ଓଡ଼ିଶା

ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ନକ୍ସଲ ସଂଗଠନ ଶେଷ ନିଶ୍ବାସ ନେଉଥିବା ବେଳେ ଜଂଗଲରେ ରହିଯାଇଥିବା ବାକି ସଦସ୍ୟ ଧୀରେଧୀରେ ନିଜନିଜ ରାଜ୍ୟର ପୁଲିସ ନିକଟରେ ଆତ୍ମସମର୍ପଣ କରୁଛନ୍ତି। ଏହି କ୍ରମରେ ଆଜି ଦୁର୍ଦ୍ଦାନ୍ତ ତଥା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଚେତୁ ଓରଫ ଶ୍ୟାମ ଦାଦା ନିଜର ୯ ଜଣ ସାଥୀଙ୍କୁ ନେଇ ଛତିଶଗଡ଼ର ବସ୍ତର ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ବସ୍ତର ଆଇଜି ପି.ସନ୍ଦୁରରାଜଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛି।
ମାଓ ନେତା ଚେତୁ ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏଥିସହ ଅନ୍ୟ ନକ୍ସଲମାନଙ୍କ ନାମରେ ମଧ୍ୟ ପ୍ରାୟ ୨୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ପୁରସ୍କାର ରହିଥିଲା। ୨୦୧୩ରେ ଝିରମ ଘାଟି ଆକ୍ରମଣରେ ଚେତୁ ମୁଖ୍ୟ ଖଳନାୟକ ଥିବା ପୁଲିସ କହିଛି। ସେ ୩୩ ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବାରେ ସାମିଲ ଥିଲା। ଚେତୁର ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗି ଯାଇଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଉ ତିନି ଚାରି ମାସ ମଧ୍ୟରେ ସବୁ ନକ୍ସଲ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେବେ ବୋଲି ପୁଲିସ ଯୁକ୍ତି ବାଢ଼ିଛି।
କେନ୍ଦ୍ର ଓ ରାଜ୍ୟ ସରକାର ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ସରକାରଙ୍କର ପୂନର୍ବାସ ନୀତିରେ ପ୍ରଭାବିତ ହୋଇ ଆହୁରି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବେ ଓ ଏହାର ଫାଇଦା ଉଠାଇବା ନେଇ ନକ୍ସଲ ନେତା ମଧ୍ୟ ପ୍ରେସ ବିଜ୍ଞପ୍ତିରେ ଓ ଅଡିଓ ଟେପରେ ଅନ୍ୟ ନକ୍ସଲମାନଙ୍କୁ ସୂଚନା ଦେଇସାରିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL