ଓଡ଼ିଶା

ନିର୍ମାଣଧିନ ପୋଲ ମାଟି ଭୁଶୁଡି ଦମ୍ପତି ମୃତ, ୧୨ ଘଣ୍ଟା ପରେ ମୃତଦେହ ଉଦ୍ଧାର

ବାଲିଗୁଡା: ୧୨ ଘଣ୍ଟା ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର କଲା ରେସକ୍ୟୁ ଟିମ୍ । ଗତକାଲି କନ୍ଧମାଳ ଜିଲ୍ଲା ବାଲିଗୁଡା କଟାରିସାହି ନିକଟରେ ଥିବା ଜାଡାବାନ୍ଦା ଘାଟରେ ନିର୍ମାଣଧିନ ବ୍ରିଜରେ ମାଟି ଭୁଶୁଡି ପୋତି ହୋଇଯାଇଥିଲେ ଦମ୍ପତି । ଗତକାଲି ସ୍ତ୍ରୀ ୟେଲମାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ସ୍ୱାମୀ କୃଷ୍ଣୟାଙ୍କ କୌଣସି ସନ୍ଧାନ ମିଳିପାରିନଥିଲା  ।  ରାତି ତମାମ ପୋଲିସ,ଅଗ୍ନିଶମ ବାହିନୀଙ୍କ ଉପସ୍ଥିତିରେ ମେସିନ ସହାୟତାରେ […]

ଓଡ଼ିଶା

ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ

ଖୋର୍ଦ୍ଧା: ମାଡ଼ିଗଲା ଗାଡ଼ି, ଚାଲିଗଲା ୨ ଜୀବନ ।  ଖୋର୍ଦ୍ଧା ସଦରଥାନା ୧୬ ନମ୍ବର ଦଧିମାଛଗାଡିଆ ଛକ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ଯୁବକ ମୃତ ।  ମୃତ ଯୁବକ ଦୁଇ ଜଣ ବିକାଶ ବରାଳ ଓ ଶୁଭ୍ରାଂଶୁ ସୁନ୍ଦରାୟ ।  ଆଜି ସକାଳ ବାଣପୁର ସାନହନ୍ତୁଆରୁ ଭୂବନେଶ୍ବର ସ୍କୁଟିରେ ଯାଉଥିବାବେଳେ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ଯୁ ହୋଇଛି ।  ପୋଲିସ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି […]

ଓଡ଼ିଶା

ଜାନୁଆରୀରେ ୧୦ ଲକ୍ଷ ହିତାଧିକାରୀଙ୍କୁ ମିଳିବ ପକ୍କା ଘର: ପଞ୍ଚାୟତିରାଜ ମନ୍ତ୍ରୀ

ଭୁବନେଶ୍ୱର: ସୁଲଭ ଗୃହ ନିର୍ମାଣ ପାଇଁ ପ୍ରୋତ୍ସାହନ ସ୍ୱରୂପ ଓଡ଼ିଶା ସରକାର ଜାନୁଆରୀ ମାସରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (PMAY) ଅଧୀନରେ ପ୍ରାୟ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ହସ୍ତାନ୍ତର କରିବେ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଶୁକ୍ରବାର ଦିନ କହିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟର ଆର୍ଥିକ ଦୁର୍ବଳ ବର୍ଗର ଲୋକଙ୍କ ଉନ୍ନତି ପାଇଁ ନୂତନ ବର୍ଷର ଭେଟି ଭାବରେ ହିତାଧିକାରୀମାନେ କେନ୍ଦ୍ରର ପ୍ରମୁଖ ଗୃହ ଯୋଜନା […]

ଓଡ଼ିଶା

‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନିୟମରେ ପରିବର୍ତ୍ତନ

ଭୁବନେଶ୍ବର: ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ରେ ବଡ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଏଥିରେ ଗ୍ରାମସଭାର ଭାଗୀଦାରି ବୃଦ୍ଧି କରାଯାଇଛି । ଏହି ଯୋଜନାରେ ନିର୍ମାଣ ହେଉଥିବା ପ୍ରକଳ୍ପରେ କୌଣସି ପ୍ରକାର କ୍ଷତିର ଭରଣା ସମ୍ପୃକ୍ତ ସଂସ୍ଥା କରିବ । ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ପ୍ରକଳ୍ପ ପାଇଁ ୩ ବର୍ଷ ପର୍ଯ୍ୟନ୍ତ ଡିଫେକ୍ଟ ଲାଏବିଲିଟି ପିରିୟଡ୍ ନିୟମ ଲାଗୁ ହେବ, ଅର୍ଥାତ ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ଦିନଠାରୁ ତିନି ବର୍ଷ ପର୍ଯ୍ୟନ୍ତ କୌଣସି […]

ଓଡ଼ିଶା

ସାଧାରଣତନ୍ତ୍ର ଦିବସ ପରେଡ୍ ପାଇଁ ଦିଲ୍ଲୀ ଗଲେ ନବରଙ୍ଗପୁର ମହାବିଦ୍ୟାଳୟର ୬ ଛାତ୍ର

ନବରଙ୍ଗପୁର: ଦିଲ୍ଲୀରେ ଆସନ୍ତା ସାଧାରଣତନ୍ତ୍ର ଦିବସ (ଆରଡି) ପରେଡ୍ ପାଇଁ ମନୋନୀତ ହୋଇଛନ୍ତି ନବରଙ୍ଗପୁର କଲେଜର ୬ଜଣ ଛାତ୍ର। ସେମାନେ ହେଲେ ଯୁକ୍ତ ୩ ପଦାର୍ଥ ବିଜ୍ଞାନ ଛାତ୍ର ତଥା କମ୍ପାନି କ୍ୱାର୍ଟରମାଷ୍ଟର ସର୍ଜେଣ୍ଟ ଆଦର୍ଶ ପ୍ରତ୍ୟୁଷ କର୍କରା, ଯୁକ୍ତ ୩ ରାଜନୀତି ବିଜ୍ଞାନ ଛାତ୍ର ଓ ଜୁନିୟର ଅଣ୍ଡର ଅଫିସର ମାରୁତି ହରିଜନ, ଯୁକ୍ତ ୩ ଓଡ଼ିଆ ବିଭାଗର ପାଉଲ୍‌ ସୁନା, ଯୁକ୍ତ ୩ ଇତିହାସ ଛାତ୍ର କୃଷ୍ଣ ଜାନୀ, ଯୁକ୍ତ ୩ ଇଂରାଜୀ ବିଭାଗ […]

ଜାତୀୟ

୩ ଭାରତୀୟଙ୍କୁ କାବୁ କଲା ଆମେରିକା

ଆମେରିକା: ରୁଷୀୟ ତେଲ ଟ୍ୟାଙ୍କରକୁ ଆମେରିକା କବଜା କରିବା ଘଟଣାରେ ଆମେରିକା କବଜାରେ ୩ ଭାରତୀୟ । ଆମେରିକା ଦ୍ୱାରା ରୁଷୀୟ ତେଲ ଟ୍ୟାଙ୍କର ଜାହାଜ ଜବତ ଘଟଣାରେ ଜାହାଜରୁ ମିଳିଲେ ୩ ଭାରତୀୟ । ଗତକାଲି ମାରିନେରା ନାମକ ଏକ ରୁଷୀୟ ତେଲ ଟ୍ୟାଙ୍କର ଜାହାଜକୁ ଅନ୍ତର୍ଜାତୀୟ ଜଳପଥରୁ କବଜା କରିଥିଲା ଆମେରିକା । ଭେନେଜୁଏଲା ସମ୍ପର୍କରେ ସନ୍ଦେହ କରି ଆମେରିକା ଉତ୍ତର ଆଟଲାଣ୍ଟିକ ମହାସାଗରରୁ ଏହି ଜାହାଜକୁ କବଜା କରିଥିଲା । ଜାହାଜରେ ରୁଷୀୟ […]

ଜାତୀୟ

ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ବେଳେ ଇଡି-ମମତା ମୁହାଁମୁହିଁ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ଇଡି ଓ ମୁଖ୍ୟମନ୍ତ୍ରୀ ମୁହାଁମୁହିଁ ହୋଇଛନ୍ତି । ଆଇ-ପିଏସି କାର୍ଯ୍ୟାଳୟରେ ଚଢ଼ାଉ ସମୟରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପଶ୍ଚିମବଙ୍ଗ ଶାସକ ଦଳ ଟିଏମସିର ରାଜନୈତିକ ପରାମର୍ଶଦାତା ଏବଂ ଆଇଟି ସେଲ୍ ଦାୟିତ୍ୱରେ ଥିବା (ଭାରତୀୟ ରାଜନୈତିକ କାର୍ଯ୍ୟ କମିଟି) ଆଇ-ପିଏସି କାର୍ଯ୍ୟାଳୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମନି ଲଣ୍ଡରିଂ ମାମଲାରେ ଚଢ଼ାଉ କରିଥିଲା । ଏହି ସମୟରେ ଦଳର ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଇ-ପିଏସିର ମୁଖ୍ୟ ପ୍ରତୀକ ଜୈନଙ୍କ ଘରକୁ […]

ଜାତୀୟ

ଭାରତୀୟଙ୍କ ପାଇଁ ସମସ୍ତ ଭିସା ବନ୍ଦ କଲା ବାଂଲାଦେଶ

ଢାକା: ବାଂଲାଦେଶ ଖେଳାଳିଙ୍କୁ ଆଇପିଏଲରୁ ବାଦ ଦେବାକୁ ବିସିସିଆଇର ନିଷ୍ପତ୍ତି ପ୍ରତିବାଦରେ ବାଂଲାଦେଶ ଭାରତକୁ ଏକ ବଡ ଝଟକା ଦେଇଛି । ବାଂଲାଦେଶ ଭାରତୀୟଙ୍କ ପାଇଁ ସମସ୍ତ ଭିସା ସେବାକୁ ସ୍ଥଗିତ ରଖିଛି, କିନ୍ତୁ ଛାତ୍ର ଏବଂ ବ୍ୟବସାୟିକ ଭିସା ସେବା ଜାରି ରହିବ । ବାଂଲାଦେଶ ସରକାର ଦିଲ୍ଲୀ, ଅଗରତାଲା, ମୁମ୍ମଇ, ଗୌହାଟି ଏବଂ ଚେନ୍ନାଇରେ ଥିବା ଏହାର ଦୂତାବାସ ଏବଂ କନସୁଲେଟକୁ ସାଧାରଣ ଭିସା ସେବାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଦୁଇଟି […]

ଜାତୀୟ

ମୁହାଁମୁହିଁ ହେଲେ ଟ୍ରମ୍ପ-ପୁଟିନ

ୱାଶିଂଟନ: ସମଗ୍ର ବିଶ୍ବ ଏକ ବଡ ଅସ୍ଥିରତା ଆଡକୁ ମୁହାଁଇଛି। କାରଣ ବିଶ୍ବର ଦୁଇ ପ୍ରମୁଖ ମହାଶକ୍ତି ଏବେ ମୁହାଁମୁହିଁ ଅବସ୍ଥାରେ ପହଞ୍ଚିଛନ୍ତି। ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ଜବତ କରିବା ପରେ ଏହି ଅସ୍ଥିରତାର ସୂଚନା ମିଳିଛି। ଉତ୍ତର ଆଟଲାଣ୍ଟିକ୍ ମହାସାଗର ଦେଇ ଯାଉଥିବା ରୁଷ୍‌ର ତୈଳବାହୀ ଜାହାଜକୁ ଆମେରିକା ତଟରକ୍ଷୀ ବାହିନୀ ବୁଧବାର ଜବତ କରିଛି। ଆମେରିକା କହିଛି ଯେ ରୁଷ୍‌ର ତୈଳବାହୀ ଜାହାଜ ଆମେରିକାର କଟକଣାକୁ ଉଲ୍ଲଙ୍ଘନ କରି ଭେନେଜୁଏଲାର ତୈଳ ପରିବହନ […]

ଜାତୀୟ

କୋଭିଡ୍ ଟିକା ତଥ୍ୟ ନେଇ ଡିପିଆଇଆଇଟିକୁ ସତ୍ୟପାଠ ଦାଖଲ ନିର୍ଦେଶ

ନୂଆଦିଲ୍ଲୀ: ମହାମାରୀ ସମୟରେ କୋଭିଡ୍ ଟିକା ତଥ୍ୟର ସୂଚନା ଉପଲବ୍ଧ ନଥିବା କହିଥିବା ନେଇ କେନ୍ଦ୍ର ସୂଚନା ଆୟୋଗ ଡିପିଆଇଆଇଟିକୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି । ମହାବୀର ସିଂହ ଶର୍ମାଙ୍କ ଦ୍ବାରା ଦାୟର ଏକ ସୂଚନା ଅଧିକାର(ଆରଟିଆଇ)ର ଶୁଣାଣି ସମୟରେ ଏହି ନିର୍ଦେଶ ଦିଆଯାଇଛି। ଏଥିରେ ମହାବୀର ୨୦୨୦ ଓ ୨୦୨୧ ରେ କୋଭିଡ୍ ୧୯ ଟିକାର ଉତ୍ପାଦନ ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ଭାରତ […]

LOKA SAMACHAR @2026. All Rights Reserved || Developed By CBSPL