ଓଡ଼ିଶା

କ୍ୟାଡର ମାଓବାଦୀଙ୍କୁ ଧରିବା ଲାଗି ପୁରସ୍କାର ଘୋଷଣା, ଲାଗିଲା ପୋଷ୍ଟର

ରାଇକିଆ: କେନ୍ଦ୍ର ସରକାର ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓବାଦୀ ମୁକ୍ତ ଦେଶ ଗଠନ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏହି ସମୟ ପାଖେଇ ଆସୁଥିବାରୁ ପୁଲିସ ମାଓବାଦର ମୂଳୋତ୍ପାଟନ ପାଇଁ ପ୍ରୟାସ କରୁଛି। ଏ ଦିଗରେ ପୁଲିସ ବ୍ୟାପକ ସଚେତନତା ସୃଷ୍ଟି କରିବା ସହ କନ୍ଧମାଳ ଜିଲାରେ ପୋଷ୍ଟର ଲଗାଇଛି। ଏହା ସହିତ ପୁଳିସ ମାଓବାଦୀଙ୍କ ତାଲିକା ସମ୍ବଳିତ ପୋଷ୍ଟର ଜାରି କରି ବିଭିନ୍ନ ସ୍ଥାନରେ ଲଗାଇଛି। ମାଓବାଦୀମାନଙ୍କୁ ଧରାଇ ଦେଲେ ପୁରସ୍କୃତ କରାଯିବ ବୋଲି ପୋଷ୍ଟରରେ ଉଲ୍ଲେଖ କରାଯାଇଛି। ପୋଷ୍ଟର ଗୁଡିକ ରାଇକିଆ ବ୍ଲକର ମାଣିକେଶ୍ବର ପଞ୍ଚାୟତ ସମେତ ଦୁର୍ଗମ କରଡ଼ା ଏବଂ  ଇନ୍ଦ୍ରଗଡ଼ ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି। ଏସବୁ ଅଞ୍ଚଳରେ ମାଓବାଦୀ ଗତିବିଧି ରହିଥିବା ଏବଂ କିଛି ମାସ ତଳେ ପୁଲିସ ସହ ମୁହାଁମୁହିଁ ଏବଂ ଗୁଳିବିନିମୟ ମଧ୍ୟ ହୋଇଥିଲା।

aduser

About Author

LOKA SAMACHAR @2026. All Rights Reserved || Developed By CBSPL