ଓଡ଼ିଶା

ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା: ରାଉରକେଲାରେ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ସହରର ସ୍ବପ୍ନେଶ୍ବର ମନ୍ଦିର ନିକଟ ପାର୍କିଂରେ ଥିବା ଏକ ଘରୋଇ ବସ୍ ଜାଳିଦେଲେ ଦୁର୍ବୃତ୍ତ ।  ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛନ୍ତି ।  ଏନେଇ ବସ୍ ମାଲିକ ଅନୟ ମଲ୍ଲିକ ଟାଙ୍ଗରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ରାଉରକେଲାରୁ ଭୁବନେଶ୍ୱର ଯାଉଥିବା ଏହି ଘରୋଇ ବସ୍ କୌଣସି ବୈଷୟିକ ତ୍ରୁଟି କାରଣରୁ ନିଜ ଘର ନିକଟରେ ଥିବା ରାସ୍ତା ଉପରେ ପାର୍କିଂ କରିଥିଲା ।  […]

ଓଡ଼ିଶା

ସୀତାକୁଣ୍ଡରେ ବୁଡ଼ିଗଲେ ଦୁଇ ଯୁବକ

ମୟୁରଭଞ୍ଜ : ପିକନିକ ହେଲା କାଳ । ଶିମିଳିପାଳ ପାଦଦେଶ ସୀତାକୁଣ୍ଡ ଜଳପ୍ରାପତରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଯୁବକ ।  ଘଟଣା ସ୍ଥଳରେ ପହଞ୍ଚିଲା ଅଗ୍ନିଶମ ବାହିନୀ ।  ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର କରି ମେଡିକାଲକୁ ପଠାଇଛି ।  ସୂଚନା ମୁତାବକ ମୃତକମାନେ ଭଦ୍ରକ ଜିଲ୍ଲାରୁ ଆସିଥିବା ବେଳେ ଆଜି ସକାଳୁ ସୀତାକୁଣ୍ଡରେ ପହଞ୍ଚି ବଣଭୋଜି କରୁଥିଲେ ।  ଘଟଣା ସ୍ଥଳରେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ […]

ଓଡ଼ିଶା

ସ୍କୁଲ ପିଲାଙ୍କୁ ମିଳିବ ମାଗଣା ବସ ସେବା

ଭୁବନେଶ୍ବର:  ସ୍କୁଲ ପିଲାଙ୍କୁ ମାଗଣାରେ ବସ ସେବା । ଛାତ୍ର ଛାତ୍ରୀ ଏବେ ମାଗଣାରେ ସ୍କୁଲ ଯାଇପାରିବେ । ଏ ନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗ ଦ୍ୱାରା ଆଗତ ପ୍ରସ୍ତାବକୁ ଅନୁମୋଦନ କଲେ ସରକାର । ସ୍କୁଲ ପିଲା ଯାଇ ପାରିବେ ଉଭୟ ଏସି ଓ ନନ ଏସି ବସରେ । ସ୍କୁଲରେ ଛାତ୍ର ଡ୍ରପ ଆଉଟ ହାର କମାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନା ନାମରେ […]

ଓଡ଼ିଶା

ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର: କୋରେଇର ପୂର୍ବତ୍ତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କର ଭୁବନେଶ୍ୱରରେ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା । ସୂଚନା ଅନୁଯାଇ ଶ୍ରୀମତୀ ମହାନ୍ତି ଗତ କିଛିଦିନ ହେବ ଭୁବନେଶ୍ୱରର ଏମ୍ସ ମେଡିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଆଜି ସକାଳେ ତାଙ୍କର ମୃତ୍ଯୁ ହୋଇଥିବା ଖବର ମିଳିଛି  । ତାଙ୍କ ମୃତ୍ୟୁ ଖବର କୁ ନେଇ ଯାଜପୁର ଜିଲ୍ଲା ତଥା କୋରେଇ ନିର୍ବାଚିତ ମଣ୍ଡଳୀ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ତେବେ ଶ୍ରୀମତୀ ମହାନ୍ତି ୨୦୦୪ ରୁ […]

ଓଡ଼ିଶା

ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଶଙ୍ଖ ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ, ସରକାରକୁ ଟାର୍ଗେଟ କଲେ ନବୀନ

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ପାଳୁଛି ୨୯ତମ ପ୍ରତିଷ୍ଠା ଦିବସ ।  ଶଙ୍ଖ ଭବନରେ ଆୟୋଜିତ ହୋଇଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଏହି ଅବସରରେ ସମସ୍ତଙ୍କୁ ନବୀନ ଶୁଭେଚ୍ଛା ଜଣାଇ ନିଜ ଅଭିଭାଷଣ ରଖିଥିଲେ । ଯେଉଁଥିରେ ଦଳ କରିଥିବା ରାଜ୍ୟର ବିକାଶ କୁ ମନେପକାଇଥିଲେ ଏବଂ ଏବେର ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ନବୀନ କହିଥିଲେ, ବିଜୁ ଜନତା ଦଳ ଦେଶର ଏକ ସଫଳ ଆଞ୍ଚଳିକ ଦଳ । ୧୯୯୭ ରୁ […]

ଓଡ଼ିଶା

ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସକାଳେ ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓପିଡି

ଭୁବନେଶ୍ବର: ଆଜି ଠାରୁ ସକାଳେ ଏକ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ରହିବ ଓପିଡି| ସକାଳ ୧୦ରୁ ୧୧ଟା ଯାଏଁ ସରକାରୀ ଡାକ୍ତରଖାନାରେ ବହିର୍ବିଭାଗ, ଓପିଡି ବନ୍ଦ ରହିବ । ଏହାସହ ଜାତୀୟ ସ୍ବାସ୍ଥ୍ୟ ମିସନ୍‌ ପକ୍ଷରୁ ହେଉଥିବା କାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବ । ଏନେଇ ଓଡ଼ିଶା ମେଡିକାଲ ସେବା ସଂଘ, ଓମସା ପକ୍ଷରୁ ଘୋଷଣା କରାଯାଇଛି । ସକାଳ ୧୦ରୁ ୧୧ଟା ପର୍ଯ୍ୟନ୍ତ ଡାକ୍ତରମାନେ ଓପିଡିରେ ରୋଗୀ ଦେଖିବେ ନାହିଁ । ସେପଟେ, ଓଡ଼ିଶା ମେଡିକାଲ […]

ଓଡ଼ିଶା

ଭିଜିଲାନ୍ସ ଜାଲରେ କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ

ଭୁବନେଶ୍ୱର: ଭିଜିଲାନ୍ସ ହାତରେ କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ। କୋରାପୁଟର ବନ ବିଭାଗ ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ଦ୍ୱାରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାଧିକ ଠିକଣାରେ ଚଢାଉ କରିଛି ଭିଜିଲାନ୍ସ ଟିମ୍‌। ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଅନୁମତି ପରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଛି। ଏଥିରେ ୬ଜଣ ଡିଏସପି, ୭ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀଙ୍କ ନେତୃତ୍ୱରେ ଏକକାଳୀନ ତଲାସ କରାଯାଉଛି । ଜଗତସିଂହପୁର ଏବଂ କୋରାପୁଟ ଜିଲା ୫ଟି ସ୍ଥାନରେ […]

ଓଡ଼ିଶା

ଖୋର୍ଦ୍ଧା ହେବ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଖୋର୍ଦ୍ଧା ମହୋତ୍ସବ ୨୦୨୫ ଆଜି ଏକ ଉତ୍ସବ କିମ୍ବା ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ମଞ୍ଚ ହୋଇ ରହିନି, ଏହା ଆଜି ପାଲଟିଛି ବିକାଶର ମଞ୍ଚ, ଏହା କହି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜିଲ୍ଲାର ବିକାଶ ପାଇଁ ପ୍ରାୟ ୫୧୬ କୋଟି ଟଙ୍କାର ବ୍ୟୟ ବରାଦରେ ୩୯ଟି ପ୍ରକଳ୍ପର ଶୁଭରମ୍ଭ କରିଛନ୍ତି। ଏଥିମଧ୍ୟରୁ ୩୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବା ସହିତ ୭ଟି ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମସ୍ତ ପ୍ରକଳ୍ପ ମାନଙ୍କ ମଧ୍ୟରେ […]

ଜାତୀୟ

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ପିଟି ପିଟି ହତ୍ୟା

ବାଂଲାଦେଶ: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ଉତ୍ତ୍ୟକ୍ତ ଲୋକେ ଅମ୍ରିତ ମଣ୍ଡଳ ନାମକ ଜଣେ ୨୯ ବର୍ଷୀୟ ଯୁବକଙ୍କୁ ପିଟି ପିଟି ହତ୍ୟା କରିଛନ୍ତି। ରାଜବାଡ଼ି ଅନ୍ତର୍ଗତ ପଙ୍ଗସା ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ନିକଟରେ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ହିନ୍ଦୁ ଯୁବକଙ୍କୁ ବାଂଲାଦେଶରେ ହତ୍ୟା କରାଯାଇଥିଲା। ବାରମ୍ବାର ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଥିବାରୁ ସେଠାରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଚିନ୍ତାରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ, ରାଜବାଡ଼ି ଜିଲାରେ […]

ଜାତୀୟ

ସାନ୍ତାଳୀ ଭାଷାରେ ସମ୍ବିଧାନ ଲୋକାର୍ପଣ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନ ଲୋକାର୍ପଣ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ ଯେ ଏହା ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଗର୍ବ ଏବଂ ଆନନ୍ଦର ବିଷୟ । ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ । ଏହି ସମ୍ବିଧାନ ଓଲ୍ ଚିକି […]

LOKA SAMACHAR @2026. All Rights Reserved || Developed By CBSPL