ୍ଖଳା ବଜାୟ ରଖିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ମୌଳବାଦୀ ସଂଗଠନଗୁଡିକ ଅଧିକ ମାତ୍ରାରେ ସକ୍ରିୟ ହୋଇପଡିଥିବାବେଳେ ବାଂଲାଦେଶରେ ବାସ କରୁଥିବା ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅକଥନୀୟ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହି […]

ଜାତୀୟ

ରାମ ମନ୍ଦିର ପରିସରରେ ନମାଜ ପାଠ କରି ଯୁବକ ଅଟକ

ଅଯୋଧ୍ୟା : ଅଯୋଧ୍ୟାର ରାମ ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପ୍ରକାଶ ପାଇଛି। ଦକ୍ଷିଣ ପ୍ରାଚୀର ଅଞ୍ଚଳରେ ନମାଜ ପାଠ କରୁଥିବା ସମୟରେ ଜଣେ ଯୁବକଙ୍କୁ ଅଟକ ରଖାଯାଇଛି । ନମାଜ ପାଠ କରିବାରୁ ବାରଣ କରାଯିବା ପରେ ଯୁବକ ଜଣକ ସ୍ଲୋଗାନ ଦେଇଥିଲେ। ଏବେ ଗୁଇନ୍ଦା ସଂସ୍ଥା ଏବଂ ପୋଲିସ ଏହି ଘଟଣାର ତଦନ୍ତ କରୁଛନ୍ତି । ସୂଚନାନୁଯାୟୀ, ଜଣେ ଯୁବକ ଦକ୍ଷିଣ ପ୍ରାଚୀର ଘେରା ରାମ ମନ୍ଦିର ପରିସରର ସୀତା ରାସୋଇ ନିକଟରେ ନମାଜ […]

ଜାତୀୟ

ବସ୍-କାର୍ ଧକ୍କା, ୪ ମୃତ ଓ ଜଣେ ଆହତ

ପଞ୍ଜାବ : ପଞ୍ଜାବର ହୋଶିୟାରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ ହୋଇଛନ୍ତି । ଆଜି ସକାଳେ ଏପରି ଘଟଣା ସାମ୍ନାକୁ ଆସିଛି। ଘନ କୁହୁଡ଼ି ଯୋଗୁଁ ଭିଜିବିଲିଟି କମ୍ ହେବା ଦୁର୍ଘଟଣାର କାରଣ ବୋଲି ସୂଚନା ମିଳିଛି । ସୂଚନାନୁଯାୟୀ, ୫ ଜଣ ଲୋକ ଅମୃତସର ବିମାନବନ୍ଦରକୁ ଯାତ୍ରା କରୁଥିଲେ । କାରଟି ଦୋସରକା ନିକଟରେ ପହଞ୍ଚିବା ମାତ୍ରେ ଘନ କୁହୁଡ଼ି ଯୋଗୁଁ ଡ୍ରାଇଭର ଜଣକ […]

ଜାତୀୟ

ଅପରେସନ ସିନ୍ଦୂର ପରେ ପାକିସ୍ତାନ ବଦଳାଇଲା ସମ୍ବିଧାନ

ନୂଆଦିଲ୍ଲୀ : ଅପରେସନ ସିନ୍ଦୂର ପରେ ସମ୍ବିଧାନ ବଦଳାଇଲା ପାକିସ୍ତାନ । ସମ୍ବିଧାନ ଧାରା ୨୪୩ରେ ସଂଶୋଧନ କଲା ପାକ୍ । ଭାରତର ଚିଫ ଅଫ ଡିଫେନ୍ସ ଷ୍ଟାଫ ଜେନେରାଲ ଅନିଲ ଚୌହାନ ଏହି ସୂଚନା ଦେଇଛନ୍ତି । ସିଡିଏସ୍ ଜେନେରାଲ ଚୌହାନ କହିଛନ୍ତି, ଅପରେସନ ସିନ୍ଦୂର ପାକିସ୍ତାନର ପ୍ରବଳ କ୍ଷତି କରିଥିଲା । ଯାହା ଫଳରେ ପାକିସ୍ତାନ ନିଜର ସମ୍ବାଧାନରେ ଏକ ବଡ଼ ପରିବର୍ତ୍ତନ ଆଣିବାକୁ ବାଧ୍ୟ ହୋଇଛି । ପାକିସ୍ତାନ ନିଜର ସମ୍ବିଧାନର ଧାରା ୨୪୩ରେ […]

ଜାତୀୟ

ତୀବ୍ର ପ୍ରତିବାଦ ଯୋଗୁଁ ଇରାନରେ ଇଣ୍ଟରନେଟ୍ ସେବା ଠପ୍, ବିମାନ ବାତିଲ

ନୂଆଦିଲ୍ଲୀ : ଇରାନରେ ଚାଲିଥିବା ସରକାରୀ ବିରୋଧୀ ପ୍ରତିବାଦ ମଧ୍ୟରେ ଇଣ୍ଟରନେଟ୍ ଏବଂ ଟେଲିଫୋନ୍ କଲ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏହି ବିରୋଧ ଆନ୍ଦୋଳନ ହେବା ପରଠାରୁ ଏଥିରେ ୬୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ସରକାରୀ ବିରୋଧୀ ପ୍ରତିବାଦ ପାଇଁ ଆମେରିକା ଏବଂ ଇସ୍ରାଏଲର ଆତଙ୍କବାଦୀ ଏଜେଣ୍ଟମାନଙ୍କୁ ଦାୟୀ କରାଯାଇଛି । ନେତା  ଆୟାତୋଲ୍ଲା ଅଲି ଖାମେନି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଇରାନରେ ୨୮ ଡିସେମ୍ବର […]

ଜାତୀୟ

ମୁମ୍ବାଇରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୩ ଜୀବନ୍ତ ଦଗ୍ଧ

ମୁମ୍ବାଇ : ଗୋରଗାଓଁ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୩ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଏପରି ଘଟଣା ପ୍ରାୟ ଭୋର ୩ଟା ସମୟରେ ଘଟିଥିବା ଜଣାପଡିଛି । ତୁରନ୍ତ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିବା ପର୍ଯ୍ୟନ୍ତ ନିଆଁ ନିୟନ୍ତ୍ରଣ କରାଯାଇଥିଲା । ଦୀର୍ଘ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରାଯାଇଥିଲା । ସୂଚନାନୁଯାୟୀ, ପ୍ଲସ-ୱାନ ମହଲା […]

ଓଡ଼ିଶା

ଝାଡ଼ଖଣ୍ଡରେ ବିଜେପି ପାଇଁ ନିର୍ବାଚନ ସମ୍ଭାଳିବେ ଜୁଏଲ

ଭୁବନେଶ୍ବର: ପୁଣି ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ପୁଅଙ୍କୁ ଗୁରୁତ୍ୱ । ଝାଡ଼ଖଣ୍ଡରେ ଜୁଏଲ ଓରାମଙ୍କୁ ମିଳିଲା ବଡ ଦାୟିତ୍ୱ । ବିଜେପି ପାଇଁ ନିର୍ବାଚନ ସମ୍ଭାଳିବେ ଜୁଏଲ । ଜାତୀୟ ରାଜନୀତିରେ ଆଉ ଜଣେ ଓଡ଼ିଆ ବିଜେପି ନେତାଙ୍କୁ ଦାୟିତ୍ୱ । ସୁନ୍ଦରଗଡ଼ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କୁ ଝାଡ଼ଖଣ୍ଡ ଦାୟିତ୍ୱ ଦେଇଛି ବିଜେପି । ଆଗକୁ ଝାଡ଼ଖଣ୍ଡରେ ରାଜ୍ୟ ବିଜେପି ସଭାପତି ଓ ଜାତୀୟ ପରିଷଦ ସଦସ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ […]

ଓଡ଼ିଶା

ସ୍ଲିପର ବସରେ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ଗତ କିଛିଦିନ ଭିତରେ ବାରମ୍ବାର ସ୍ଲିପର ବସ ପୋଡି ଘଟଣା ଆସିବା ପରେ ବଡ ପଦକ୍ଷେପ ନେଇଛନ୍ତି ମନ୍ତ୍ରୀ । ପ୍ରତି ବସରେ ପାଣିଟାଙ୍କି ରଖିବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ । ଗତ କିଛିଦିନ ମଧ୍ୟରେ ରାଜ୍ୟରେ ବାରମ୍ବାର ସ୍ଲିପର କୋଚ ବସରେ ଆଗ୍ନିକଣ୍ଡ ଘଟି ଅନେକ କ୍ଷୟଖଟି ଘଟିବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ବଡ଼ ପଦକ୍ଷେପ ନେଇଛନ୍ତି ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ପ୍ରତି ସ୍ଲିପର କୋଚ […]

LOKA SAMACHAR @2026. All Rights Reserved || Developed By CBSPL