ଓଡ଼ିଶା

ଘାଟିରେ ଜଳିଗଲା ଓଏସଆରଟିସି ବସ, ବର୍ତ୍ତିଲେ ଯାତ୍ରୀ

ସେମିଳିଗୁଡା: କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ସାଲୁର୍‌ ଘାଟିରେ ଗୁରୁବାର ସକାଳେ ଓଡିଶା ରାଜ୍ୟ ସଡକ ପରିବହନ ନିଗମ(ଓଏସଆରଟିସି) ବସ ନିଆଁ ଲାଗି ଜଳିଯାଇଛି। ତେବେ ଯାତ୍ରୀମାନେ ତୁରନ୍ତ ବସରୁ ଓହ୍ଲାଇଯିବାରୁ ବଡ଼ ଅଘଟଣରୁ ବର୍ତ୍ତି ଯାଇଥିଲେ। ଉଭୟ ରାଜ୍ୟ ପାର୍ଶରୁ ଆସୁଥିବା ସମସ୍ତ ଯାନବାହନ କିଛି ସମୟ ଧରି ଅଟକି ରହିବା ଫଳରେ ରାସ୍ତା ଜାମ ହୋଇଥିଲା।

ସୂଚନା ଅନୁଯାୟୀ, ଆନ୍ଧ୍ରପ୍ରଦେଶର ବିଜୟନଗରମଠାରୁ ଭୋର୍‌ ୫ଟା ସମୟରେ ଓଡିଶାର ଜୟପୁର ଅଭିମୁଖେ ଏହି ଓଏସଆରଟିସି ବସଟି ଆସୁଥିଲା। ସାଲୁର୍‌ ଘାଟିରେ ପହଞ୍ଚିବାବେଳେ ପ୍ରାୟ ୭ଟା ୩୦ ମିନିଟରେ ହଠାତ ବସରେ ନିଆଁ ଲାଗି ଯାଇଥିଲା। ବସରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ବସ୍ କର୍ମଚାରୀ ସୁରକ୍ଷିତ ଭାବେ ଓହ୍ଲାଇ ଦେଇଥିଲେ। ବସଟି ଘାଟି ଉଠୁଥିବା ସମୟରେ ଡ୍ୟାସବୋର୍ଡରୁ ଶଟସର୍କିଟ ହୋଇ ହଠାତ ନିଆଁ ଲାଗି ଯାଇଥିବା ବସ୍ କର୍ମଚାରୀ କହିଛନ୍ତି । ବସରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ଵାରା ନିଆଁକୁ ଆୟତ୍ତ କରାଯାଇଥିଲେ ମଧ୍ୟ ନିଆଁ ଲିଭି ନ ଥିଲା। ଖବର ପାଇ ସାଲୁର୍‌ ଅଗ୍ନିଶମ ବିଭାଗ ଓ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଯାନବାହନ ଚଳାଚଳ ସ୍ବାଭାବିକ ହୋଇଥିଲା। ସୂଚନାଯୋଗ୍ୟ, ବସଟି ଗତ ଦୁଇଦିନ ହେଲା ସ୍ବତନ୍ତ୍ର ବସ ଭାବେ ବିଜୟନଗରମରୁ ଜୟପୁର ଅଭିମୁଖେ ଚଳାଚଳ ଆରମ୍ଭ କରିଥିଲା।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL