ଓଡ଼ିଶା

ଘରୋଇ ସ୍କୁଲ ପରିସରରେ ଆମ୍ବ ଗଛରୁ ପଡ଼ି ଚାଲିଗଲା ଛାତ୍ରଙ୍କ ଜୀବନ

ମୁନିଗୁଡ଼ା: ସ୍କୁଲ ପରିସରରେ ଥିବା ଏକ ଆମ୍ବ ଗଛରୁ ଖସିପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ ଅନ୍ତଗର୍ତ ଏକ ଘରୋଇ ସ୍କୁଲରେ ଏହି ଅଭାବନୀୟ ଘଟଣା ଘଟିଛି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ବିଷମକଟକର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ, ସମ୍ପୃକ୍ତ ଛାତ୍ରଙ୍କ ଗର ନବରଙ୍ଗପୁରରେ। ସେ ଉକ୍ତ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିଲେ। କ’ଣ ପାଇଁ ସେ ଆମ୍ବ ଗଛରେ ଚଢ଼ିଥିଲେ ଏବଂ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଥିଲା ତାହା ଜଣାପଡ଼ି ନାହିଁ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL