ଓଡ଼ିଶା

ଜାନୁଆରୀରେ ରାଜ୍ୟରେ ହେବ ୪୯ ଖଣି ନିଲାମ

ଭୁବନେଶ୍ବର: ଖଣି ନିଲାମ କରିବା ପ୍ରସଙ୍ଗରେ ବଡ ବୈଠକ ଡାକିଲେ ରାଜ୍ୟ ସରକାର ।ଏହି ପ୍ରସଙ୍ଗରେ ଆସନ୍ତା ବର୍ଷ ଜାନୁଆରୀ ୩ ତାରିଖ ଅପରାହ୍ମ​‌୪ ଟାରେ ଇସ୍ପାତ ଓ ଖଣିବିଭାଗ ର ଗୁରୁତ୍ଵପୁର୍ଣ୍ଣ ବୈଠକ ବସିବା ନେଇ ଜଣାପଡିଛି।  ଏହି ବୈଠକରେ ଇସ୍ପାତ ଓ ଖଣିବିଭାଗର ଅତିରିକ୍ତ ମୁଖ୍ୟ ସଚିବ, ଓମସି ଲିମିଟେଡ୍ ଏମଡି, ଖଣି ନିର୍ଦେଶକ ଓ ଜିଏସଟି ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ରହିବେ ।  ରାଜ୍ୟ​‌ରେ ଥିବା ୪୯ ଟି ଖଣିକୁ ବାର୍ଷିକ ନିଲାମ ପାଇଁ ବୈଠକରେ ନିଷ୍ପତ୍ତି କରିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର  ଖଣି ନିଲାମ କରିବା ପୂର୍ବରୁ ପ୍ରସ୍ତାବିତ ବ୍ଲକ୍ ମାନଙ୍କର ଉପଯୁକ୍ତତା, ଅନୁସନ୍ଧାନ ସ୍ଥିତି, ନିଲାମ ପ୍ରସ୍ତୁତିକୁ ଯାଞ୍ଚ କରାଯିବା ନେଇ ଜଣାପଡିଛି। ମୟୂରଭଞ୍ଜ ଓ କେନ୍ଦୁଝର ଜିଲାର ସୁନାଖଣି ନିଲାମ ନେଇ ହୋଇପାରେ ନିଷ୍ପତ୍ତି କରାଯିବାର ମଧ୍ୟ ସମ୍ଭାବନା ରହିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL