ଓଡ଼ିଶା

ନକଲି ଲଟେରୀ ଟିକେଟ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକେଇ: ୨୫ ଲକ୍ଷ ଜବତ, ୪ ଗିରଫ

ରାଉରକେଲା : ୬ ଟଙ୍କା ଓ ୧୦ ଟଙ୍କାରେ ଲଟେରୀ ଟିକେଟ। ଟିକଟ ବିକ୍ରି କରି ଲକ୍ଷାଧିକ ଟଙ୍କା ଠକେଇ। ଶେଷରେ ପୁଲିସ ହାବୁଡ଼ରେ ପଡ଼ିଛନ୍ତି ଠକ ଦଳ। ଜନସାଧାରଣଙ୍କୁ ନକଲି ଲଟେରୀ ଟିକଟ ବିକ୍ରି କରିଥିବା ୪ ଠକଭ୍କୁ ଗିରଫ କରିଛି ରାଉରକେଲା ପୁଲିସ। ସେମାନଙ୍କଠାରୁ ୨୫ ଲକ୍ଷ ଟଙ୍କା ଜବତ ହୋଇଛି।

ସୂଚନା ଅନୁସାରେ, ଏହି ଠକମାନେ ଲଟେରୀ ସ୍କିମ୍ କରି ଲକ୍ଷାଧିକ ଟଙ୍କା ଜିତିବାର ଆଶା ଦେଖାଇ ଲୋକଙ୍କୁ ଟିକେଟ ବିକ୍ରି କରୁଥିଲେ। ଗୋଟିଏ ଗୋଟିଏ ଟିକଟର ମୂଲ୍ୟ ୬ରୁ ୧୦ ଟଙ୍କା ମଧ୍ୟରେ ରହୁଥିଲା। ଯାହାଫଳରେ ଜନସାଧାରଣ ବିନା କୌଣସି ସନ୍ଦେହ ଏବଂ ଦ୍ବିଧାରେ ଟିକେଟ କିଣି ନେଉଥିଲେ। ରାଉରକେଲା ପ୍ଲାଟ ସାଇଟ୍‌ ଥାନା ପୁଲିସକୁ ଏ ସମ୍ପର୍କରେ ଖବର ମିଳିବା ପରେ ପୁଲିସ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଧରିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL