ଜାତୀୟ

ବିହାର ଉପମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଆକ୍ରମଣ

ପାଟନା : ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡ଼କୁ ଆକ୍ରମଣ ହୋଇଥିବା ଅଭିଯୋଗ ସାମ୍ନାକୁ ଆସିଛି । କିଛି ଅଜଣା ବ୍ୟକ୍ତି ବିହାର ଉପମୁଖ୍ୟମନ୍ତ୍ରୀ ବିଜୟ କୁମାର ସିହ୍ନାଙ୍କ କାରକେଡ଼କୁ ପଥର ଫିଙ୍ଗିବା ସହ ଚପଲରେ ଆକ୍ରମଣ କରିଛନ୍ତି । ଘଟଣାକୁ ନେଇ ବିଜେପି ଆରଜେଡିକୁ ଦାୟୀ କରିଛି ।
ମତଦାନ ଚାଲୁଥିବା ସମୟରେ ବିହାରର ଲଖିସରାଇ ଜିଲ୍ଲାରେ ପମୁଖ୍ୟମନ୍ତ୍ରୀ ଶ୍ରୀ ସିହ୍ନାଙ୍କ କାରକେଡ଼ ଉପରେ ଆକ୍ରମଣ ହୋଇଥିଲା । ଶ୍ରୀ ସିହ୍ନା ଲଖିସରାଇ ଆସନରୁ ବିହାର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି । ସେ କହିଛନ୍ତି ଯେ ଲଖିସରାଇର ଖୋରିଆରି ବୁଥ୍‌କୁ ତାଙ୍କର ଗସ୍ତ ଥିଲା । ଏହାକୁ ଭଣ୍ଡଉର କରିବାକୁ ଆରଜେଡି ସମର୍ଥକମାନେ ଏହି ଆକ୍ରମଣ କରିଥିଲେ । ସେ କହିଛନ୍ତି “ଏମାନେ ଆରଜେଡିର ଗୁଣ୍ଡା । ସେମାନେ ଜାଣନ୍ତି ଯେ ଏନଡିଏ ପୁଣି କ୍ଷମତାକୁ ଫେରୁଛି , ତେଣୁ ସେମାନେ ଗୁଣ୍ଡାଗିରି କରିଛନ୍ତି । ଆକ୍ରମଣକାରୀ ମାନେ ମୋର ପୋଲିଂ ଏଜେଣ୍ଟଙ୍କୁ ଫେରାଇ ଦେଲେ ଏବଂ ତାଙ୍କୁ ଭୋଟ ଦେବାକୁ ଦେଲେ ନାହିଁ। ଖୋରିଆରିର ୪୦୪ ଏବଂ ୪୦୫ ବୁଥରେ ସେମାନେ ଏପରି ଆଚରଣ କରିଛନ୍ତି ” । ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିହ୍ନା ଜିଲ୍ଲା ପୋଲିସକୁ ଦାୟୀକରି “କାପୁରୁଷ ଏବଂ ଦୁର୍ବଳ” ବୋଲି କହି କେନ୍ଦ୍ରୀୟ ବାହିନୀ ମୁତୟନ କରିବାକୁ ମଧ୍ୟ ଦାବି କରିଥିଲେ । ଘଟଣାକୁ ନେଇ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି ଯେ କାହାକୁ ଆଇନ ଶୃଙ୍ଖଳା ଭଙ୍ଗ କରିବାକୁ ଦିଆଯିବ ନାହିଁ ଏବଂ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିହାର ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL