ଓଡ଼ିଶା

ମାଓବାଦୀଙ୍କୁ ଧରାଇ ଦେଲେ ମିଳିବ ପୁରସ୍କାର; ୧୮ ମାଓବାଦୀଙ୍କ ପାଇଁ ୮.୪ କୋଟି

ଭୁବନେଶ୍ବର: ୧୮ ମାଓବାଦୀଙ୍କ ପାଇଁ ୮ କୋଟି ୪୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି ବୌଦ୍ଧ ପୁଲିସ। ଯେଉଁମାନେ ଏହି ମାଓବାଦୀମାନଙ୍କୁ ଧରାଇ ଦେବେ ସେମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି ବୌଦ୍ଧ ଜିଲା ପୁଲିସ ପକ୍ଷରୁ କୁହାଯାଇଛି। ଏ ନେଇ ଜିଲାର ବିଭିନ୍ନ ଉପାନ୍ତ ଅଞ୍ଚଳରେ ପୋଷ୍ଟର ଲଗାଯାଇଛି।

ଲଗାଯାଇଥିବା ପୋଷ୍ଟରରେ ମାଓବାଦୀମାନଙ୍କ ନାମ, ଫଟୋ ଏବଂ କେଉଁ ମାଓବାଦୀଙ୍କ ପାଇଁ କେତେ ଟଙ୍କାର ପୁରସ୍କାର ରହିଛି ତାହା ଉଲ୍ଲେଖ କରାଯାଇଛି। ଏହା ସହିତ ମାଓବାଦୀ ଆତ୍ମସମର୍ପଣ କଲେ ସେମାନଙ୍କୁ କ’ଣ ସୁବିଧା ମିଳିବ ତାହା ବି ପୋଷ୍ଟରରେ ଲେଖାଯାଇଛି। ଏ ସମ୍ପର୍କିତ ସୂଚନା ଦେବା ଲାଗି ମୋବାଇଲ ନମ୍ବର-୯୪୩୭୬୭୩୮୩୯ରେ ଯୋଗାଯୋଗ କରାଯିବାକୁ କୁହାଯାଇଛି। ସୂଚନାଦାତାଙ୍କ ନାମ ଗୋପନ ରଖାଯିବ ବୋଲି ଅବଗତ କରାଯାଇଛି।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL