ଜାତୀୟ

ଗ୍ରୀନଲ୍ୟାଣ୍ଡକୁ ଦଖଲ କରିନେବେ ରୁଷ କିମ୍ବା ଚୀନ୍ : ଡୋନାଲ୍ଡ ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପଙ୍କ ନଜରରେ ଏବେ ‘ଗ୍ରୀନଲ୍ୟାଣ୍ଡ’: ବିଶ୍ୱ ରାଜନୀତିରେ ହଟଚମଟ! ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମେରିକା ଗ୍ରୀନଲ୍ୟାଣ୍ଡକୁ ନିଜ ନିୟନ୍ତ୍ରଣକୁ ଆଣିବା ପାଇଁ ଯେକୌଣସି ପଦକ୍ଷେପ ନେଇପାରେ।” “ଆମେ ଗ୍ରୀନଲ୍ୟାଣ୍ଡ ପାଇଁ କିଛି ନା କିଛି ନିଶ୍ଚୟ କରିବୁ, ସେମାନେ ଏହାକୁ ପସନ୍ଦ କରନ୍ତୁ କିମ୍ବା ନକରନ୍ତୁ। କାରଣ ଯଦି ଆମେ ଏହା ନକରୁ, ତେବେ ରୁଷ କିମ୍ବା ଚୀନ୍ ଗ୍ରୀନଲ୍ୟାଣ୍ଡକୁ ଦଖଲ କରିନେବେ। ଆମେ କେବେବି ରୁଷ କିମ୍ବା ଚୀନ୍‌କୁ ଆମର ପଡ଼ୋଶୀ ଭାବେ ଗ୍ରହଣ କରିପାରିବୁ ନାହିଁ। ମୁଁ ଏହି ଚୁକ୍ତିକୁ ଅତି ସହଜରେ ଶେଷ କରିବାକୁ ଚାହୁଁଛି।”

ଆମେରିକା କାହିଁକି ଗ୍ରୀନଲ୍ୟାଣ୍ଡକୁ ଚାହୁଁଛି?
ଉଲ୍ଲେଖ ଯୋଗ୍ୟ ଯେ ଗ୍ରୀନଲ୍ୟାଣ୍ଡ ଆମେରିକୀୟ ଦଖଲ ଅଧୀନରେ ଅଛି। ଡେନମାର୍କ ୧୭୦୦ ମସିହାରୁ ଗ୍ରୀନଲ୍ୟାଣ୍ଡକୁ ଶାସନ କରିଆସୁଛି। ଗ୍ରୀନଲ୍ୟାଣ୍ଡ ଏକ ୟୁରୋପୀୟ ଦେଶ, କିନ୍ତୁ ଆମେରିକା ଏବଂ ରୁଷ ସୀମାରେ ଅବସ୍ଥିତ ହୋଇଥିବାରୁ ଏହା ଆମେରିକା ପାଇଁ ଜାତୀୟ ସୁରକ୍ଷାର ପ୍ରତୀକ। ଏସିଆ ଏବଂ ୟୁରୋପ ମଧ୍ୟରେ ଏକ ସମୁଦ୍ର ପଥ ଭାବରେ, ଚୀନ୍ ଏବଂ ରୁଷ ଏହି ଦେଶ ଚାରିପାଖରେ ସେମାନଙ୍କର ସାମୁଦ୍ରିକ କାର୍ଯ୍ୟକଳାପ ବୃଦ୍ଧି କରୁଛନ୍ତି। ଯାହାକୁ ଆମେରିକା ଏକ ବିପଦ ବୋଲି ବିବେଚନା କରେ। ତେଣୁ, ଆମେରିକା ଗ୍ରୀନଲ୍ୟାଣ୍ଡକୁ ଏକ ସାମରିକ ଘାଟି କରିବାକୁ ଲକ୍ଷ୍ୟ ରଖିଛି। ଶୀତଳ ଯୁଦ୍ଧ ସମୟରେ ମଧ୍ୟ, ଆମେରିକା ଗ୍ରୀନଲ୍ୟାଣ୍ଡରେ ଏକ ରାଡାର ଘାଟି ସ୍ଥାପନ କରିଥିଲା। ଆମେରିକା କ୍ଷେପଣାସ୍ତ୍ର ସତର୍କତା ପ୍ରଦାନ କରିବା ପାଇଁ ଗ୍ରୀନଲ୍ୟାଣ୍ଡରେ ପିଟୁଫିକ୍ ସ୍ପେସ୍ ବେସ୍ ମଧ୍ୟ ପ୍ରତିଷ୍ଠା କରିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL