ଓଡ଼ିଶା

ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି: ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ବର: ଆଉ ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ। ରାଜ୍ୟର ସମସ୍ତ କଲେଜରୁ ହଟିବ ଜବରଦଖଲ। ଆଜି ଏନେଇ ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ସେ କହିଛନ୍ତି, ଭଦ୍ରକ ମହିଳା ମହାବିଦ୍ୟାଳୟରେ କେତେକ ଲୋକ ଜବରଦଖଲ କରିଥିଲେ। ଆମ ସରକାର ଆସିବା ପରେ ସେମାନଙ୍କୁ ସେଠାରୁ ଉଚ୍ଛ‌େଦ କରାଯାଇ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରାଯାଇଛି। ଏହାଛଡ଼ା ସବୁ ଜିଲ୍ଲାପାଳଙ୍କୁ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଏଣେ ଏଣିକି ୨୦ରୁ ଅଧିକ ଛାତ୍ର ଥିବା ସ୍କୁଲଗୁଡ଼ିକୁ ପୁଣି ଖୋଲାଯିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବୋଲି କହିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସେ ଏକଥା ସ୍ପଷ୍ଟ କରିଛନ୍ତି। ସେ ଆହୁରି କହିଛନ୍ତି, ହ୍ରପ୍ ଆଉଟ ସଂଖ୍ୟା କମ୍ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି।
ବିଧାନସଭା ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନ। ଆଜି ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି। ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡ଼ା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନ କାଳ ରହିଛି। ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଉଛନ୍ତି ଉଭୟ ଶାସକ ଓ ବିରୋଧୀ।
ଏଣେ ବିଧାନସଭାରେ କେନ୍ଦ୍ରୀୟ ବିଦ୍ୟାଳୟ-୩ ସମ୍ମୁଖରେ ବୋମା ବିସ୍ଫୋରଣ ପ୍ରସଙ୍ଗ ଉଠିଛି। ବିଜେଡି ବିଧାୟକ ପ୍ରତାପ ଦେବ ପ୍ରସଙ୍ଗ ଉଠାଇଥିଲେ। ଘଟଣାର ତଥ୍ୟ ସଂଗ୍ରହ କରି ବିଧାନସଭାରେ ଉପସ୍ଥାପନ କରିବାକୁ ବାଚସ୍ପତି ସୁରମା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL