ଅର୍ଥନୀତି ଜ଼ିଲ୍ଲା

ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ବର୍ତ୍ତମାନ ୫ ଜିଲ୍ଲାରେ ଧାନ କିଣା, ପର୍ଯ୍ୟାୟ କ୍ରମେ ଅନ୍ୟ ଜିଲ୍ଲାରେ ଆରମ୍ଭ ହେବ ଧାନ ସଂଗ୍ରହ

ଭୁବନେଶ୍ୱର- ୦୪.୧୨.୨୦୨୪ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି । ବର୍ତ୍ତମାନ ବରଗଡ଼, ନୂଆପଡା, ସମ୍ବଲପୁର, କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଧାନ କିଣା ପ୍ରକ୍ରିୟା ଚାଲିଛି । ପ୍ରଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାରେ ଏହି ଧାନ କିଣା ଆରମ୍ଭ କରାଯିବ । ଏଥିପାଇଁ ସମ୍ପୃକ୍ତ ଜିଲାରେ ବ୍ୟାପକ ପ୍ରସ୍ତୁତି ଯାରି ରହିଛି । ଏତଦବ୍ୟତୀତ ପଞ୍ଜିକୃତ ଚାଷୀ ମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି ।

ସୂଚନାଯୋଗ୍ୟ, ବର୍ତ୍ତମାନ ଏହି ପାଞ୍ଚଟି ଜିଲ୍ଲାର ୮୦୩ଟି ମଣ୍ଡିରେ ଧାନ କିଣା ଚାଲିଥିବା ବେଳେ ସେଥିମଧ୍ୟରୁ ବରଗଡ଼ ଜିଲାରେ ୧୯୭ଟି ମଣ୍ଡି, ନୂଆପଡାର ୭୮, ସମ୍ବଲପୁର ୧୨୯, କଳାହାଣ୍ଡି ୨୨୩ ଓ ବଲାଙ୍ଗୀର ଜିଲ୍ଲାରେ ୧୭୬ଟି ମଣ୍ଡି ରହିଛି ।

ପ୍ରତ୍ୟେକ ମଣ୍ଡିରେ ନିଯୁକ୍ତ ନୋଡାଲ ଅଧିକାରୀ ଧାନ କିଣା ପ୍ରକ୍ରିୟା ଉପରେ ତୀକ୍ଷ୍ଣ ନଜର ରଖିବା ସହ ଧାନ ସଂଗ୍ରହ ପ୍ରକିୟାକୁ ଯାଞ୍ଚ କରୁଛନ୍ତି । ଏଥିସହ ଚାଷୀ ମାନଙ୍କ ନିମନ୍ତେ ମଣ୍ଡି ଗୁଡିକରେ ସର୍ବନିମ୍ନ ସୁବିଧା ପ୍ରଦାନ କରାଯାଉଛି ।ସେମାନଙ୍କ ଆକାଉଣ୍ଟକୁ ୪୮ ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟତା ରାଶି ଆସିବ ଏହାକୁ ଗୁରୁତର ଭାବେ ସରକାର ନେଇଥିବାରୁ ସମ୍ପୃକ୍ତ ଅଧିକାରୀ ମାନେ ଦିନରାତି ସେମାନଙ୍କ କାର୍ଯ୍ୟ ତୁଲାଉଛନ୍ତି । ଏଥି ନିମନ୍ତେ ଯୋଗାଣ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯିବା ସହ ଏ ସଂକ୍ରାନ୍ତୀୟ ଅଭିଯୋଗକୁ ଗୁରୁତର ଭାବେ ଗ୍ରହଣ କରି ତ୍ୱରିତ ପଦକ୍ଷେପ ନିଆଯାଉଛି । ସୂଚନାଯୋଗ୍ୟ ଯେ ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରୁଛନ୍ତି

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL