ଓଡ଼ିଶା

ବ୍ରାହ୍ମଣୀରେ ବୁଡ଼ି ଯୁବକ-ଯୁବତୀ ମୃତ

ସୁନ୍ଦରଗଡ଼: ବ୍ରାହ୍ମଣୀ ନଦୀରେ ବୁଡ଼ି ଚାଲିଗଲା ଯୁବକଯୁବତୀଙ୍କ ଜୀବନ। ଏଭଳି ଏକ ଅଭାବନୀୟ ଘଟଣା ସୁନ୍ଦରଗଡ଼ ଜିଲା ବଣାଇ ଅଞ୍ଚଳରୁ ସାମ୍ନାକୁ ଆସିଛି। ସୋମବାର ଚାନ୍ଦିପୋଷ ଥାନା ବୀରତୋଳା ମନ୍ଦିର ନିକଟରୁ ଉଭୟଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ମୃତକ ଦ୍ବୟ ରାଉରକେଲା ଅଞ୍ଚଳର ବୋଳି ସୂଚନା ମିଳିଛି। କେଉଁ ପରିସ୍ଥିତିରେ ସେମାନେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି ତାହା ଜଣାପଡ଼ି ନାହିଁ। ଅନ୍ୟପଟେ ନିକଟରେ ବାଇକ୍ ଏବଂ ପୋଷାକ ଥିବାରୁ ସେମାନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL