ଓଡ଼ିଶା

୭୨ ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ

ପୁରୀ: ପୁରୀ ଜିଲ୍ଲାର ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲା ଶିକ୍ଷାଧିକାରୀ ଦୀପକ ପାଢୀ । ବର୍ଷା ସମୟରେ ସାପ କାମୁଡ଼ିଲେ ଓ ବଜ୍ରପାତ ହେଲେ ସେଥିରୁ କିପରି ସୁରକ୍ଷିତ ରହିବ ସେନେଇ ସଚେତନତା ଶିବିର ପାଇଁ ନିର୍ଦ୍ଦେଶ ଥିଲା, ଏଥିପାଇଁ ପ୍ରଧାନଶିକ୍ଷକଙ୍କୁ ୪୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ହେଲେ ଶିବିର ନେଇ କୌଣସି ସୂଚନା ଦେଇନଥିବାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନେଲେ ଜିଲ୍ଲା ଶିକ୍ଷାଧିକାରୀ । ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ, […]

ଓଡ଼ିଶା

୧୦,୦୦୦ ଲାଞ୍ଚ ନେଇ ବନ୍ଧା ହେଲେ ଆରଆଇ

ଭୁବନେଶ୍ୱର: କଟକ ସଦର ତହସିଲ ଅନ୍ତର୍ଗତ କଖଡି ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ଜାନକୀ ରଞ୍ଜନ ମଲ୍ଲିକଙ୍କୁ ଗୁରୁବାର ଦିନ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ୧୦,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ କରିଛନ୍ତି। ଭିଜିଲାନ୍ସ ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ଏକ ମ୍ୟୁଟେସନ୍ ମାମଲାରେ ରିପୋର୍ଟ ଦାଖଲ କରିବା ଏବଂ ରେକର୍ଡ ଅଫ୍ ରାଇଟ୍ସ (ଆରଓଆର କିମ୍ବା ପଟ୍ଟା) ଜାରି କରିବା ପାଇଁ ଜଣେ ଜମି ମାଲିକଙ୍କଠାରୁ ଲାଞ୍ଚ ନେଇ ଗିରଫ ହୋଇଛନ୍ତି। ଜମି ମାଲିକ […]

ଓଡ଼ିଶା

୪.୫୭ ଲକ୍ଷ ହିତାଧିକାରୀ ପାଇଲେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଓଡ଼ିଶା ସରକାର ଗୁରୁବାର ଦିନ ସୁଭଦ୍ରା ଯୋଜନା ଅଧୀନରେ ୪,୫୭,୬୮୧ ଜଣ ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱରର ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି) କ୍ୟାମ୍ପସରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ୩୧୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରରେ ନୂଆ ଭାବରେ ପଞ୍ଜୀକୃତ ହିତାଧିକାରୀଙ୍କ ସହିତ ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀ ମାନେ ମଧ୍ୟ […]

ଓଡ଼ିଶା

ଆରମ୍ଭ ହେଲା ରାଜ୍ୟସଭା ନିର୍ବାଚନ ପ୍ରକ୍ରିୟା: ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନଙ୍କ ଚିଠି

ଭୁବନେଶ୍ବର: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ଏପ୍ରିଲରେ ଖାଲି ହେଉଛି ୧୦ ରାଜ୍ୟର ୩୭ ଆସନ । ଏହି ପ୍ରରିପେକ୍ଷିରେ ଓଡ଼ିଶା ସମେତ ୧୦ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ନିର୍ବାଚନ କମିଶନ ଚିଠି ଲେଖିଛନ୍ତି । ରିଟର୍ଣ୍ଣିଂ ଅଫିସର ନିଯୁକ୍ତି ଲାଗି ପ୍ରସ୍ତାବ ମାଗିଲେ ନିର୍ବାଚନ କମିଶନ । ଏହାପରେ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଧାନସଭା ସଚିବାଳୟକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି । ଚିଠିରେ ଉଲ୍ଲେଖ […]

ଓଡ଼ିଶା

ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କଠାରୁ ଧାନ ନକିଣିଲେ ରାସ୍ତାକୁ ଓହ୍ଲାଇବ କଂଗ୍ରେସ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ସରକାର ତୁରନ୍ତ ଚାଷୀର ଧାନ କିଣନ୍ତୁ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସାଧାରଣ ସଂପାଦକ ମନୋଜ ବିଶ୍ଵାଳ ଦାବି କରିଛନ୍ତି। ଉପଯୁକ୍ତ ମୂଲ୍ୟରେ ଚାଷୀଙ୍କ ଠାରୁ ଧାନ କିଣା ନହେଲେ କଂଗ୍ରେସ ରାଜରାସ୍ତାକୁ ଉହ୍ଲାଇବ ବୋଲି ଶ୍ରୀ ବିଶ୍ଵାଳ ଚେତାବନୀ ଦେଇଛନ୍ତି। ଭଦକ୍ର ଜିଲ୍ଲାରେ ଧାନ ବିକ୍ରି ପାଇଁ  ମଣ୍ଡି ଖୋଲା ହୋଇଛି। ମାତ୍ର ଚାଷୀଙ୍କ ଠାରୁ ଧାନ ଆଦୌ କ୍ରୟ ନକରିବା ଘଟଣା ଦୁର୍ଭାଗ୍ୟଜନକ ବୋଲି ପିସିସିର ପୂର୍ବତନ ସାଧାରଣ […]

ଜାତୀୟ

ବିଜେପି ନୂଆ ମୁଖିଆଙ୍କ ପ୍ରଥମ ବୈଠକ

ନୂଆଦିଲ୍ଲୀ: ନୂଆ ବିଜେପି ମୁଖିଆ ନୀତିନ ନବୀନଙ୍କ ପ୍ରଥମ ବୈଠକ ଦଳର ମୁଖ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଛି । ଏହି ବୈଠକ ତିନୋଟି ଅଧିବେଶନରେ ଅନୁଷ୍ଠିତ ହେଉଛି । ବିଜେପିର ନବନିଯୁକ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତାଙ୍କର କାର୍ଯ୍ୟକାଳ ଆରମ୍ଭ କରିଛନ୍ତି । ସଂଗଠନ ଏବଂ ନିର୍ବାଚନ ଉପରେ ବିଶେଷ ଧ୍ୟାନ ଦେଇ ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ତାଙ୍କର ପ୍ରଥମ ପ୍ରମୁଖ ବୈଠକ କରିଛନ୍ତି । ସୂତ୍ର ଅନୁଯାୟୀ, ଏହି ବୈଠକ ତିନୋଟି ଅଧିବେଶନରେ […]

ଜାତୀୟ

ଦେଢ଼ଲକ୍ଷ ପାର୍ କଲା ସୁନା ଦର

ନୂଆଦିଲ୍ଲୀ: ଦେଶରେ ସୁନା ଓ ରୁପା ଦାମ୍ ଥମିବାର ନାଁ ନେଉନି । ଗତକାଲି ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୭୪୮ ଟଙ୍କା ବୃଦ୍ଧି ପାଇ ଦେଢ଼ ଲକ୍ଷ ପାର୍ କରିଛି । ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୦ଟଙ୍କା ବୃଦ୍ଧି ହୋଇଛି । ଆଜିର ସୁନା ଓ ରୂପା ଦର ଅନୁସାରେ ସୁନା ପ୍ରଥମ ଥର ଦେଢ଼ ଲକ୍ଷ ପାର୍ କରି ୧,୫୭,୨୬୦ ଟଙ୍କା ପ୍ରତି ୧୦ ଗ୍ରାମ […]

ଜାତୀୟ

ଖାଇକୁ ଖସିଲା ଜିପ୍, ୩ ମୃତ, ୧୨ ଆହତ

ଉଦୟପୁର : ରାଜସ୍ଥାନ ଉଦୟପୁର ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଉଦୟପୁର ଜିଲ୍ଲା ଆଦିବାସୀ ଅଞ୍ଚଳ କୋଟଡାର ବିଲବନରୁ ଯାଉଥିବା ଏକ ଜିପ୍ ଅନିୟନ୍ତ୍ରିତ ହୋଇ୬୦ ଫୁଟ ଗଭୀର ଖାଇକୁ ଖସିପଡିଛି । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ଜୀବନ ଚାଲିଯାଇଥବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଜିପରେ ୨୭ ଜଣ ଲୋକ ଥିବା ଜଣାପଡିଛି । ଘଟଣା […]

ଜାତୀୟ

ଭାରତର ପ୍ରଥମ ଆଣ୍ଟି ସିପ୍ ମିସାଇଲ, ଆଖି ପିଛୁଳାକେ ଟାର୍ଗେଟକୁ କରିବ ଧ୍ବଂସ

ନୂଆଦିଲ୍ଲୀ :  ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି । ନୂଆ ନୂଆ ଜ୍ଞାନକୌଶଳ ସାମିଲ୍ କରୁଛି । ସ୍ଵଦେଶୀ ଜ୍ଞନକୌଶଳକୁ ବଢ଼ାଇବାରେ ଲାଗିଛି ଦେଶ । ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ ‘ଲଙ୍ଗ୍ ରେଞ୍ଜ୍ ଆଣ୍ଟି ସିପ୍ ହାଇପରସୋନିକ୍ ଗ୍ଲାଇଡ୍ ମିସାଇଲ୍’ (LRASHM) । ଜାନୁଆରୀ ୨୬ ତାରିଖରେ ବିଶ୍ୱ ସମ୍ମୁଖରେ ଏହା ପ୍ରକାଶିତ ହେବ । ୧୫୦୦ କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାରେ ସକ୍ଷମ ଏହି […]

ଜାତୀୟ

ହାଇଦ୍ରାବାଦରେ ପୁଣି ୧୦୦ ବୁଲା କୁକୁରଙ୍କୁ ହତ୍ୟା

ହାଇଦ୍ରାବାଦ : ହାଇଦ୍ରାବାଦ ରଙ୍ଗାରେଡ୍ଡୀ ଜିଲ୍ଲାରେ ଚାଞ୍ଚଲ୍ୟ । ୟାଚାରାମ ଗାଁରେ ୧୦୦ ବୁଲା କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ । ସ୍ଥାନୀୟ ସରପଞ୍ଚ, ୱାର୍ଡ ମେମ୍ବର ଓ ଗ୍ରାମ ସଚିବଙ୍କ ନିର୍ଦ୍ଦେଶରେ କୁକୁରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ବୁଲା କୁକୁରଙ୍କ ଦୌରାତ୍ମ୍ୟ କମାଇବା ପାଇଁ ଏଭଳି ବେଆଇନ ପଦକ୍ଷେପ ନିଆଯାଇଥିବା ସନ୍ଦେହ କରାଯାଉଛି । ଷ୍ଟ୍ରେ ଆନିମଲ ଫାଉଣ୍ଡେସନ ଅଫ ଇଣ୍ଡିଆ’ର କର୍ମକର୍ତ୍ତାଙ୍କ ଅଭିଯୋଗ ପରେ ଏଫଆଇଆର ପରେ ସରପଞ୍ଚ, ଜଣେ ୱାର୍ଡ […]

LOKA SAMACHAR @2026. All Rights Reserved || Developed By CBSPL